ଶ୍ରାବଣ ମାସରେ ଧରିତ୍ରୀ ସୁନ୍ଦର ଭାବେ ସଜେଇ ହୋଇ ରହି ଥାଏ, ଏହା ସହ ଶ୍ରାବଣ ମାସ ଆସିବା ମାତ୍ରେ ସମସ୍ତଙ୍କର ମନ ଶାନ୍ତି, ପବିତ୍ର ଏବଂ ଆନନ୍ଦ ଉଲ୍ଲାସ ରେ ଭରି ଯାଇଥାଏ | ମଣିଷ ଭଗବାନ ଙ୍କ ଭକ୍ତି ରେ ବିଭର ହୋଇ ଯାଏ, ଏହା ସହିତ ଏହି ମାସ ଟି ଭଗବାନ ମହାଦେବ ଙ୍କର ଅଟେ | ଏହି ଶ୍ରାବଣ ମାସ ଟି ଶିବ ଭଗବାନ ଙ୍କୁ ସମର୍ପିତ ଅଟେ, ତେବେ ଏହି ମାସ ଶ୍ରାବଣ ମାସଟି ଅନେକ ଶୁଭ ଯୋଗ କୁ ସାଥିରେ ଧରି ଆସିଅଛି |
ଏହି ଶ୍ରାବଣ ମାସ ରେ ଅନେକ ଶିବ ଭକ୍ତ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଵିଧି ବିଧାନ ମାନ କରି ଥାଆନ୍ତି | କୁହାଯାଏ କି ଶ୍ରାବଣ ମାସ ଟି ଭଗବାନ ଶିବଙ୍କର ଅତି ପ୍ରିୟ ମାସ ଅଟେ କାରଣ ଏହି ଶ୍ରାବଣ ମାସରେ ମାତା ପାର୍ବତୀ ମହାଦେବ ଙ୍କୁ ଆରାଧନା କରି ପାଇ ଥିଲେ | ଏହା ସହିତ କୁହାଯାଏ କି ଭଗବାନ ଶିବ ଶ୍ରାବଣ ମାସରେ ଧରିତ୍ରୀ ଉପରେ ବିଜୟମାନ କରିଥାନ୍ତି ଏବଂ ନିଜ ଭକ୍ତ ମାନଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି | ଏଣୁ ଏହି ଶ୍ରାବଣ ମାସରେ ଆପଣ ଭଗବାନ ଶିବଙ୍କର ଯେତେ ସ୍ମରଣ କରିବେ ଆପଣଙ୍କର ସେତେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ |
ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କର କୃପା ପାଇବା ପାଇଁ ବୃଷଭ ଙ୍କ ପୂଜନ ର ବହୁତ ମହତ୍ୱ ରହିଅଛି | ଭଗବାନ ଶିବ ଙ୍କର ପୂଜା ପୂର୍ବରୁ ଯଦି ବୃଷଭ ଙ୍କର ପୂଜା କରାଯାଏ ତେବେ ଭଗବାନ ଶିବ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ସେହି ମଣିଷର ସମସ୍ତ ଦୁଃଖ କଷ୍ଟ ଦୂର କରି ଥାଆନ୍ତି | ଅନେକ ଲୋକ ଅଛନ୍ତି ଯେଉଁ ବହୁତ ପରିଶ୍ରମ କରନ୍ତି ମାତ୍ର ସଫଳତା ପାଇ ପାରନ୍ତି ନାହିଁ ଯାହା ଦ୍ୱାରା ସେମାନେ ଭାଗ୍ୟ କୁ ଦୋଷ ଦେଇ ଥାଆନ୍ତି | ତେବେ ଆପଣଙ୍କ ଜୀବନରେ ଯଦି ଦୁଃଖ କଷ୍ଟ ରହିଅଛି ଏବଂ ଆପଣ ଆର୍ଥିକ ସଙ୍କଟ ରେ ଯଦି ଜୀବନ ବିତାଉଛନ୍ତି ତେବେ ଏକ ଛୋଟ କାମ କରନ୍ତୁ ଦେଖିବେ ଆପଣ ଙ୍କର ମନସ୍କାମନା ପୂରଣ ହେବ |
ତେବେ ଏହି ଶ୍ରାବଣ ମାସରେ ଆପଣ କୌଣସି ବି ଦିନ ଏକ ଶିବ ମନ୍ଦିର କୁ ଯାଆନ୍ତୁ କାରଣ ଏହି ମାସର ପ୍ରତେକ ଦିନ ଅତ୍ୟନ୍ତ ପବିତ୍ର ଦିନ ହୋଇ ଥାଏ | ପ୍ରଥମେ ଶିବ ମନ୍ଦିର ର ଅର୍ଦ୍ଧ ପରିକ୍ରମା କରନ୍ତୁ ଏବଂ ପାର୍ଶ୍ଵ ଦେବାଦେବୀ ଙ୍କର ପୂଜା କରନ୍ତୁ, ଏହାପରେ ପରେ ବୃଷଭ ବା ନନ୍ଦି ଙ୍କର ପୂଜା କରନ୍ତୁ | ବୃଷଭ ଙ୍କ ଉପରେ ଜଳ ଚଢାଇ ଧୂପ ଦୀପ ଦ୍ୱାରା ପୂଜା କରନ୍ତୁ ଏବଂ କିଛି ମିଠା ଭୋଗ କରନ୍ତୁ | ଏହାପରେ ବୃଷଭ ଙ୍କ ପାଖରେ ବସି ଓଁ ନନ୍ଦିଶ୍ୱରୟା ନମଃ ଏହି ମନ୍ତ୍ର ଟିକୁ ଜପ କରନ୍ତୁ | ଏହାପରେ ବୃଷଭ ଙ୍କ କାନରେ ଆପଣଙ୍କର ଯଦି କିଛି ଦୁଃଖ କଷ୍ଟ ଅଛି ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଚୁପ କରି କହି ଦିଅନ୍ତୁ ଯେପରି କେହି ଶୁଣି ପାରିବେ ନାହିଁ | ଦେଖିବେ ଆପଣଙ୍କ ର ଦୁଃଖ କଷ୍ଟ ଆଦି ସବୁ ଦୂର ହୋଇ ଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।