ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ ରାୟ – ସ୍ତ୍ରୀ ଛାଡି ଚାଲିଗଲେ ଆଉ ଗୋଟିଏ ବାହା ହୁଅ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….ଜାଣନ୍ତୁ ନୂଆ ଆଇନ ବିଷୟରେ….

ଆମ ଭାରତୀୟ ସମ୍ବିଧାନ ହେଉଛି ସବୁଠାରୁ ବଡ ସମ୍ବିଧାନ, ଏହାର ଆଇନ କାନୁନର ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ହୋଇଥାଏ। ସେ ଯେତେ ବଡ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଆଇନ ଆଗରେ ସମସ୍ତେ ସମାନ। କିନ୍ତୁ ବେଳେ ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଇନରେ ସଂଶଧନ ଆଣିଥାନ୍ତି। ଯାହା ଲୋକଙ୍କ ହିତ ପାଇଁ ନୂଆ ଆଇନ ତିଆରି କରାଯାଇଥାଏ। ତେବେ ଏହି ସବୁ ଆଇନ ବ୍ୟବସ୍ଥା ସମାଜର ବିଭିନ୍ନ ସ୍ଥିତିକୁ ନେଇ ବିଚାର କରିଥାନ୍ତି। ଦେଶ ବା ରାଜ୍ୟ ମାନଙ୍କରେ କୋର୍ଟ ରହିଛି। ଯାହା ଦ୍ୱାରା କି ଦେଶରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟ ରକ୍ଷା ପାଇ ପାରୁଛି। ଯେଉଁ ମାନେ ଆଇନର ଅବମାନନା କରୁଛନ୍ତି କୋର୍ଟ ତାଙ୍କୁ ଉଚିତ ଶାସ୍ତି ମଧ୍ୟ ଦେଉଛି। କୋର୍ଟର ନିଷ୍ପତି ସବୁବେଳେ ସ୍ୱାଗତ ଯୋଗ୍ୟ ହୋଇ ଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାସ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଜଣେ ମହିଳା ବିବାହ ପରେ ତାଙ୍କ ସ୍ୱାମୀକୁ ଛାଡି ଅନ୍ୟ ଏକ ଜାଗାରେ ବିବାହ କରିଛନ୍ତି, ସେଥିପାଇଁ ହାଇ କୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନୂଆ ଆଇନ ବିଷୟରେ;

ସୂଚନା ଅନୁଯାୟୀ, ତେବେ ଏଭଳି ଆଇନ ଶୁଣାଇବାର ମୁଖ୍ୟ କାରଣ ଥିଲା, ଜଣେ ଯୁବକ ଓ ଯୁବତୀ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ। ତେବେ ଯୁବକଙ୍କ ନାମ ନଗେନ୍ଦ୍ର ଓ ଯୁବତୀଙ୍କ ନାମ ହେଉଛି ତନିଆ। ବିବାହ ପରେ ତାନିଆ ଉଚ୍ଚ ଶିକ୍ଷା କରିବା ପାଇଁ ଚାହୁଁଥିଲେ। ତାଙ୍କ କଥାକୁ ସନମାନ ଦେଇ ସ୍ୱାମୀ ଓ ତାଙ୍କ ଶାଶୂ ଘର ଲୋକ ମାନେ ମଧ୍ୟ ରାଜି ହୋଇ ଯାଇଥିଲେ। ଏହା ପରେ ତାଙ୍କର କଲେଜରେ ମଧ୍ୟ ନାମ ଲେଖା ହେଲା ଓ ମହିଳା ଜଣଙ୍କ ତାଙ୍କ ଶାଶୁ ଘରେ ରହି ପ୍ରତିଦିନ କ୍ଲାସ କରିବା ପାଇଁ କଲେଜ ଯାଉଥିଲେ। କିନ୍ତୁ ହଠାତ ଦିନେ ସେ କୁଆଡେ ପଳାଇ ଗଲେ। ତାଙ୍କ ସ୍ତ୍ରୀ ଘରକୁ ଫେରିବାର ନ ଦେଖି ଯୁବକ ଜଣଙ୍କ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡିଲେ ଓ ତାଙ୍କ ସ୍ତ୍ରୀ କୁ ବହୁତ ଖୋଜା ଖୋଜି କଲେ କିନ୍ତୁ ସ୍ତ୍ରୀ କୁ ପାଇଲେ ନାହିଁ।

ଏହା ପରେ ଶୁଣିବାକୁ ମିଳିଲା ଯେ ତାଙ୍କ ସ୍ତ୍ରୀ ରାଜେଶ କୁମାର ନାମକ ଜଣେ ଯୁବକଙ୍କ ସହିତ ବିବାହ କରି ଛନ୍ତି। ଉପାୟ ନପାଇ ପରେ ସ୍ୱାମୀ କୋର୍ଟର ଦ୍ୱାରସ୍ତ ହୋଇଥିଲେ ଓ ତାଙ୍କ ସ୍ତ୍ରୀ ଙ୍କ ନାମରେ ଏକ ମାମଲା ଦାଖଲ କରିଛନ୍ତି। କୋର୍ଟ ନିଷ୍ପତି ନେଇ କହି ଛନ୍ତି ଯେ ତୁମେ ତୁମ ସ୍ତ୍ରୀ ଙ୍କୁ ଭୁଲି ଅନ୍ୟ ଏକ ଜାଗାରେ ବିବାହ କରନ୍ତୁ। କୋର୍ଟର ଏଭଳି ନିଷ୍ପତି ବର୍ତ୍ତମାନ ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।