LIVE | Naba Das News-ମିଡ଼ିଆ ଆଗରେ ସବୁ ଖୋଲି କହିଲେ ସତ ! ମୋ ସ୍ବାମୀଙ୍କ ମୁଣ୍ଡଦୋଷ ଅଛି, ନବଙ୍କୁ ଗୁଳି କରିଥିବା ଗୋପାଳଙ୍କ ପତ୍ନୀ ଜୟନ୍ତୀ..ଏନେଇ କଣ କହୁଛନ୍ତି ଦେଖନ୍ତୁ VIDEO …

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଜଣେ ମନ୍ତ୍ରୀଙ୍କର ଏଭଳି ହତ୍ୟାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି ।ତେବେ ତାଙ୍କୁ ଗୁଳି କରିଥିବା ପୋଲିସ ଏଏସଆଇ ଗୋପାଳ ଦାସଙ୍କର ମାନସିକ ସ୍ଥିତି ଠିକ ନଥିବା କହିଛନ୍ତି ତାଙ୍କ ପରିବାର।ତେବେ ଏ ନେଇ ଏଏସ୍‌ଆଇ ଗୋପାଳ ଦାସ ଙ୍କ ଧର୍ମପତ୍ନୀ କଣ କହୁଛନ୍ତି ଆସନ୍ତୁ ଜାଣିବା।ପତ୍ନୀ ଙ୍କ କହିବା ଅନୁଯାୟୀ ସ୍ବାମୀ ଗୋପାଳ ଆଉ ୬-୭ ବର୍ଷ ପରେ ସର୍ଭିସ୍ ରୁ ରିଟାର୍ଡ ହୋଇ ଥାନ୍ତେ। ତେବେ ସେ ତାଙ୍କ ଚାକିରୀ କାଳ ମଧ୍ୟରେ ସ୍ତ୍ରୀ ଙ୍କ ସାମ୍ନାରେ କି ପରିବାର କାହା ସାମ୍ନାରେ କିଛି ବି ନବ ଦାସଙ୍କ ବାବଦରେ କେବେ କହି ନଥିବାର ଗୋପାଳ ଦାସ ଙ୍କ ପତ୍ନୀ କହିଛନ୍ତି।

ଏ ବାବଦରେ ସ୍ତ୍ରୀ କିଛି ବି ଜାଣି ନଥିଲେ। ହଠାତ୍ ସେ ନ୍ୟୁଜ ଚ୍ୟାନେଲ ରେ ସ୍ବାମୀ ଗୋପାଳ ଦାସଙ୍କ ଗୁଳି କାଣ୍ଡ ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ଗୋପାଳ ବହୁ ବର୍ଷ ଧରି ବ୍ରହ୍ମପୁର ରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ଏହାପରେ ପ୍ରମୋସନ ପାଇ ଗୋପାଳ ଝାରସୁଗୁଡ଼ା ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ।ଝାରସୁଗୁଡ଼ା ଗୋପାଳ ପାଖାପାଖି ୧୨ ବର୍ଷ ଧରି କାର୍ଯ୍ୟ କରୁଥିଲେ।

ତେବେ ପତ୍ନୀ ଙ୍କ କହିବା ଅନୁଯାୟୀ ସ୍ବାମୀ ଗୋପାଳ ମାନସିକ ରୋଗରେ ପୀଡିତ ଥିଲେ। ବେଳେବେଳେ ଗୋପାଳ କିଛି କଥା ଭୁଲି ଯାଉଥିଲେ ତ ଆଉ କେତେବେଳେ ସେ ଗୋଟିଏ କଥାକୁ ଲଗାତାର ଭାବେ କହି ଚାଲିଥିଲେ। ଏକଥା ମଧ୍ୟ କହିଛନ୍ତି ଯେତେବେଳେ ସ୍ବାମୀଙ୍କ ମୁଣ୍ଡ ଖରାପ ହେଇ ଯାଉଥିଲା ସେତେବେଳେ ସେ କାହାକୁ ବାଡ଼ିଆ ପିଟା କରୁ ନଥିଲେ। ଅଧିକ ଖାଉଥିଲେ, ସଫିଂ କରୁଥିଲେ ଦୋକାନ କରିବେ କହୁଥିଲେ।ଆଉ ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ ବୋଲି ପତ୍ନୀ କହିଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଗୋପାଳ ଦାସ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ତାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ ଟା ୨୦ ମିନିଟ୍ ରେ ଝାରସୁଗୁଡ଼ାରୁ ବ୍ରଜରାଜନଗର କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗାନ୍ଧି ଛକରେ ଗାଡ଼ିରୁ ଓହ୍ଲାଇବା ବେଳକୁ ଜିନ୍ଦାବାଦ୍ ପଡୁଥିଲା, ବେକରେ ଫୁଲମାଳ ବି ପଡିଲା । ଠିକ୍ ସେତିକି ବେଳେ ଅତର୍କିତ ଭାବେ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ମାରିଥିଲେ ଝାରସୁଗୁଡ଼ା ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟ କରୁଥିବା ଗୋପାଳ ଦାସ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାର ଲିଫ୍ଟିଂ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଣା ଯାଇଥିଲା। ଆଉ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment