ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ଶ୍ରାବଣ ମାସକୁ ଆମେ ବିଶେଷ କରିକି ଧର୍ମ ର ମାସ ବୋଲି ମାନିଥାଉ | ଆଉ ଏହି ମାସରେ ଲୋକ ମାନେ ବିଭିନ୍ନ ପ୍ରକାରର ବାର ଆଉ ଓଷା କରିଥାନ୍ତି | କିନ୍ତୁ ବିଶେଷ କରି ଶ୍ରାବଣ ମାସକୁ ଶିବ ଙ୍କର ମାସ ବୋଲି କୁହାଯାଇଥାଏ କାରଣ ଏହି ଶ୍ରାବଣ ମାସରେ ଲୋକ ମାନେ ଶିବ ଙ୍କର ବାର ଓ ଅଶା କରିବା ସହିତ ଶିବ ମନ୍ଦିରକୁ ଯାଇକି ପାଣି ଆଣିକି ଜଳା ଅଭିଷେକ ମଧ୍ୟ କରିଥାନ୍ତି | ଆଉ ଯାହା ଯୋଗୁଁ ଲୋକ ମାନେ ବହୁତ ପୁଣ୍ୟ ମଧ୍ୟ ଅର୍ଜନ କରିଥାନ୍ତି | ତେବେ ଏହି ଶ୍ରାବଣ ମାସରେ ଶିବ ଙ୍କ ପୂଜା କରିବା ସହିତ ଆହୁରି ବି କିଛି ନିୟମ ରହିଛି ଯାହାକୁ ଯଦି ଆପଣ ମାନେ ନ ମାନିବେ | ତାହେଲେ ଆପଣଙ୍କର ଶାରୀରିକ ତଥା ମାନସିକ ଅସୁବିଧା ମଧ୍ୟ ହୋଇଥାଏ | ଆସନ୍ତୁ ତାହେଲେ ସେ ବିଷୟରେ ଆଲୋଚନା କରିବା |
ଶ୍ରାବଣ ମାସରେ କଣ କରିବା ଅନୁଚିତ :-
1- ଶ୍ରାବଣ ମାସରେ ଆପଣ ମାନେ ସବୁବେଳେ ଶିବଙ୍କୁ ମନ ଲଗାଇ ପୂଜା ଆଉ ଆରାଧନା କରିବା ସହିତ ଶିବ ମନ୍ଦିରକୁ ମଧ୍ୟ ଯିବେ, ଆଉ ଶିବଙ୍କ ମୁଣ୍ଡରେ ପାଣି ଢାଳିବେ | କିନ୍ତୁ ଭୁଲ ରେ ବି ଏହି ଶ୍ରାବଣ ମାସରେ ଆମିଷ ଖାଇବେ ନାହିଁ | ଯଦି ଆପଣ ଆମିଷ ଖାଇବେ ତାହେଲେ ଆପଣଙ୍କ ଠାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେବ |
2- ଏହି ମାସରେ ଆପଣ ପିଆଜ ଆଉ ରସୁଣ ଖାଇବେ ନାହିଁ କାରଣ ଆମେ ଜାଣିଛୁ କି ଭଗବାନ ବିଷ୍ଣୁ ରାହୁଙ୍କୁ ନିଜ ଚକ୍ରରେ କାଟିଥିଲେ | ଆଉ ଯାହା ଫଳରେ ତାଙ୍କର ଦେହ ଦୁଇ ଖଣ୍ଡ ହୋଇଯାଇଥିଲା | ଗୋଟିଏ ମୁଣ୍ଡ ପଟେ ଆଉ ଗୋଟିଏ ଗଣ୍ଡି , ତେବେ ମୁଣ୍ଡକୁ ରାହୁ ଆଉ ଗଣ୍ଡି କୁ କେତୁ ବୋଲି କୁହାଯାଉଥିବା ବେଳେ | ତାଙ୍କ ମୁଣ୍ଡରୁ ଯୋଉ ରକ୍ତ ବୁନ୍ଦା ପଡିଥିଲା ସେଥିରୁ ପିଆଜ ଆଉ ରସୁଣ ସୃଷ୍ଟି ହୋଇଥିଲା | ସେଥିପାଇଁ ପିଆଜ ଓ ରସୁଣକୁ ଆମିଷ କୁହାଯାଏ | ଯାହାକୁ ଖାଇବା ନାହିଁ |
3-ଏହି ଶ୍ରାବଣ ମାସରେ ଆମେ ନଖ ଆଉ ଚୁଟିକୁ କାଟିବା ନାହିଁ |
4- ଶ୍ରାବଣ ମାସରେ ବିବାହ କରିବା ଭଲ ନୁହଁ ଏମିତି କି ଶାରୀରିକ ସମ୍ପର୍କ ସ୍ୱାମୀ ଓ ସ୍ତ୍ରୀ ରହିଲେ ତାହା ଶାରୀରିକ ଆଉ ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ |
5-ଏହି ଶ୍ରାବଣ ମାସରେ ଦେହରେ ତେଲ ଲଗାଇବା ନାହିଁ, ଯଦି ଆମେ ଦେହରେ ତେଲ ଲଗାଇବା ତାହେଲେ ଶିବ ଙ୍କର କପ ଦୃଷ୍ଟି ପଡିବ |
6- ଏହି ଶ୍ରାବଣ ମାସରେ ଆପଣ ମାନେ କ୍ଷୀର ରୁ ପ୍ରସ୍ତୁତ ଜିନିଷ ଖାଇବା କିନ୍ତୁ କଞ୍ଚା କ୍ଷୀର ସେବନ କରିବା ନାହିଁ |
7- ଶ୍ରାବଣ ମାସରେ ବାଇଗଣ ଖାଇବା ମଧ୍ୟ ଅନୁଚିତ ହୋଇଥାଏ | ଏହା ଖାଇଲେ ଆମ ଶରୀର ଆଉ ଧନ ହାନି ଘଟିଥାଏ |
8-ଏହି ଶ୍ରାବଣ ମାସରେ ଆମେ ବେଶି ସମୟ ବିଛଣାରେ ଶୋଇବା ନାହିଁ | ଆଉ ସୂର୍ଯ୍ୟ ବାହାରିବା ଆଗରୁ ବିଛଣାରୁ ଉଠି ଗାଧେଇ | ଶିବଙ୍କ ମୁଣ୍ଡରେ କ୍ଷୀର ଢାଳି ପୂଜା କରିବା ଉଚିତ |
ତେବେ ଏହି ଭଳି ଭାବରେ ଯଦି ଆମେ ନିୟମ କୁ ମାନି ଶିବକୁ ପୂଜା କରିବା ତାହେଲେ ଆମର କିଛି ବି ଅସୁବିଧା ହେବ ନାହିଁ ଓ ଶିବ ଙ୍କର ଶୁଭ ଦୃଷ୍ଟି ମଧ୍ୟ ଆମ ଉପରେ ରହିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।