ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଷ୍ଟେଜରେ ଭାଉଜ ମାନଙ୍କ ମଣ୍ଡା ପିଠା ଖିଆ Task ରେ ମହକି ଉଠିଲା Gala Round , ନମିତା ଅଗ୍ରୱାଲ ଆଉ judges ମାନେ ଦେଖି କହିଲେ କହିଲେ ଏମିତି ,ଦେଖନ୍ତୁ video …

ଗୃହିଣୀ ମାନଙ୍କୁ ସମ୍ମାନ ଦେବା ପାଇଁ ଆଉ ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ସିଦ୍ଧାର୍ଥ ଟିଭି ଆଣିଛି ଏକ ନିଆରା ରିୟାଲିଟି ଶୋ ଯାହାର ନାଁ ହେଉଛି “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୨। ତେବେ ଜଣେ ନାରୀ ଭିତରେ ଲୁଚି ରହିଥାଏ ଅନେକ ପ୍ରତିଭା। ଆଉ ଜଣେ ନାରୀ ହିଁ ହୋଇପାରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ। ମା ଲକ୍ଷ୍ମୀଙ୍କର ଆଠଟି ସ୍ୱରୂପ ରହିଛି ଯାହାକୁ ଆମେ କହିଥାଉ ଅଷ୍ଟଲକ୍ଷ୍ମୀ। ଧନ ଲକ୍ଷ୍ମୀ ଠାରୁ ଆରମ୍ଭ କରି ବିଜୟ ଲକ୍ଷ୍ମୀ ପର୍ଯ୍ୟନ୍ତ ଜଣେ ନାରୀ ପାଖରେ ରହିଥାଏ ଅନେକ ରୂପ ଆଉ ଯେଉଁ କାରଣରୁ ସିଏ ତାର ଘରକୁ ସମ୍ଭାଳି ପରିଥାଏ। ଆଉ ସେ ହିଁ ଘରର ଲକ୍ଷ୍ମୀ।ତେବେ ଯିଏ ଏହି ସବୁ କାର୍ଯ୍ୟରେ ନିପୂଣ ଆଉ ଯାହା ପାଖରେ ରହିଛି ମା ଅଷ୍ଟଲକ୍ଷ୍ମୀଙ୍କ ସର୍ବ ଗୁଣର ଅଧିକ ପ୍ରଭାବ ସେ ହେଉଛନ୍ତି ସଂପୂର୍ଣ୍ଣ ଲକ୍ଷ୍ମୀ।

ଆଉ ଏହି ସଂପୂର୍ଣ୍ଣ ଲକ୍ଷ୍ମୀ ମାନଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାର ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି ସିଦ୍ଧାର୍ଥ ଟିଭି।ସିଦ୍ଧାର୍ଥ ଟିଭିର ଏହି ନିଆରା ରିୟାଲିଟି ଶୋ “ସଂପୂର୍ଣ୍ଣ ଲକ୍ଷ୍ମୀ” ମାଧ୍ୟମରେ ଓଡ଼ିଶାର କୋଣ ଅନୁକୋଣ ରହିଥିବା ପ୍ରତିଭାବାନ ଗୃହିଣୀ ମାନେ ସେମାନଙ୍କ ଟେଲେଣ୍ଟଙ୍କୁ ଅନ୍ୟ ମାନଙ୍କ ସାମ୍ନାରେ ପ୍ରେଜେଣ୍ଟ କରାଇ ପାରିବେ। ତେବେ “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୧ ର ସଫଳତାର ଶୀର୍ଷରେ ପହଁଚି ପାରିଥିଲା। ଆଉ ଏଥିରେ ଭାଗ ନେଇଥିବା ଅନେକ ସାଧାରଣ ଗୃହିଣୀ ମାନେ ପାଲଟି ଯାଇଥିଲେ ସେଲିବ୍ରେଟି।

ଆଉ “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୧ ର ସଫଳତାର ପରେ ଆରମ୍ଭ ହୋଇ ଯାଇଛି “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୨। ଆଉ ଏହି ସିଜିନ୍ ରେ ଗୃହିଣୀ ମାନଙ୍କ ଟେଲେଣ୍ଟକୁ ପରଖିବା ପାଇଁ ବିଚାରକ ଭାବେ ରହିଛନ୍ତି ଅଭିନେତା ପୁପିନ୍ଦର ସିଂ, ଅଭିନେତ୍ରୀ ସ୍ମିତା ମହାନ୍ତି ଏବଂ ଅଭିନେତ୍ରୀ ଜିନା। ଆଉ ଗୃହିଣୀ ମଧ୍ୟ କମ୍ପିଟିସନ୍ ପାଇଁ ପୁରା ପ୍ରସ୍ତୁତ ହୋଇ ପହଁଚିଛନ୍ତି। ଆଉ କଡ଼ା ଟକ୍କର ଚାଲିଛି ଗୃହିଣୀ ମାନଙ୍କ ଭିତରେ। ସମସ୍ତେ ଲାଗି ପଡିଛନ୍ତି କିପରି ଜଜେସ୍ ମାନଙ୍କୁ ଇମ୍ପ୍ରେଶ କରି “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୨ ର ଟାଇଟେଲ ହାତେଇ ପାରିବେ।

ତେବେ ଗୃହିଣୀ ମାନେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ପାର କରି ଚାଲିଛନ୍ତି। ଆଉ ଗାଲା ରାଉଣ୍ଡ ଗୃହିଣୀ ମାନଙ୍କୁ ଟାସ୍କ ଦିଆ ଯାଇଥିଲା କି ସେମାନେଙ୍କୁ ଗୋଟିଏ ମିନିଟ୍ ମଧ୍ୟରେ ମଣ୍ଡା ପିଠା ଖାଇବା ପାଇଁ ପଡିବ ଆଉ ଯିଏ ଅଧିକ ଖାଇବେ ସିଏ ଏହି ଟାସ୍କକୁ ଜିତି ଯିବେ। ଆଉ ଯେଉଁ ରାଉଣ୍ଡକୁ ଖୁବ୍ ସୁନ୍ଦର ଭାବେ କଂପ୍ଲିଟ କରି ପାରିଛନ୍ତି ଗୃହିଣୀ ମାନେ। ଆଉ ଜଜେସ ମାନେ ମଧ୍ୟ ଖୁବ୍ ଇମ୍ପ୍ରେଶ୍ ଅଛନ୍ତି। ଏହା ସହିତ ଗୃହିଣୀମାନଙ୍କ ଖୁବ୍ ମଜା ମସ୍ତି ମଧ୍ୟ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment