ମହା ଖୁଲାସା ! ସୌମ୍ୟଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ସୋନାଲିଙ୍କ EX ବୟଫ୍ରେଣ୍ଡ ଅଜୟ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ଜାଣିଥିବେ ଏବେ ଓଡିଶାର ଏକ ଚର୍ଚ୍ଚିତ ଖବର ପାଲଟିଚି ମଡେଲ ସୌମ୍ୟ ରଞ୍ଜନ ଙ୍କ ଆତ୍ମହତ୍ୟା ଘଟଣା। ପ୍ରେମ ପାଇଁ ସେ ତାଙ୍କର ଜୀବନ ଦେଇ ଦେଇଛନ୍ତି।ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମ ପ୍ରତାରଣା କୁ ନେଇ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି। ପ୍ରେମିକା ର ଧୋକା, ପ୍ରତାରଣା ପାଇଁ ଚାଲି ଯାଇଛି ପ୍ରେମିକର ଜିବନ। ଯାହା ପ୍ରେମିକ ପାଖରୁ ମୃତ୍ୟୁ ପରେ ମିଳିଥିବା ସୁଇସାଇଡ ନୋଟ୍ ରେ ସ୍ପଷ୍ଟ ଭାବରେ ଲେଖା ଯାଇଛି। ତେବେ ଏହି ମୃତ ମଡେଲ ଜଣଙ୍କ ହେଉଛନ୍ତି ସୌମ୍ୟରଞ୍ଜନ ପାଣିଗ୍ରାହୀ ଯିଏକି ଜଣେ ଯୁବ ବ୍ୟବସାୟୀ।

ତାଙ୍କ ହାତ ଲେଖା ସୁଇସାଇଡ ଚିଠିରେ ସେ ବହୁତ୍ କିଛି କଥା ଲେଖି ଦେଇ ଯାଇଛନ୍ତି। ଆଉ ଏଥିରେ ସେ ଉକ୍ତ ଯୁବତୀଙ୍କ ନାମ ମଧ୍ଯ ଲେଖିଛନ୍ତି। ତେବେ ଯାହା ଜଣା ପଡ଼ିଛି ସୌମ୍ୟ ଗତ ଦୁଇବର୍ଷ ହେବ ଜଣେ ଗାୟିକା ସୋନାଲି ନନ୍ଦଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ବିବାହ ବି ସ୍ଥିର ହୋଇ ଯାଇଥିଲା। ହେଲେ ପ୍ରେମିକାଙ୍କ ପ୍ରତାରଣା ଶେଷରେ ଜଣେ ମଡେଲଙ୍କ ପ୍ରାଣ ନେଇଗଲା। ତେବେ ଗତ ରବିବାର ଦିନ ରାତିରେ ସେ ତାଙ୍କ ରୁମ୍‌କୁ ଯାଇ ଶୋଇଥିଲେ। ସୋମବାର ସକାଳେ ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ପରିବାର ଲୋକେ କବାଟ ଭାଙ୍ଗି ଦେଖିବା ବେଳକୁ ସୌମ୍ୟ ଫ୍ୟାନରେ ଝୁଲୁଥିଲେ।

ତେବେ ସୌମ୍ୟଙ୍କ ନିକଟରୁ ମିଳିଥିବା ସୁଇସାଇଡାଲ ନୋଟ୍‌ରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଥିଲେ ମଧ୍ୟ ପ୍ରେମିକାଙ୍କ ପ୍ରତାରଣା ପାଇଁ ପୁଅର ଜୀବନ ଯାଇଥିବା ବାପା ସୁଧାକର ପାଣିଗ୍ରାହୀ କହିଛନ୍ତି। ଏବଂ ଏହି ଘଟଣାର ଉପଯୁକ୍ତ ତଦନ୍ତ ହୋଇ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି। କିନ୍ତୁ ସୁଇସାଇଡ ରେ ଯେଉଁ ଯୁବକଙ୍କୁ ସେ କ୍ଷମା ମାଗିଛନ୍ତି ତାଙ୍କର ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି।ସେ ଯୁବକ ଜଣଙ୍କ ହେଉଛନ୍ତି ସୋନାଲି ଙ୍କ ଏକ୍ସ୍ ବୟଫ୍ରେଣ୍ଡ୍ ଅଜୟ। ଅଜୟ କହିଛନ୍ତି ସୌମ୍ୟ ର ଶେଷ ମେସେଜ ଏବଂ କଲ୍ ତାଙ୍କ ପାଖକୁ ଆସିଥିଲା। କିନ୍ତୁ ସେ ଶୋଇ ପଡ଼ିଥିବାରୁ କଲ୍ ଉଠାଇ ପାରି ନଥିଲେ।

ମେସେଜ ରେ ସୌମ୍ୟ ତାଙ୍କୁ ଭୁଲ ମାଗିଥିଲେ ଏବଂ ତାଙ୍କୁ କ୍ଷମା କରିଦେବାକୁ କହିଥିଲେ। ତେବେ ସୌମ୍ୟଙ୍କ କଲ୍ ଉଠାଇ ଦେଇଥିଲେ ଆଜି ସେ ହୁଏତ ବଞ୍ଚି ଯାଇଥାନ୍ତେ ବୋଲି ଅଜୟ କହିଛନ୍ତି। ସୌମ୍ୟ ଆସିବା ପରେ ସୋନାଲି ଏବଂ ଅଜୟଙ୍କ ଭିତରେ ବ୍ରେକଅପ୍ ହୋଇଛି ଭାବି ସୌମ୍ୟ ନିଜକୁ ଦୋଷୀ ମନେ କରୁଥିବାରୁ ସେ ଅଜୟଙ୍କୁ ଏପରି ଭୁଲ୍ ମାଗୁଥିବା କହିଛନ୍ତି ଅଜୟ। କିନ୍ତୁ ଅଜୟ ଏବଂ ସୋନାଲିଙ୍କ ବ୍ରେକ ଅପ୍ ଦୁଇଜଣଙ୍କ ବୁଝାମଣା ରେ ହୋଇଥିଲା।ଏହାଛଡ଼ା ସେ କହିଛନ୍ତି ଯେ ସୌମ୍ୟ ଜଣେ ଭଲ, ସ୍ଵାଭିମାନୀ ପିଲା।ସେ ଏମିତି କାହିଁକି କଲା ତାହା ତାଙ୍କୁ ଆଶ୍ଚର୍ୟ୍ଯ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।