ଭାଇ ର କୋହ ଭରା ଦୁଃଖ ! ସୌମ୍ୟ ଭାଇ ବାହାଘରର ଭୋଜି କରିଥାନ୍ତୁ, କିନ୍ତୁ ଏକାଦଶ ଭୋଜି କରୁଛୁ : ସେ ଝିଅ ଜେଲ୍ ଯିବା ଆବଶ୍ୟକ , ସେ ଝିଅ କୁ ଆମେ ଏମିତି କରିବା ସେ ଯେମିତି ……ଶୁଣନ୍ତୁ ପୁରା କଥା

0

ଧିରେ ଧିରେ ବଢିବାରେ ଲାଗିଛି ମୃତ ସୌମ୍ୟ ରଞ୍ଜନ ପାଣିଗ୍ରାହି ଙ୍କ ମୃତ୍ୟୁ ମାମଲା। ଯାହାକୁ ନେଇ ଅନେକ ଆଲୋଚନା ଏବଂ ସମାଲୋଚନା ହେବାରେ ଲାଗିଛି। ଅନେକ ବୟାନ ବାଜି ଏବଂ ଆରୋପ ପ୍ରତ୍ୟାରୋପ ଭିତରେ ଏହି ଖବର ଏବେ ବହୁତ୍ ଚର୍ଚ୍ଚାରେ ରହିଛି। ସାମାଜିକ ଗଣମାଧ୍ୟମ ଗୁଡିକରେ ମଧ୍ଯ ଏହି ଖବର ଏବେ ସାମ୍ନାରେ ରହୁଥିବା ଦେଖିବାକୁ ମିଳୁଛି। ତେବେ ଓଡିଶାର ଏକ ଚର୍ଚ୍ଚିତ ଖବର ପାଲଟି ଥିବା ମଡେଲ ସୌମ୍ୟ ରଞ୍ଜନ ଙ୍କ ଆତ୍ମହତ୍ୟା ଘଟଣା ରେ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ରେ ପହଞ୍ଚି ପାରିନାହିଁ ପୋଲିସ୍। ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ପ୍ରେମ ପ୍ରତାରଣା କୁ ନେଇ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି।

ଆଉ ପ୍ରେମିକା ର ଧୋକା, ପ୍ରତାରଣା ପାଇଁ ପ୍ରେମିକର ଜୀବନ ଚାଲି ଯାଇଥିବା ମଧ୍ଯ ମୃତ ସୌମ୍ୟ ରଞ୍ଜନ ପାଣିଗ୍ରାହି ଙ୍କ ଶୁଇସାଇଡ ନୋଟ୍ ରେ ସ୍ପଷ୍ଟ ରହିଛି। ତେବେ ଏହି ମୃତ ମଡେଲ ତଥା ଯୁବ ବ୍ୟବସାୟୀ ତାଙ୍କ ହାତ ଲେଖା ସୁଇସାଇଡ ଚିଠିରେ ସେ ବହୁତ୍ କିଛି କଥା ଲେଖି ଦେଇ ଯାଇଛନ୍ତି। ଆଉ ଏଥିରେ ସେ ଉକ୍ତ ଯୁବତୀଙ୍କ ନାମ ମଧ୍ଯ ଲେଖିଛନ୍ତି। ସୌମ୍ୟ ଗତ ଦୁଇବର୍ଷ ହେବ ଜଣେ ଗାୟିକା ସୋନାଲି ନନ୍ଦଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ବିବାହ ବି ସ୍ଥିର ହୋଇ ଯାଇଥିଲା। ହେଲେ ପ୍ରେମିକାଙ୍କ ପ୍ରତାରଣା ଶେଷରେ ଜଣେ ମଡେଲଙ୍କ ପ୍ରାଣ ନେଇଗଲା।

ତେବେ ସୌମ୍ୟଙ୍କ ନିକଟରୁ ମିଳିଥିବା ସୁଇସାଇଡାଲ ନୋଟ୍‌ରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଥିଲେ ମଧ୍ୟ ପ୍ରେମିକାଙ୍କ ପ୍ରତାରଣା ପାଇଁ ପୁଅର ଜୀବନ ଯାଇଥିବା ବାପା ସୁଧାକର ପାଣିଗ୍ରାହୀ ଏବଂ ପରିବାରର ଅନ୍ୟ ସଦସ୍ୟ କହିଛନ୍ତି। ଏବଂ ଏହି ଘଟଣାର ଉପଯୁକ୍ତ ତଦନ୍ତ ହୋଇ ତାଙ୍କୁ ନ୍ୟାୟ ମିଳୁ ବୋଲି ପରିବାର ଲୋକେ କହିଛନ୍ତି। କିନ୍ତୁ ଏଯାବତ୍ ସେହି ଯୁବତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ। ଆଉ ଏହି ସମୟରେ ମୃତ ସୌମ୍ୟ ରଞ୍ଜନ ଙ୍କ ଜଣେ ଭାଇ ଅଙ୍କିତ ମିଶ୍ର କହିଛନ୍ତି ଯେ ସେ ଝିଅ ଜେଲ୍ ଯିବା ଆବଶ୍ୟକ। ଆମେ ସୌମ୍ୟ ଭାଇଙ୍କ ବାହାଘରରେ ଭୋଜି କରିଥାଆନ୍ତୁ କିନ୍ତୁ ଏକାଦଶାହ କର୍ମ ପାଲୁଛୁ।

ସେ କହିଛନ୍ତି ଭାଇର ଏହି ନିଷ୍ପତି ଠିକ୍ ନୁହେଁ କିନ୍ତୁ ବହୁତ୍ କଷ୍ଟ ହେବା ପରେ ସେ ଏଭଳି ନିଷ୍ପତ୍ତି ନେଇଛି।ସେ ଝିଅ ଘରେ ପରିବାର ସଦସ୍ୟଙ୍କ ଆଗରେ ଏପରି କଥା କହି ପାରୁଛି ଯେ ତୁ ଯାହା ବି କଲେ ମୋର ଫରକ ପଡ଼ିବନି ତାମନେ ସେ ଝିଅର କେତେ ସାହାସ ଏବଂ କିପରି ଚରିତ୍ର ତାହା ଜଣା ପଡି ଯାଉଛି। ତାଙ୍କୁ ଜେଲ ହେବା ଆବଶ୍ୟକ। ତାଙ୍କ ପାଇଁ ଆଜି ଆମ ଭାଇଙ୍କ ଜୀବନ ଯାଇଛି ବୋଲି ସେ କହିଛନ୍ତି। ଯାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।