ମୋଟାପଣ ଏମିତି ଏକ ସମସ୍ୟା ହୋଇଥାଏ , ଯାହା ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ର କାରକ ବୋଲି କୁହାଯାଏ । ମୋଟାପଣ ପାଇଁ ଲୋକମାନେ ବିଭିନ୍ନ ପ୍ରାକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଜିମ ଯାଇଥାନ୍ତି ଏବଂ ବିଭିନ୍ନ ପ୍ରାକର ମେଡିସିନ ମଧ୍ୟ ସେବନ କରିଥାନ୍ତି । କିନ୍ତୁ ଏଥିରେ ବିଶେଷ କିଛି ଉପଶମ ମିଳି ନଥାଏ , ଲକଡାଉନ ସମୟରେ ଲୋକମାନେ ଘରେ ଏହି ସବୁ ସମସ୍ୟା ଫେସ କରିବା ପାଇଁ ପଡୁଥିଲା । ତେଣୁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ଆପଣଙ୍କ ପେଟ ଓ ଅଣ୍ଟାର ଚର୍ବି କମ କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।
ପ୍ରସ୍ତୁତି ପ୍ରାଣାଳୀ :-
ପ୍ରଥମେ ଆପଣ ସାତରୁ ଆଠ ଗୋଟି ରସୁଣ କୋଷି ନିଅନ୍ତୁ ଏବଂ ତାହାକୁ ଭଲ ଭାବରେ ଛୋଡେଇ ଦିଅନ୍ତୁ । ଆପଣ ମାନେ ଚାହିଁଲେ ଦେଶୀ ରସୁଣର ବ୍ୟବହାର କରି ପାରିବେ ଏହା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଯଦି ଆପଣ ମନେ ଦେଶୀ ରସୁଣର ପ୍ରୟୋଗ କରୁଛନ୍ତି , ତେବେ 15 ରୁ 16 ଗୋଟି ଛୋଟ ଗଳା ରସୁଣ ନିଅନ୍ତୁ । କୁହାଯାଏ ରସୁଣରେ ବହୁତ ଶୀଘ୍ର ୱେଟଲସ ହୋଇଥାଏ । ତେବେ ଆପଣ ମାନେ ନେଇଥିବା ଆଠ ଗୋଟି ରସୁଣକୁ କଢେଇରେ ଟିକିଏ ଗରମ କରି ନିଅନ୍ତୁ । ଆପଣ ମାନେ ଚାହିଁଲେ ଗୋଟା ରସୁଣକୁ ଗରମ କରି ତାର ଚୋପା ବାହାର କରିପାରିବେ ।
ବ୍ୟବହାର ପ୍ରଣାଳୀ :-
ପ୍ରଥମେ ଆପଣ ଏକ ଗ୍ଲାସ ଗରମ ପାଣି ନିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ ହନି ର ପ୍ରୟୋଗ କରନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଏବଂ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ରସୁକୁ ଥଣ୍ଡା କରି ନିଅନ୍ତୁ । ଏହି ଉପଚାର ଟିକୁ ସକାଳେ ଖାଲିପଟରେ ସେବନ କରନ୍ତୁ , ପ୍ରଥମେ ଆପଣ ଗରମ କରି ରଖିଥିବା ରସୁଣକୁ ଖାଲି ପେଟରେ ଚୋବଇ ଚୋବାଇ ଖାଆନ୍ତୁ । ରସୁଣ ଖାଇ ସାରିବା ପରେ ପ୍ରସ୍ତୁତ କରି ରଖିଥିବା ହନି ମିଶ୍ରିତ ପାଣି ର ସେବନ କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ଏହି ଉପଚାରର ସେବନ ପରେ ଆପଣ 40 ମିନିଟ ପର୍ଯ୍ୟନ୍ତ ପେଟକୁ ଖାଲି ରଖିବେ ଅର୍ଥାତ୍ କୌଣସି ଖାଦ୍ୟ ବା ମେଡିସିନ ସେବନ କରିବେ ନାହିଁ ।
ଏହିପରି ଆପଣ ସାତ ଦିନ ବ୍ୟବହାର କରନ୍ତୁ , ଦେଖିବେ ଆପଣଙ୍କ ଶରୀରର ଚର୍ବି ବରଫ ପରି ତରଳି ଯିବ । ଆପଣଙ୍କୁ ବହୁତ ହାଲକା ମଧ୍ୟ ଫିଲ ହେବ । ଏଥିରେ କୌଣସି ପ୍ରକାର ସାଇଟ ଇଫେକ୍ଟ ନାହିଁ । ଏହି ସବୁ ଜିନିଷ ଆପଣଙ୍କୁ ଅତି ସହଜରେ ଘରେ ମିଳିଯିବ , ଏଥିରେ ଆପଣଙ୍କୁ କୌଣସି ପ୍ରକାର ଅର୍ଥ ମଧ୍ୟ ଖର୍ଚ୍ଚ କରିବାକୁୂ ପଡିବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।