ସ୍ତ୍ରୀ ଆଣିଲା ସ୍ବାମୀ ନାଁରେ ସାଂଘାତିକ ଅଭିଯୋଗ, କହିଲା ମୋ ସ୍ୱାମୀଙ୍କର ଅଛନ୍ତି ୨୦ଟି ସ୍ତ୍ରୀ…ମୁ କଣ କରିବି…

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାଡ଼ପିଟ ଓ ପାରିବାରିକ କଳହ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଆଜିର ଯୁଗରେ ଗୋଟିଏ ବିବାହ କରିବା ପାଇଁ ଭଲ ପୁଅ ଟିଏ କିମ୍ବା ଭଲ ଝିଅ ଟିଏ ମିଳିବା ବହୁତ କଷ୍ଟ କର ହୋଇ ଗଲାଣି ଏବଂ ପରିବାର ଲୋକ ମାନେ ଖୋଜି ଖୋଜି ଥକି ପଡିଲେଣି। କିନ୍ତୁ ବର୍ତ୍ତମାନ ଯୁଗରେ ଅନେକ ପୁରୁଷ ମାନେ ମଧ୍ୟ ଅନେକ ନାରୀଙ୍କୁ ଏକା ଥରକେ ବିବାହ କରୁଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି,ଜଣେ ଯୁବକଙ୍କ ର 20 ଟି ସ୍ତ୍ରୀ ବୋଲି ଅଭିଯୋଗ ଆସିଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି, ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜୟୀପୁର ରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଯାହାକି ନିନ୍ଦନୀୟ ଘଟଣା ଅଟେ। ଜୟୀପୁର ଟାଉନ ଥାନା ରେ ସ୍ୱାମୀ ପ୍ରଭାତ ଚେଟିଙ୍କ ନାଁ ରେ, ତାଙ୍କ ଦ୍ୱିତୀୟ ସ୍ତ୍ରୀ ସଂଯୁକ୍ତା ପାତ୍ର ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ ଜଣଙ୍କ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ର 20 ଟି ସ୍ତ୍ରୀ ଅଛି ବୋଲି ଜଣା ପଡିଛି। ବର୍ତ୍ତମାନ ସେ ଅନ୍ୟ ପତ୍ନୀ ମାନଙ୍କୁ ଘରକୁ ଆଣିଛନ୍ତି ଏବଂ ତାଙ୍କୁ ଓ ତାଙ୍କ ପୁଅ ଓ ବୋହୁଙ୍କୁ ଘରୁ ମଧ୍ୟ ବାହାର କରି ଦେଇଛନ୍ତି। ତାଙ୍କ ସ୍ୱାମୀ ଜଣେ ଅପରାଧୀ ଓ ଜାଲ ନୋଟ କାର ବାରର କିଙ୍ଗ ପିନ ବୋଲି ମଧ୍ୟ ସେ କହିଛନ୍ତି।

ତେବେ ସ୍ୱାମୀ ଜଣଙ୍କ ସ୍ତ୍ରୀ ର ଅଭିଯୋଗକୁ ଅସ୍ୟୁକାର କରିବା ସହିତ ଓଲଟି ତାଙ୍କ ସ୍ତ୍ରୀ ର ଚରିତ୍ର ଖରାପ ଏବଂ ତାଙ୍କର ହଜାରେ ସ୍ୱାମୀ ଥିବାର କହିଛନ୍ତି। ସ୍ୱାମୀ ଜଣଙ୍କ କହିଛନ୍ତି 20 ଟି ସ୍ତ୍ରୀ ନୁହେଁ ବରଂ 4 ଟି ସ୍ତ୍ରୀ ରହିଛି। ତାଙ୍କ ସ୍ତ୍ରୀ ମଧ୍ୟ ଜମି ବାଡ଼ି ବିବାଦରୁ ତାଙ୍କ ସ୍ୱାମୀଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି। ଏହି ଘଟଣାର ଏକ ମାମଲା ରୁଜୁ କରା ଯାଇ ଘଟଣାର ପ୍ରକୃତ ରହସ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ତେବେ ବନ୍ଧୁଗଣ ଆପଣମାନେ ବିଚାର କରନ୍ତୁ, ଏଭଳି ଲୋକଙ୍କୁ କଣ କରାଯିବା ଉଚିତ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।