ଶୁଣନ୍ତୁ Audio Call – ୧୦୮ କୁ Call କରି ପ୍ରେମ ନିବେଦନ କଲେ ଏହି ଅଭଦ୍ର ଯୁବକ, ଦୟାକରି କମେଣ୍ଟ କରନ୍ତୁ ଏହି ଯୁବକ ଙ୍କୁ କି ଦଣ୍ଡ ମିଳିବା ଦରକାର…

0

ଦିନକୁ ଦିନ ଦୁନିଆରେ ମଣିଷର ନୈତିକତା ର ମୂଲ୍ୟବୋଧତା ହ୍ରାସ ହେବାରେ ଲାଗିଛି। ମଣିଷ କଣ କରୁଛି କଣ ନିଷ୍ପତି ନେଉଛି ଏବଂ କଣ ବ୍ୟବହାର ପ୍ରଦର୍ଶନ କରୁଛି ତାହା ନିଜେ ମଧ୍ୟ ଜାଣି ପାରୁ ନାହିଁ। ସମାଜରେ ଏହାର ପ୍ରଭାବ କେତେ ମାତ୍ରାରେ ପଡୁଛି ଏବଂ ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା କଣ ରହୁଛି ତାହା ସମସ୍ତଙ୍କୁ ଚକିତ କରିଥାଏ ଭାବିଲେ।ତେବେ ଆସନ୍ତୁ ଜାଣିବା ଏଭଳି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।

କିଭଳି ଭାବରେ ଏହା ମାନସିକ ସ୍ତରରେ ଏହା ବିକୃତ ଅଟେ ତାର ପ୍ରମାଣ ମଧ୍ୟ ଦେଇଛି ତା ଉପରେ ଏକ ନଜର ପକାଇବା। ଯେଉଁ ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜାଣନ୍ତୁ ଘଟଣାଟି କଣ ଅଟେ।ଏବେ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବାକୁ ଆସିବାରେ ଲାଗିଛି ଫେକ୍ କଲ୍। ଜରୁରୀ କାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ୍ ସେଣ୍ଟର କୁ ଏବେ ଏଭଳି କଲ୍ ଆସିବାରେ ଲାଗିଛି।ଏହି ଜରୁରୀ କାଳୀନ ନମ୍ୱର୍ ଏବେ କିଛି ଅସାମାଜିକ ଲୋକଙ୍କ ପାଇଁ ପାଲଟିଛି ମଜା ଓ ଟାଇମ୍ ପାସ୍ ର ମାଧ୍ୟମ।

କିଛି ଅସାମାଜିକ ଲୋକେ ମାନେ ଏହି ନମ୍ୱର୍ କୁ କଲ୍ କରି କର୍ମଚାରୀ ଙ୍କୁ କରୁଛନ୍ତି ପ୍ରେମ ନିବେଦନ। ପ୍ରାୟତଃ ସବୁଦିନେ ଏହିଭଳି ଘଟଣା ଘଟିବାରେ ଲାଗିଛି। ଏହିଭଳି କିଛି ବ୍ୟକ୍ତିଙ୍କର କଲ୍ ଆସୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। କିଛି ଅସାମାଜିକ ଯୁବକଙ୍କ ପାଇଁ ପାଲଟିଛି ଏହା ଏକ ମନୋରଞ୍ଜନ ର ମାଧ୍ୟମ।

କେବଳ ଫେକ୍ କଲ୍ ନୁହଁ ବରଂ ଖରାପ୍ ଭାଷାରେ କଥାବାର୍ତ୍ତା କରୁଛନ୍ତି ଏହି ଲୋକ ମାନେ। କେତେବେଳେ ପ୍ରେମ ନିବେଦନ କରୁଛନ୍ତି ତ ପୁଣି କେତେବେଳେ ଖରାପ୍ ଭାଷା ପ୍ରୟୋଗ କରୁଛନ୍ତି।ସୁ ଏହା ଦ୍ବାରା ପ୍ରକୃତ ରୋଗୀଙ୍କୁ ସେବା ଯୋଗାଇବାରେ ଅସୁବିଧା ହେଉଛି।ତେବେ ସମାଜରେ ଏହିଭଳି କିଛି ଅଭଦ୍ର କାର୍ଯ୍ୟ ଘଟିବାର ଲାଗିଛି ଯାହା ଅତି ଘୃଣ୍ୟ ଏବଂ ନିନ୍ଦନୀୟ।

କୁହାଯାଉଛି ଆଧୁନିକ ଯୁଗରେ ଆଧୁନିକ ପାଠ ପଢ଼ିବା ଦ୍ବାରା ଯୁବକ ଯୁବତୀ ଜ୍ଞାନ ଅର୍ଜନ କରିବା ସହିତ ନିଜର ଚରିତ୍ର କୁ ମାର୍ଜିତ କରୁଛନ୍ତି। ଗୁରୁଜନଙ୍କୁ ସମ୍ମାନ ଜଣାଇବା ଅନ୍ୟକୁ ଉତ୍ତମ ବ୍ୟବହାର ଦେଖାଇବା ଆଦି ଗୁଣ ଉତ୍ତମ ଶିକ୍ଷା ରୁ ସେମାନଙ୍କ ପାଖକୁ ଆସିଥାଏ।

ତେବେ ମଣିଷ ଧୀରେ ଧୀରେ ତାର ଭଦ୍ରାମି ଏବଂ ସଭ୍ୟତା କୁ ଭୁଲି ଅସଭ୍ୟ ଆଚରଣ କରିବାକୁ ଲାଗିଲାଣି। ଆମେ ବିଭିନ୍ନ ସମୟରେ ଅନେକ କିଛି ଭିଡିଓ ଭାଇରାଲ ହେଉ ଥିବାର ଦେଖିବାକୁ ପାଇଥାଉ ଏବଂ ତା ମଧ୍ୟରୁ ଏହିଭଳି କିଛି ଭିଡିଓ ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ କହିଲୁ ତାହା ଅତ୍ୟନ୍ତ ନିନ୍ଦନୀୟ। ତେବେ ଏହିଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଗଲେ ଯାଇ ଅସାମାଜିକ ବ୍ୟକ୍ତି ବିଶେଷ ସଚେତନ ହୋଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।