ଶୀତ କାକରରେ ରାସ୍ତାକଡ଼ରେ ଫୋପାଡ଼ି ଦେଲେ କଅଁଳ ଶିଶୁ କୁ…ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ସମାଜରେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଥାଏ ଯାହା ଅତ୍ୟନ୍ତ ନିନ୍ଦନୀୟ ହେବା ସହିତ ହୃଦୟ ବିଦାରକ ହୋଇଥାଏ । ସମାଜରେ ଏମିତି କିଛି ଅବିବେକି ମଣିଷଙ୍କ ପାଇଁ ଶିଶୁ ଏବେ ଅଲଡା ହୋଇ ଯାଇଛି । ଯାହାର ବାସ୍ତବ ଚିତ୍ର ଆପଣ ମାନଙ୍କ ଆଖି ସାମ୍ନାରେ , ଏଭଳି ଶୀତ କାକକ ରେ ମଣିଷ ଟିଏ ପଦାକୁ ବାହାରିପାରୁ ନାହିଁ ଆଉ ଏଠି କେହି ଜଣେ ନବଜାତ ଶିଶୁକୁ ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଯିବା ମଣିଷ ମଧ୍ୟ ରହିଛନ୍ତି । ସେମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି , ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ହେଉଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଗୋଟିଏ ମା ପାଇଁ ତା ସନ୍ତାନ ସବୁକିଛି ହୋଇଥାଏ , ସନ୍ତାନ ପାଇଁ ସେ ସବୁକିଛି ସମସ୍ୟାକୁ ମଧ୍ୟ ସାମ୍ନା କରିବାରେ ସଫଳ ହୋଇଥାଏ । କିନ୍ତୁ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ଶାରୀରିକ ସୁଖ ପାଇସାରିବା ପରେ , ସେମାନଙ୍କ ଠାରୁ ଜନ୍ମ ହେଉଥିବା ଶିଶୁକୁ ରାସ୍ତାକୋଡରେ ଡଷ୍ଟବିନ ଭାବି ଫୋପାଡି ଦେଉଛନ୍ତି । କୌଣସି ଭୁଲ ନଥିବା ନିରୀହ ନିଷ୍ପାପ ଶିଶୁକୁ ଅବିବେକି ମଣିଷ ମାନଙ୍କ ପାଇଁ ଜୀବନ ହରାଇବାକୁ ପଡୁଛୁ । ନିକଟରେ ସେମିତି ଏକ ଘଟଣା ଦୃଶ୍ୟମାନ ହୋଇଛି ।

ସୂଚନା ଅନୁସାରେ , 5 ନମ୍ୱର କ ଜାତୀୟ ରାଜପଥର ହଜାରି ଛକ ନିକଟରେ ରାସ୍ତାକଡରେ କେହି ନିଜର ନବଜାତ ଶିଶୁ ପୁତ୍ରକୁ କପଡାରେ ଗୁଡାଇ ଛାଡି ଦେଇଯାଇଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ ଲାଗିଥିଲା । ପରେ ଜଣା ପଡିଲା ସେତେବେଳକୁ ଶିଶୁର ମୃତ୍ୟୁ ହୋଇ ସାରିଛି ବୋଲି , ସେହି ବାଟ ଦେଇ ଯାଉଥିବା ମହିଶିଆଳ ମାନେ ମଇଥି ଚରାଇବାକୁ ଯିବା ବେଳେ ହଠାତ୍ ତାଙ୍କର ଆଖି ପଡିଲା ଏହି ଶିଶୁଟି ଉପରେ । କିନ୍ତୁ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଛି । ମାତ୍ର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ ଶିଶୁ ଟି ସେହିଠାରେ ପଡି ପଡି ମରିଗଲା , ନା ଆଗରୁ ମରିଥିଲା ବୋଲି ଏଠି ଫିଙ୍ଗି ଦିଆଗଲା ।

ଏହି ଖବର ଟି କାନରୁ ଦୁଇ କାନ ହେବା ପରେ କେନ୍ଦ୍ରାପଡା ସଦରଥାନା ପୋଲିସ ଶିଶୁଟିର ମୃତ ଦେହକୁ ବ୍ୟବଚ୍ଛଦ ପାଇଁ ନେବା ସହ ଘଟଣାର ତଦନ୍ତ କରୁଛି । ଏକଥା ସତ ଯଦି ଏହି ଘଟଣାରେ କେହି ଦୋଷୀ ଥାନ୍ତି ନିଶ୍ଚିତ ଭାବରେ ଶାସ୍ତି ଦିଆଯିବା କଥା । ହୁଏତ ଏହା ପୋଲିସ ପକ୍ଷେ କରିବା ସମ୍ଭବ ନୁହଁ କିନ୍ତୁ ଏଭଳି ଅବିବେକି ମଣିଷଙ୍କ ପାଇଁ ଭଗବାନଙ୍କ ଶାସ୍ତି ନିଶ୍ଚିତ ରୂପେ ମିଳିବ । ତେବେ ଏହା ଗୋଟିଏ ଘଟଣା ନୁହଁ ଏହିପରି ସମାଜରେ ଅନେକ ନିରୀହ ଶିଶୁ ମାନଙ୍କୁ ରାସ୍ତାକୋଡରେ ଫୋପାଡି ଦେଉଛନ୍ତି । ସେମାନଙ୍କ ହୃଦୟରେ ମାନବିକତା ବୋଲି କିଛି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।