ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ମହେଶ୍ୱରମ ମନ୍ଦିରରେ ସବୁଦିନ ବଢ଼ିବାରେ ଲାଗିଛି ଶିବଙ୍କ ନନ୍ଦୀର ଆକାର ,ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ…..

ଦର୍ଶକ ବନ୍ଧୁ ଯଦି ଆମେ ଭାରତ କୁ ଏକ ରହସ୍ୟମୟ ଦେଶ ବୋଲି କହିବା ସେଥିରେ କିଛି ଭୁଲ ହେବ ନାହିଁ | କାରଣ ଭାରତ ଏକ ଆଶ୍ଚର୍ଯ୍ୟ ମୟ ଦେଶ ବୋଲି ପ୍ରମାଣ ମିଳି ସାରିଛି | ଭାରତର ସଂସ୍କୃତି ଓ ପରାମ୍ପରା ଭିତରେ ଏମିତି କିଛି ଲୁକାୟିତ ରହସ୍ୟ ମାନ ଭରି ରହିଛି ଯାହା ପ୍ରତ୍ୟକ ଦିନ ସମସ୍ତ ଙ୍କୁ ଚକିତ କରୁଛି | ହୁଏତ ଭାରତର ଏମିତି ପ୍ରତ୍ନତ୍ବତ ମାନଙ୍କ ସମତେ ବୈଜ୍ଞାନିକ ମାନଙ୍କ ପାଇଁ ମଧ୍ୟ ଜାଣିବା ବହୁତ କଷ୍ଟ ସାଧ୍ୟ ରହିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଦକ୍ଷିଣ ଭାରତ ର ଏମିତି ଏକ ରାହାସ୍ୟମୟୀ ମନ୍ଦିର ବିଷୟରେ ଜାଣିବା | ଯାହାର ମୃତ୍ତି ର ଆକାର ର ବର୍ଷକୁ ବର୍ଷ ବଢିବାରେ ଲାଗୁଛି | ତେଵେ ଏହି ମନ୍ଦିର ଟି ହେଉଛି ଭଗବାନ ଶିବ ଓ ମାତା ପାର୍ବତୀଙ୍କର |
ତେବେ ଯେଉଁଠାରେ ଭଗବାନ ଶିବ ଙ୍କର ଆବାହନ କାଳରୁ ତାଙ୍କର ବାହାନ ନନ୍ଦୀ ଙ୍କର ଏକ ପ୍ରତି ମୃତ୍ତି ଗଢ଼ାଯାଇଛି | ଯେଉଁ ନନ୍ଦୀଙ୍କ ପ୍ରତିମୂର୍ତ୍ତି ଟି ଦିନକୁ ଦିନ ଆପେ ଆପେ ବଢିବାରେ ଲାଗିଛି | ତେବେ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନ୍ଦିର ର ନନ୍ଦୀ ଧୀରେ ଧୀରେ ଏପରି ବଢିବା ରେ ଲାଗିଛନ୍ତି ଯେ ଯାହା ପାଇଁ ମନ୍ଦିରର ଏକ ସ୍ତମ୍ଭ କୁ ହଟାଇବାକୁ ପଡିଥିଲା | ତେବେ ଏହି ମନ୍ଦିରଟି ରହିଛି ଦକ୍ଷିଣ ଭାରତ ଆନ୍ଧ୍ରପ୍ରଦେଶ ର କୃନୁଲ ଠାରେ ଅବସ୍ଥିତ | ଯାହାର ନାମ ରହିଛି ଶ୍ରୀ ବ୍ୟଙ୍ଗତି ଉମାମହେଶ୍ୱର ମନ୍ଦିର | ଏଠାରେ ଥିବା ମହାଦେବ ଙ୍କ ବାହାନ ନନ୍ଦୀଙ୍କର ଆକାର ଦିନକୁ ଦିନ ବଢିବାରେ ଲାଗିଛି | ତେବେ ତାଙ୍କର ଏହି ମୃତ୍ତି ଏତେ ବୃଦ୍ଧି ପାଉଛି ଯେ ରାସ୍ତାରେ ଥିବା କିଛି ସ୍ତମ୍ଭ କୁ ମଧ୍ୟ ହଟାଇବାକୁ ପଡିଛି |


ପଞ୍ଚଦଶ ଶତାବ୍ଦୀ ରେ ବିଜୟା ନଗର ସାମ୍ରାଜ୍ୟର ସଙ୍ଗମ ରାଜ୍ୟର ରାଜା ହରିହର ଦୁକା ରାୟ ଏହି ମନ୍ଦିର କୁ ନିର୍ମାଣ କରିଥିଲେ | ଯେଉଁ ମନ୍ଦିର ହାଇଦ୍ରାବାଦରୁ 308 କି.ମି ଦୂର ଏବଂ ବିଜୟବାଡା ଠାରୁ 359 କି. ମି ଦୂରରେ ରହିଛି | ଯାହା ପ୍ରାଚୀନ କାଳ ର ଶାସକଙ୍କ ପରମ୍ପରା କୁ ପ୍ରତିନିତ କରିଥାଏ | ତେବେ ଇତିହାସ ଅନୁଯାୟୀ ଭଗବାନ ଶଙ୍କର ଓ ମାତା ପାର୍ବତୀ ଙ୍କୁ ସମ୍ମୁଖରେ ଥିବା ତାଙ୍କର ବାହାନ ନନ୍ଦୀଙ୍କ ପ୍ରତିମୃତ୍ତି ପୂର୍ବ ରୁ ଅତ୍ୟନ୍ତ ଛୋଟ ଥିଲା | ତେବେ ବୈଜ୍ଞାନିକ ମାନଙ୍କ କହିବା କଥା ଅନୁଯାୟୀ ପ୍ରତି 20 ବର୍ଷ ରେ ନନ୍ଦୀ ଙ୍କ ମୃତ୍ତି 1 ଇଞ୍ଚ ବଢିବାର ଲାଗିଛି |

ବୈଜ୍ଞାନିକ ମାନେ ଏକଥା ମଧ୍ୟ କହିଛନ୍ତି ଯେ ମନ୍ଦିରଟି ଯେଉଁ ମାଟିରେ ତିଆରି ହେଇଛି ତାହା ବର୍ଷା କୁ ବିସ୍ତାର ହେଇଥାଏ | ଏବଂ ମନ୍ଦିର ଭିତରେ ଥିବା ନନ୍ଦୀ ଙ୍କ ମୃତ୍ତି ମଧ୍ୟ ଏହି ମାଟିରେ ତିଆରି ହେଇଛି ଯାହା ପାଇଁ ନନ୍ଦୀଙ୍କ ଆକାର ମଧ୍ୟ ବଢିବା ରେ ଲାଗିଛି | ତେବେ ଲୋକମାନଙ୍କ କହିବା କଥା ଅନୁଯାୟୀ ଏହି ମନ୍ଦିର ରେ କାଉ ବସିବାକୁ ନେଇ ଏକ ଅଭିଶାପ ରହିଛି | କୁହା ଯାଏ ଯେ ଯେତେବେଳେ ଅଗସ୍ତ୍ୟ ଋଷି ତପସ୍ୟା କରୁଥିଲେ ସେତେବେଳେ କାଉ ମାନେ ଆସି ତାଙ୍କୁ ହାଇରାଣ କରୁଥିଲେ ସେଥିପାଇଁ ଅଗସ୍ତ୍ୟ ଋଷି ଅଭିଶାପ ଦେଇଥିଲେ | ଯେହେତୁ ଶନିଦେବ ଙ୍କ ବାହାନ କାଉ ତେଣୁ ଶନିଦେବ ଙ୍କୁ ମଧ୍ୟ ଏଠାରେ ପୂଜା କରାଯାଏ ନାହିଁ |

ତେବେ ଏହା ଥିଲା ରହସ୍ୟମୟ ମନ୍ଦିର ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment