Jyotish Shastra – ଶୁକ୍ର ଚଳିଲେ ବୃଷ ରାଶିକୁ, ଆଜିଠାରୁ ବଦଳିଯିବ ଏହି 4ଟି ରାଶିର ଭାଗ୍ୟ

0

2021 ସମିହା ମଇ ମାସ 5 ତାରିଖରେ ଶୁକ୍ର ଗ୍ରହ ମେଷ ରାଶିରୁ ବୃଷ ରାଶିରେ ପ୍ରବେଶ କରିବେ ଏବଂ ମେ ମାସ 28 ତାରିଖ ପର୍ଯ୍ୟନ୍ତ ରହିବେ । ତେବେ ଆସନ୍ତୁ ଜାଣିବା ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କଲେ କି ପ୍ରକାର ପ୍ରଭାବ ପଡିଥାଏ ।

1 ମେଷରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ଶୁକ୍ରଙ୍କର ରାଶି ପରିବର୍ତ୍ତନ ଶୁଭ ଅଟେ ଏବଂ ଆର୍ଥିକ ସ୍ଥିତି ମଜବୁତ ରହିବ। ପରିବାରରେ ସୁଖଶାନ୍ତି ଦେଖାଦେବ ଏବଂ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

2 ବୃଷରାଶି –

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟଟି ବରଦାନ ସଦୃଶ ହେବ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିବ । ଘରର ଖରାପ ପ୍ରଭାବ ଦୂର ହେବ ଏବଂ ବାପା ମା ତଥା ଗୁରିଜନ ମାନଙ୍କୁ ଅପମାନ କରନ୍ତୁ ନାହିଁ ।

3 ମିଥୁନରାଶି –

ଏହି ରାଶିର ଲୋକମାନେ ନିଜ ସ୍ୱାସ୍ଥ୍ୟର ଅଧିକ ଧ୍ୟାନ ରଖନ୍ତୁ ଏବଂ ଅଧିକ ଧନ ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ । ଶୁକ୍ରବାର ଦିନ ଖଟା ଖାଆନ୍ତୁ ନାହିଁ ଏବଂ ଘରକୁ ସଫା ସୁତରା ରଖନ୍ତୁ ।

4 କର୍କଟରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଶିକ୍ଷା କ୍ଷେତ୍ରରେ ଜଡିତ ଥିବା ଲୋକମାନଙ୍କ ପାଇଁ ଏହି ସମୟଟି ବହୁତ ଶୁଭ ଅଟେ । ବିବାହ ଯୋଗ ସୃଷ୍ଟି ହେଉଛି ।

5 ସିଂହରାଶି –

ଏହି ରାଶିର ଲୋକମାନେ ଚାକିରୀ ବ୍ୟବସାୟରେ ଲାଭବାନ ହେବେ ଏବଂ ଘର ଯାନବାହାନ କ୍ରୟ କରି ପାରିବେ । ଶୁକ୍ରବାର ବ୍ରତ ପାଳନ କରନ୍ତୁ ଏବଂ ଖଟା ଖାଆନ୍ତୁ ନାହିଁ ।

6 କନ୍ୟାରାଶି –

ଏହି ରାଶିର ଲୋକମାନେ ଧାର୍ମିକ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ନେଇପାରନ୍ତି ଏବଂ ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇପାରେ । କୁସଙ୍ଗତଙ୍କ ଠାରୁ ଦୂରେଇ ରୁହନ୍ତୁ ।

7 ତୁଳାରାଶି –

ଏହି ରାଶିର ଜାତକଙ୍କୁ ଶୁଭ ଅଶୁଭ ପରିମାଣ ମିଳିବ ଏବଂ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ଅଜଣା ଲୋକଙ୍କ ସହିତ ସମ୍ୱନ୍ଧ ରଖନ୍ତୁ ନାହିଁ ଏବଂ ଖର୍ଚ୍ଚର ବୃଦ୍ଦି ହୋଇପାରେ ।

8 ବିଛାରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ଏହି ସମୟଟି ବହୁତ ଶୁଭ ଅଟେ ଏବଂ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

9 ଧନୁରାଶି –

ଏହି ରାଶିର ଲେକମାନଙ୍କ ପାଇଁ ସାବଧାନ ରହିବା ଅବଶ୍ୟକ ଅଟେ ଏବଂ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଶୁକ୍ରବାର ଦିନ ବ୍ରତ ପାଳନ କରନ୍ତୁ ଏବଂ ଖଟା ଖାଆନ୍ତୁ ନାହିଁ ।

10 ମକରରାଶି –

ଏହି ରାଶିର ବ୍ୟକ୍ତି ମାନେ ଧାର୍ମିକ ଆଧ୍ୟାତ୍ମିକ କାର୍ଯ୍ୟରେ ଭାଗ ନେଇପାରନ୍ତି ଏବଂ ଟଙ୍କା ସୁଧ ଲଗାଇବା କାର୍ଯ୍ୟ କରନ୍ତୁ ନାହିଁ ।

11 କୁମ୍ଭରାଶି –

ଏହି ରାଶିର ଲୋକମାନେ ସମାଜରେ ମାନସମ୍ମାନ ପ୍ରତିଷ୍ଠା ହେବ ଏବଂ ଶ୍ୱଶୁର ଘର ସହିତ ଝଗଡା କରନ୍ତୁ ନାହିଁ ।

12 ମୀନରାଶି –

ଏହି ରାଶିର ଲୋକମାନେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି ଏବଂ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।