ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ? ଏହି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ। କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।

ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ।

1- ଗୋଟିଏ ଗୁମ୍ଫା ରେ ବତିଶ ଚୋର,
ଦିନରେ କରନ୍ତି କାମ,
ରାତି ହେଲେ ସିଏ ଆରାମ କରନ୍ତି
କୁହ ତେବେ ତାଙ୍କ ନାମ ?
ଉତ୍ତର- ଦାନ୍ତ
ଏଠାରେ ଗୁମ୍ଫା ବୋଲି ପାଟି କୁ କୁହାଯାଇଛି ଯାହା ଭିତରେ ଦାନ୍ତ ଅଛି ଏବଂ ଏହା ଆମକୁ ଦିନମାନ ଆମକୁ ଖାଦ୍ୟ ଖାଇବାରେ ସାହାର୍ଯ୍ୟ କରେ ଏବଂ ରାତିରେ ଆରାମ କରେ l

2- ମାମୁଁ ଘରେ ଗୋଠେ ଗାଈ
ରାତି ପାହିଲେ ମୋଟେ ନାହିଁ ?
ଉତ୍ତର- ତାରା
ଏଠାରେ ମାମୁଁ ବୋଲି ଆକାଶକୁ କୁହାଯାଇଛି କାରଣ ରାତିରେ ଆକାଶରେ ଆମକୁ ତାରା ଦେଖାଦିଏ ଏବଂ ଦିନରେ ଶୂନ୍ୟ ଆକାଶ l

3- ବାପାଙ୍କ ର ଭଉଣୀ ସିଏ
ଜେଜେଙ୍କର ଝିଅ
ବୋଉର ସେ ନଣନ୍ଦ ହେବ
କିଏ ସିଏ କୁହ ?
ଉତ୍ତର- ପିଉସୀ ନାନୀ
ଜେଜେଙ୍କର ଝିଅ ଯିଏ ବାପାଙ୍କ ଭଉଣୀ ସିଏ ଏବଂ ବୋଉଙ୍କ ନଣନ୍ଦ ଆମର ପିଉସୀ ନାନୀ ହେବେ l

4- ବାଛୁରୀ ର ହକ ମାରି ମହାଦେବ ପିଏ
ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ,
କହିଲ ଭାବି କି ଦରବ ଇଏ ?
ଉତ୍ତର- କ୍ଷୀର
ଆମେ ଗାଈ ପାଖରୁ ତାର ବାଛୁରୀ ର କ୍ଷୀର ପିଇଥାଉ ଯାହାକି ତାର ବାଛୁରୀ ର ଖାଇବା ଏବଂ ଏହାକୁ ମଣିଷ ପିଇଲେ ବଳ ହୁଏ l

5- ବାହାରେ ସବୁଜ ଭିତରେ ଲାଲ
ଲାତରେ ଫଳେ ସେ ଫଳଟି ଗୋଲ
କଟା ହେଲେ ହୁଏ ଖାଇ
ଖରାଦିନେ ସିଏ ଯାହାକୁ ଯେତେଲୋ
ଶୀତ ଦିନେ ଦିଶେ ନାହିଁ l
ଉତ୍ତର- ତରଭୁଜ

6- ମତେ କଟା ଯାଏ ମତେ ଛେଚା ଯାଏ
ମତେ ଭାରି ବାଧେ
ହେଲେ ମତେ କାଟୁ ଥିବା ଲୋକ
ଲୁହଝରି କାନ୍ଦେ l
ଉତ୍ତର- ପିଆଜ

7- ସବୁଜ ବେଣ୍ଟକୁ ନାଲିଆ ଛୁରୀ
କଷ୍ଟ ଦିଏ ସିଏ ଜ୍ୱହର ପରି
ପାଣି ପାଣି ବୋଲି ଚିଲାଏ ମଣିଷ
ସତେକି ଜୀବନ ଯାଏ ବାହାରି l
ଉତ୍ତର- ଲଙ୍କା

8- ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର – ଦ୍ୱାପର

9- ତାଟିଆ ଭିତରେ ତାଟିଆ ଅଛି
ତାଟିଆ ଭିତରେ ଅମୃତ
ମା ଭିତରେ ଝିଅ ଟି ଗୋରା
କହ ଇଏ କି ଗଣିତ l
ଉତ୍ତର- ନଡ଼ିଆ
ନଡ଼ିଆର ଉପରେ ଏକ ଟାଣ ଖୋଳପା ଥାଏ ଏବଂ ଏହା ଭିତରେ ନଡ଼ିଆ ଥାଏ l ଏହାର ଖୋଳପା ଠୁ ଭିତର ଧଳା ହୋଇଥାଏ l

10- ନାକରେ ଯଦି ଥରେ ମୁଁ ପଡିଯିବି
କାନ ଧରିକି ମୁଁ ପଢ଼େଇବି l
ଉତ୍ତର – ଚଷମା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।