କବାଟ ଉପରେ ଛିଡା ହୋଇଛନ୍ତି ସ୍ୱଂୟ ଠାକୁରାଣୀ, ମାଆଙ୍କ ଗୋଡ ତଳେ ଶୋଇଛି ଶବ, ଶିଆଳ ଧରିଛି ଗୋଡ… ଦେଖନ୍ତୁ Video

ବନ୍ଧୁଗଣ ଆମ ସମାଜ ରେ ଏହିପରି ଅନେକ ନିଆଁରା ସ୍ଥାନ ରହିଛି ଯାହା ବିଷୟ ରେ ଜାଣିଲେ ଆମ କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ଲାଗେ।ତେବେ ଏହିଭଳି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଗ୍ରାମ ରହିଛି ଆମ ଓଡ଼ିଶା ର ତୁଳସୀ କ୍ଷେତ୍ର କେନ୍ଦ୍ରାପଡା ର ସିଆଳି ଗ୍ରାମ। ତେବେ ଏହି ଗ୍ରାମ ର ମହାତ୍ମ୍ୟତା ଆଗରେ ସବୁ ଫିକା। ତେବେ ଏହି ଗ୍ରାମ ରେ କୌଣସି ଘରେ ଲାଗି ନାହିଁ କବାଟ , ବିନା କବାଟ ରେ ରହିଛି ପୂରା ଗ୍ରାମ। ଲୋକଙ୍କ ବିଶ୍ୱାସ ରହିଛି କି ଗ୍ରାମ କୁ ରକ୍ଷା କରନ୍ତି ଗ୍ରାମ ଦେବତୀ ମା ଘୋଡ଼ାସାଇ। ତେବେ ଆସନ୍ତୁ ଜାଣିବା ଏହି ଗ୍ରାମ ବିଷୟ ରେ।

ବନ୍ଧୁଗଣ ଏହି ଗ୍ରାମ ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ର ସିଆଳି ଗ୍ରାମ। ତେବେ ଯେତେବେଳେ ଆପଣ ଏହି ଗ୍ରାମ ରେ ପ୍ରବେଶ କରିବା ମାତ୍ରେ ମା ଗ୍ରାମ ଦେବତୀ ମା ଘୋଡ଼ା ସାଇ ଙ୍କୁ ଦର୍ଶନ କରିବେ। ଆଉ ଦେଖିବେ କି ଏହି ମା କବାଟ ବନ୍ଧ ଉପରେ ଛିଡା ହୋଇଛନ୍ତି ଆଉ ତାଙ୍କର ପାଦ ତଳେ ପଡିଛି ଗୋଟିଏ ଶବ ଯାହାର ଗୋଟିଏ ଗୋଡ଼ କୁ କାମୁଡ଼ି ଧରିଛି ଶିଆଳ। ତେବେ ପରେ ଆପଣ ଦେଖିବେ କି ଗ୍ରାମ ର କୌଣସି ଲୋକଙ୍କ ଘରେ କବାଟ ନାହିଁ। ସେ ଧନୀ ହେଉ କିମ୍ବା ଗରିବ , ପକା ଘର ହେଉ କିମ୍ବା କଚା ଘର ସବୁଠି କେବଳ ରହିଛି ଘର ଅଛି ବିନା କବାଟ ରେ।

ତେବେ ଲୋକଙ୍କ କହିବା ଅନୁସାରେ ତାଙ୍କ ଗ୍ରାମ ରେ ପ୍ରାୟ ୬୫ ରୁ ଅଧିକ ଘର ରହିଛି ଆଉ କାହା ଘରେ କବାଟ ନାହିଁ। ତେବେ ଲୋକ ବିଶ୍ଵାସ କରନ୍ତି କି ମା ଘୋଡ଼ାସାଇ ପୁରା ଗ୍ରାମ କୁ ରକ୍ଷା କରିଥାନ୍ତି ଆଉ ତାଙ୍କ ଗ୍ରାମ ରେ କାହାରି ଘରେ କେବେ ବି ଚୋରି ହୁଏ ନାହିଁ। ଯଦି କେବେ ବି କେହି ନିଜ ଘରେ କବାଟ ଲଗାନ୍ତି ତେବେ ତାଙ୍କର ଅନିଷ୍ଠ ନିଶ୍ଚିତ ହୋଇଥାଏ। ଏପରି ମଧ୍ୟ କୁହାଯାଏ କି ଜଣେ ବ୍ୟକ୍ତି ସେହି ଗ୍ରାମ ରେ କିଛି ଲୋକଙ୍କ ଘରେ ଚୋରି କରିଥିଲେ ଆଉ ଏବେ ସେହି ବ୍ୟକ୍ତି ଙ୍କ ର ପରିବାର ରେ କେହି ବି ନାହାନ୍ତି।

ତେବେ ସେହି ଗ୍ରାମ ଦେବତୀ ଙ୍କ ପୂଜାରୀ ମାନେ ମଧ୍ୟ କହନ୍ତି କି ତାଙ୍କର ମା ବହୁତ ଜୀବନ୍ତ ଅଟନ୍ତି ଯେତେବେଳେ କେହି ତାଙ୍କୁ ହୃଦୟ ରୁ ଡାକେ ସେ ଆବିର୍ଭାବ ହୋଇଥାନ୍ତି। ତେବେ ମା ଙ୍କ ମନ୍ଦିର ରେ ପୂଜା କରିବା ସହ ଲୋକେ ଧାଗା ବାନ୍ଧିବା ପାଇଁ ଆସିଥାନ୍ତି। ଆଉ ଯାହା ବି ମନସ୍କାମନା କରନ୍ତି ତାହା ପୂର୍ଣ୍ଣ ହୋଇଥାଏ ବୋଲି। ତେବେ ଏହି ମା ଙ୍କୁ ଗ୍ରାମ ର ସମସ୍ତେ ମାନ ନ୍ତି ଆଉ ମା ଗ୍ରାମ ଓ ସବୁ ଘରର ରକ୍ଷା କରନ୍ତି। ମା ନିଜେ କବାଟ ବନ୍ଧ ଉପରେ ଛିଡା ହୋଇ ଥିବା ରୁ କାହା ଘରେ କବାଟ ନାହିଁ। ତେବେ ଏହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment