ସୋନିଆ ଗାନ୍ଧୀ ଦେଲେ ଚରମ ବାଣୀ !! ପ୍ରଧାନମନ୍ତ୍ରୀ ପୂରା ଦେଶର, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ, ନଚେତ ଭୟଙ୍କର

0

ଦେଶ ଭିତରେ ବିଭିନ୍ନ ସମୟରେ ଅନେକ ପ୍ରସଙ୍ଗକୁ ନେଇ ରାଜନୀତି ଚର୍ଚ୍ଚାରେ ରହିଥାଏ ଏବଂ ସମୟକ୍ରମେ ଆଲୋଚନାର ବିଷୟ ପାଲଟିଥାଏ। ତେବେ ସେହିପରି ଏକ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଆଉ ଏହି ପ୍ରସଙ୍ଗ ହେଉଛି ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ନେଇ। ତେବେ ଏହାକୁ ନେଇ ପଞ୍ଜାବ ମୂଖ୍ୟମନ୍ତ୍ରୀ ଏବଂ ଭାରତିୟ ଜନତା ପାର୍ଟି ଭିତରେ ଚାଲିଛି ରାଜନୈତିକ ବୟାନବାଜି। ଏହାରି ଭିତରେ ଉଭୟ ପଞ୍ଜାବ ସରକାର୍ ଏବଂ ବିଜେପି ଭିତରେ ଚାଲିଥିବା ତୁମ୍ଭୀ ତୋଫାନ ଭିତରେ ମୁହଁ ଖୋଲିଛନ୍ତି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

ଯାହା ଜଣା ପଡ଼ିଛି ପଞ୍ଜାବ ର ମୂଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ସହ କଥା ହୋଇଛନ୍ତି ସୋନିଆ ଗାନ୍ଧୀ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଙ୍କ କହିବା କଥା ଯେ ସେ କୌଣସି ପ୍ରକାର ତ୍ରୁଟି କରି ନାହାଁନ୍ତି ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥାରେ। କିନ୍ତୁ ବିଜେପି ପକ୍ଷରୁ କୁହା ଯାଉଛି ଯେ ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଛି ଏବଂ ଏଥିପାଇଁ ଚରଣଜିତ୍ ସିଂ ଚନ୍ନି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।ଏହାସହ ଏସବୁ ତ୍ରୁଟି ଥିବା ନେଇ ପରସ୍ପର ଭିତରେ ହେଉଥିବା ବୟାନ ବାଜି ଭିତରେ କଂଗ୍ରେସର ହାଇକମାଣ୍ଡ ତଥା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରି ଏହା କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲାର ପୂରା ଧ୍ୟାନ ରଖିବା ଆବଶ୍ୟକ ଅଟେ।

କେବଳ ଏତିକି ନୁହେଁ ସୋନିଆ ଗାନ୍ଧି କହିଛନ୍ତି ଯେ ଯିଏବି ଏହି ଘଟଣାରେ ଦୋଷୀ ତା ଉପରେ ତଦନ୍ତ କରାଯାଇ ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଆବଶ୍ୟକ ଅଟେ। କାରଣ ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ନୁହେଁ,ସେ ହେଉଛନ୍ତି ସାରା ଦେଶର। ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥାରେ ଉଚିତ୍ ଧ୍ୟାନ ନେବା ଆବଶ୍ୟକ ଅଟେ। ଏଥିରେ ତ୍ରୁଟି ହେବା ଆଦୌ ଠିକ୍ ନୁହଁ କିମ୍ୱା ଗ୍ରହଣୀୟ ନୁହେଁ। ତେବେ ସୋନିଆ ଗାନ୍ଧୀ ଙ୍କ ସହ ଆଲୋଚନା କରି କଥା ହେବା ପରେ ଚରଣଜିତ ସିଂ କହିଛନ୍ତି ଯେ ଉକ୍ତ ଘଟଣାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରା ଯାଇଛି ଏବଂ ଏହା ଦୁଇ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିର ବିଫଳତା ଅଟେ।

ସେ ପଞ୍ଜାବ ପୋଲିସ୍ କୁ ସୁରକ୍ଷା ଦେଇ କହିଛନ୍ତି ଯେ ଏଥିରେ ପୋଲିସ୍ ର ଭୂମିକା କିଛି ନାହିଁ।କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଇବି ମୁଖ୍ୟ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ଥିଲେ କିନ୍ତୁ ସକାଳେ ଯେତେବେଳେ କିଛି ଲୋକ ଆସି ସଡକ ଉପରେ ବସିଗଲେ, ସେତେବେଳ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଗଲା। ଆଉ ଯେଉଁ ସ୍ଥାନକୁ ପ୍ରଧାନମନ୍ତ୍ରୀଙ୍କ ଆସିବାର ଥିଲା ତାହା ବିଏସଏଫ ଅଧିକାର କ୍ଷେତ୍ରରେ ଆସୁଥିଲା ବୋଲି ସେ କହିଛନ୍ତି। ତେଣୁ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।