ଶୁଣନ୍ତୁ ଭାଇରାଲ Audio Call : ମହା ଖୁଲାସା ! କ୍ରାଇମ ବ୍ରାଞ୍ଚ ତଦନ୍ତ କରି ଅଫିସର ଜ୍ଞାନ ମିଶ୍ର ଏବଂ ଏହି ବ୍ୟକ୍ତି ଙ୍କ ଭିତିରି କଥା ହେଲା ଭାଇରାଲ…

0

ବନ୍ଧୁଗଣ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସମୟକ୍ରମେ ସାମ୍ନାକୁ ଆସିବାରେ ଲାଗିଛି ନୂଆ ନୂଆ ଲିଙ୍କ।ତେବେ ଏସିଏଫ ସୌମ୍ୟଙ୍କ ମୃତ୍ୟୁ କୁ ଅନେକ ଦିନ ବିତି ଯାଇଥିବା ବେଳେ ତାଙ୍କ ମୃତ୍ୟୁର ସତ ଏବେ ସୁଦ୍ଧା ସାମ୍ନାକୁ ଆସି ପାରି ନାହିଁ। ଆଉ ଏହି ସମୟରେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ରୋଚକ କରି ଦେଉଛି। ଆଉ କ୍ରାଇମବ୍ରାଞ୍ଚ୍ ବି ସତକୁ ସାମ୍ନାକୁ ଆଣିବାକୁ ଜଣଙ୍କ ପରେ ଜଣଙ୍କୁ ଜେରା କରୁଛି ଏବଂ ମାମଲାକୁ ଘାଣ୍ଟିବାରେ ମଧ୍ଯ ଲାଗିଛି। ସେଥିପାଇଁ ପର୍ଯ୍ୟାୟକ୍ରମେ ଜଣଙ୍କ ପରେ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ୍।

ତେବେ ପ୍ରଥମେ ଏହି ଘଟଣାର ତଦନ୍ତ କରୁଥିବା ପୋଲିସ୍ କୁ ନେଇକି ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥିଲା ଯାହାର ଉତ୍ତର ଲୋକଙ୍କୁ ମିଳି ପାରି ନଥିଲା। ଯେମିତି କି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନିଆଁ ଲାଗିଲା କେମିତି? ନିଆଁ ଲିଭାଇବାର ତାଲିମ ନେଇଥିବା ସୌମ୍ୟ କେମିତି ଏଥିରୁ ବର୍ତ୍ତି ପାରିଲେ ନାହିଁ? ସେହିଭଳି ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା କଣ କରୁଥିଲେ ଏବଂ ପ୍ରକୃତରେ ସେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ କି ନାହିଁ? ଯଦି ହଁ ତାହାହେଲେ ସୌମ୍ୟଙ୍କ ଶରୀର ୯୦% ପୋଡ଼ିଲା କେମିତି? ଏମିତି ଅନେକ ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଥିଲା ପାରଳାଖେମୁଣ୍ଡି ପୁଲିସ।

କିନ୍ତୁ ସେ ଘଟଣାର ତଦନ୍ତ କରି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ ପ୍ରଥମେ କ୍ଲିନ୍‌ଚିଟ୍‌ ଦେଇ ଦେଇଥିଲେ। ଯାହାକୁ ନେଇ ଆପତ୍ତି ଉଠାଇବା ସହିତ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ପରିବାର ଲୋକ। ଆଉ ତାପରେ କ୍ରାଇମବ୍ରାଞ୍ଚ୍ ଏହି ମାମଲାର ତଦନ୍ତ ଭାର ନେଇଥିଲା।ଏହାପରେ ଅନେକ ତଥ୍ଯ ସାମ୍ନାକୁ ଆସିବାରେ ଲାଗିଛି। ଏବେ ଏକ କଲ୍ ରେକର୍ଡ଼ ସାମ୍ନାକୁ ଆସିଛି। ଯେଉଁଥିରେ କ୍ରାଇମବ୍ରାଞ୍ଚ୍ ଅଧିକାରୀ ଜ୍ଞାନ ମିଶ୍ର ଜଣଙ୍କ ସହ କଥା ହେଉଥିବାର ଶୁଣିବାକୁ ମିଳିଛି।ଏହି ବାର୍ତ୍ତାଳାପ ରେ DFO ସଂଗ୍ରାମ କେଶରୀ ବେହେରା ଙ୍କ ସୌମ୍ୟଙ୍କ ମୃତ୍ୟୁ ସମୟରେ ହସ୍ପିଟାଲ୍ ରେ ଉପସ୍ଥିତ ରହିବା ଏବଂ ମୃତ୍ୟୁ କାଳୀନ ଜମାନବନ୍ଦୀ ରେକର୍ଡ଼ ସମୟରେ ଉପସ୍ଥିତ ରହିବା ନେଇ ଆଲୋଚନା ହେଉଛି।

ଶେଷ ଯାଏଁ ସେ ହସ୍ପିଟାଲ୍ ରେ ଉପସ୍ଥିତ ଥିଲେ। ତେବେ ଯଦିଓ DFO ଏକଥା ମାନୁ ନାହାଁନ୍ତି ତେବେ ତଦନ୍ତରେ ଏକଥା ସାମ୍ନାକୁ ଆସିବ।ଏହାରି ଭିତରେ ଏହି ରହସ୍ୟ ଜନକ ମୃତ୍ୟୁ ମାମଲାକୁ ସମାଧାନ ସ୍ଵରୂପ ଦୋଷୀ ଖୋଜି ବାହାର କରିବାରେ କ୍ରାଇମବ୍ରାଞ୍ଚ୍ କେତେ ସଫଳ ହେଉଛି ତାହା ଆଗାମୀ ସମୟ କହିବ। ତେବେ ସୂଚନା ଥାଉ କି ସୌମ୍ୟ ଗତ ମାସ ୧୨ ତାରିଖ ରାତିରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ବ୍ରହ୍ମପୁର ଏବଂ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ନିଆ ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।