jyotish Shstra – ମରିଯିବେ ପଛେ ସୋମବାର ଦିନ ଭୁଲରେବି ଏହି 5 ଟି କାମ କରନ୍ତୁ ନାହିଁ , ନଚେତ ପରିବାରକୁ ମାଡିଆସିବ ଭୟଙ୍କର ଦାରିଦ୍ର୍ୟତା ….

ତେବେ ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ତେତିଶ କୋଟି ଦେବା ଦେବୀ ଙ୍କୁ ଲୋକ ମାନେ ପୂଜା ଅର୍ଚନା କରିଥାନ୍ତି | ତେବେ ଏହି ପୂଜା ଅର୍ଚନା କରିବା ପାଇଁ ହେଲେ ଆମକୁ ଅନେକ କଥା ଜାଣିବାର ଆବଶ୍ୟକତା ରହିଛି | ଆଉ ସୋମବାରରେ କେଉଁ ଦେବତା ଙ୍କୁ ପୂଜା କରିବା ଓ ତାହା ସହିତ ଯେଉଁ ଦେବତାଙ୍କୁ ପୂଜା କରିବା ଯୋଗୁ ଆମର ଶୁଭ ଫଳ ମିଳିଥାଏ , ତାହା ସହିତ ସୋମବାର ଦିନ କେଉଁ ସବୁ କାମ କରିବା ଯୋଗୁ ତାହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |

ତେବେ ଆମେ ଜାଣିଛୁ କି ସୋମବାର ହେଉଛି ଶିବ ଆଉ ଚନ୍ଦ୍ର ଙ୍କ ବାର | ଆଉ ସେହି ଦିନ ବିଶେଷ କରିକି ଲୋକ ମାନେ ଶିବ ଙ୍କ ମନ୍ଦିରକୁ ଯାଇକି ପୂଜା ପାଠ କରିବା ସହିତ ଶିବ ଙ୍କର ଆରାଧନା କରିବା ର ଆବଶ୍ୟକତା ରହିଛି | ଆଉ ଯାହା କୁହାଯାଉଛି କି ଏହି ସୋମବାର ଦିନ ଟିକୁ ବିଶେଷ କରିକି ମହିଳା ମାନେ ସେମାନଙ୍କର ପାରିବାରିକ ସୁଖ ଆଉ ଶାନ୍ତି ପାଇଁ ପୂଜାପାଠ କରୁଥିବା ବେଳେ,ଅବିବାହିତ ଝିଅ ମାନେ ଭଲ ବର ପାଇବା ପାଇଁ କରିଥାନ୍ତି ବୋଲି କୁହାଯାଏ | ତେବେ ଏହି ସୋମବାର ଦିନ କଣ ସବୁ କରିଲେ ଆମର ଭଲ ଆଉ ଶୁଭ ହୋଇଥାଏ ଓ କେଉଁ ସବୁ କାମ କରିଲେ ଆମର ଅଶୁଭ ହୋଇଥାଏ ସେ ବିଷୟରେ ଆସନ୍ତୁ ଜାଣିବା |
କଣ କରିଲେ ଶୁଭ ହୋଇଥାଏ :-
ତେବେ କୁହାଯାଉଛି କି ସୋମବାର ହେଉଛି ଶିବ ଙ୍କର ବାର, ଆଉ ଯେଉଁଥିପାଇଁ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁକି ଧଳା ଜିନିଷ ର ବ୍ୟବହାର କରିବା ଆବଶ୍ୟକ ହୋଇଥାଏ | ତେବେ ବିଶେଷ କରିକି ଧଳା ରଙ୍ଗର ଶାଢ଼ୀ କୁ ପିନ୍ଧିକି ମନ୍ଦିର ଯିବା ଓ ଧନ ଫୁଲରେ ଶିବ ଙ୍କ ଆରାଧନା କରିବା ର ଆବଶ୍ୟକତା ରହିଛି | ଆଉ ଶିବ ଙ୍କ ପୂଜାକରିବା ସହିତ ମହା ମୃତୁଞ୍ଜୟ ମନ୍ତ୍ର ପାଠ କରିବା ଯୋଗୁ ଆମର ଜୀବନରେ ସଫଳତା ମିଳିଥାଏ ବୋଲି ମଧ୍ୟ କୁହାଯାଉଛି |ତେବେ ଯଦି ଆମେ ସୋମବାର ଦିନ ଘରୁ ବାହାରକୁ ଯିବା ବେଳେ ଆଇନାରେ ମୁହଁ ଦେଖିକି ଯିବା ତ ଶୁଭ ଫଳ ମିଳିଥାଏ | ତେବେ ଏହା ଛଡା ଶିବ ଙ୍କ ପୂଜା ସହିତ ନନ୍ଦୀ ଙ୍କର ମଧ୍ୟ ପୂଜା କରିବାର ଆବଶ୍ୟକତା ରହିଛି |

ସୋମବାର ଦିନ କଣ କରିବା ଆମ ପାଇଁ ଅଶୁଭ ହୋଇଥାଏ :-
ତେବେ କୁହାଯାଉଛି କି ସୋମବାର ଦିନ ବିଶେଷ କରିକି କଳା ରଙ୍ଗର ବସ୍ତ୍ର କୁ ପିନ୍ଧିକି ଶିବ ଙ୍କ ମନ୍ଦିରକୁ ଯିବା ଅଶୁଭ ହୋଇଥାଏ | ତେବେ ଏହା ବ୍ୟତୀତ ଶିବ ଙ୍କ ଉପରେ କ୍ଷୀର ଢ଼ାଳିବା ଉଚିତ କିନ୍ତୁ ଚନ୍ଦନ ଦେବା ଅନୁଚିତ | ଏହା ବ୍ୟତୀତ ସୋମବାର ଦିନ ଝିଅ ବୋହୂ ମାନେ ମୁଣ୍ଡ ଧୋଇଲେ ତାହା ଅଶୁଭ ହୋଇଥାଏ | ଅନ୍ୟର ଅମଙ୍ଗଳ ସହିତ କାହାରି ପାଇଁ କେବେ ଖରାପ ଚିନ୍ତା କରିବା ଉଚିତ ନୁହଁ ବୋଲି କୁହାଯାଉଛି ଏହି ସୋମବାର ଦିନ | ନିତ୍ୟ ପୂଜା ରେ କେତକୀ, କୁମକୁମ, ତୁଳସୀ, ଖଣ୍ଡିତ ବେଲ ପତ୍ର, ଗଡି ଚାଉଳ ଅର୍ପଣ କରିବା ଅନୁଚିତ ଓ ଆମିଷ ମଧ୍ୟ ଖାଇବା ଉଚିତ ନୁହଁ ବୋଲି କୁହାଯାଉଛି |ତେବେ ଏହା ଥିଲା ସୋମବାର ଦିନ କଣ କରିବା ଉଚିତ ଆଉ କେଉଁ ଦେବା ଦେବୀ ଙ୍କୁ ପୂଜା କରିବା ଆବଶ୍ୟକ ତାହା ବିଷୟରେ ସମ୍ପୂର୍ଣ୍ଣ କଥା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment