ଶ୍ରୀକୃଷ୍ଣଙ୍କ ବାଣୀ ! ଜୀବନରେ ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୭ଟି ସଂକେତ । ଆପଣ ଯାଣିନିଅନ୍ତୁ

0

ଜୀବନ ମୃତ୍ୟୁ , ସୁଖ ଦୁଃଖ , ହସ ଲୁହ , ଲାଭ କ୍ଷତି ଏହି ସବୁ ଜୀବନ ର ଗୋଟିଏ ଲେଖାଏଁ ଅଂଶ ହୋଇଥାଏ । କେବେ ଜୀବନ ରେ ଖୁସି ର ଆଲୋକ ଆସିଥାଏ ତ କେତେବେଳେ ଜୀବନରେ ଦୁଃଖର ବାଦଲ ଖେଳି ଯାଇଥାଏ। ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ଉଥାନ ପତନ ଆସିଥାଏ ଯାହା ସମୟ ଚକ୍ର ଯୋଗୁଁ ହୋଇଥାଏ।

ସମୟ ଠାରୁ ବଳବାନ କିଛି ମଧ୍ୟ ନୁହଁ । ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଇଁ ଥାଆନ୍ତି । ଆପଣ ନିଜ ଆଖିରେ କେବେ ଦେଖିଥିବେ ଯେ କୌଣସି ବ୍ୟକ୍ତି ଧନୀ ରୁ ଗରିବ ଓ ଗରିବ ରୁ ରାଜା ହେବାର। ଏହା ସବୁ ସମୟ ହାତ ରେ ଥାଏ । ତେବେ ଆମେ କେମିତି ଜାଣିବା ସମୟ ଚକ୍ର କେତେବେଳେ ଘୂର୍ଣନ ହେବ । ଆଉ କେବେ ଆମେ ଜାଣିବା ଆମ ଭାଗ୍ୟ ବଦଳିବ ।

ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟ ରେ କହିବୁ ଯାହାଦ୍ବାରା ଆପଣ ଜାଣି ପାରିବେ ଯେ ଆପଣଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି ।ଏହି ବିଷୟ ରେ ଜାଣିବା ପାଇଁ ନାରଦ ଭଗବାନ ବିଷ୍ଣୁ ଙ୍କ ପାଖରେ ପହଂଚି ଥିଲେ ଓ ତାଙ୍କୁ ଏହି ବିଷୟ ରେ ପଚାରିଥିଲେ ।

ଭଗବାନ ବିଷ୍ଣୁ ଏହାର ଉତ୍ତର ଦେଇ କହିଥିଲେ ଯେ ସେ ମଣିଷ ପାଖକୁ ନିଜେ କିଛି ଏମିତି ସଂକେତ ଦେଇ ଥାଆନ୍ତି ଯାହା ଦ୍ଵାରା ଆପଣ ଜାଣି ପାରିବେ ଯେ ଆପଣ ଙ୍କ ଭଲ ସମୟ ଆସିବା ପାଇଁ ଯାଉଛି। ତେବେ ଏହି ସବୁ ସଂକେତ ପ୍ରକୃତି ଦ୍ଵାରା ମଣିଷ ପାଖରେ ପହଞ୍ଚି ଥାଏ ଏହି ସବୁ ସଂକେତ ପଶୁ , ପକ୍ଷୀ ଆଦି ମାନଙ୍କ ଦ୍ଵାରା ହୋଇଥାଏ। ତେବେ ଆସନ୍ତୁ ଜାଣିବା ;

ପ୍ରଥମ ରେ ଯଦି ଆପଣ ଙ୍କ ଆଖି ବ୍ରହ୍ମ ମୁହୂର୍ତ୍ତ ରେ ଖୋଲି ଥାଏ ଖୋଲିବା ପରେ ଆପଣଙ୍କୁ କୌଣସି ଦିଗ ଆଡ଼କୁ ଯିବାର ସମ୍ଭାବନା ଅଛି ବୋଲି ଲାଗେ କିମ୍ବା ଆପଣଙ୍କୁ କେହି ଜଣେ କେଉଁ ସ୍ଥାନ କୁ ଡାକି ନେଉ ଥିବାର ଅନୁଭବ ହୁଏ ତେବେ ଜାଣି ନେବେ ଯେ ଆପଣଙ୍କ ର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି ।

ଦ୍ୱିତୀୟ ରେ ଯଦି ଆପଣ ଙ୍କ ମନ ବିନା କାରଣରେ ଖୁସି ଥାଏ ଓ ଆପଣ କାହାରି ଉପରେ ମଧ୍ୟ କ୍ରୋଧ କରନ୍ତି ନାହିଁ ତେବେ ଭାବି ନିଅନ୍ତୁ ଯେ ଆପଣଙ୍କ ଜୀବନ ରେ ଖୁସି ର ମୁହୂର୍ତ୍ତ ଆସିବାକୁ ଯାଉଛି।

ତୃତୀୟ ରେ ଯଦି ଆପଣ ଙ୍କ ଘରକୁ ଗୋମାତା ଖାଦ୍ୟ ଖାଇବା ପାଇଁ ଆସିଥାଏ , ମାଙ୍କଡ ନିଜେ ଆସି ଆପଣଙ୍କ ଘରୁ ଖାଦ୍ୟ ଖାଇଦିଏ , ବିଲେଇ ଆପଣ ଙ୍କ ଘରେ ଛୁଆ ଜନ୍ମ କରେ , ପକ୍ଷୀ ଆସି କିଚିରି ମିଚିରି କରେ ତେବେ ଜାଣି ରଖନ୍ତୁ ଆପଣଙ୍କ ଘରକୁ ଶୁଭ ସମୟ ଆସିବାକୁ ଯାଉଛି।

ଚତୁର୍ଥ ରେ ଯଦି ଆପଣ ଙ୍କ ଘରେ ଛୋଟ ଶିଶୁ ଖେଳେ , ବାରମ୍ବାର ଦେଖି ଆପଣଙ୍କୁ ହସୁଥାଏ ତେବେ ଆପଣ ଙ୍କ ଘରକୁ ଶୁଭ ସମୟ ଆସିବାକୁ ଯାଉଛି ।

ପଞ୍ଚମ ରେ , ଯଦି ଆପଣ ଙ୍କ ର ଅନେକ ଦିନରୁ ଲାଗି ରହିଥିବା ସଙ୍କଟ ଦୁର ହେବାରେ ଲାଗିବ ଓ ସମାଧାନ ର ବାଟ ମିଳିଯିବ ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଘରେ ଏବେ ଧନ ରହିବାକୁ ଯାଉଛି

ଷଷ୍ଠ ରେ , ଘରକୁ ଅତିଥି ଆସିବା , ମହିଳା ମାନଙ୍କ ର ଡାହାଣ ଓ ପୁରୁଷ ମାନଙ୍କ ବାଆଁ ଅଙ୍ଗ ଫଡକିବା ଶୁଭ ସଙ୍କେତ ହୋଇଥାଏ। ସପ୍ତମ ରେ , ଯଦି ଆପଣ ସକାଳୁ କୌଣସି କାର୍ଯ୍ୟ ପାଇଁ ବାହାରି ଅଛନ୍ତି ଓ ଆପଣ କୌଣସି ସାଧୁ , ସନ୍ଥ କିମ୍ବା ଗୋମାତା କୁ ଦର୍ଶନ କରୁଛନ୍ତି ତେବେ ଏହା ଖୁବ୍ ଶୁଭ ସଙ୍କେତ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।