ସ୍ତ୍ରୀ ନିଜ ସ୍ୱାମୀକୁ ମାରି ଚୂଲି ରେ ପୋତିଦେଇ ୧ ମାସ ଧରି ରୋଷେଇ କରୁଥିଲା, ଆଉ ତା’ ପରେ…

0

ପ୍ରତିଦିନ ଆମ ସମାଜରେ ଅନେକ ଅପରାଧ ଘଟୁଛି, ଆପଣମାନେ ଦେଖିଥିବେ କୌଣସି ସ୍ଥାନରେ କାହାକୁ ହତ୍ୟା, ଲୁଟ ଏବଂ ବଳାତ୍କାର ଭଳି ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହା ହେଉନା କାହିଁକି, ପ୍ରକୃତରେ ଏହାକୁ ରୋକିବା କଷ୍ଟକର, ଆମ ସମାଜ ଯେତେ ସଭ୍ୟ ଆଡ଼କୁ ଗତିକରୁଛି ଲୋକମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଦେଖା ଦେଉଛି ଏବଂ ଲୋକମାନଙ୍କ ମଧ୍ୟରେ ମାନବିକତାର ଅଭାବ ଦେଖାଦେଉଛି।

ଆପଣ ମାନେ ସୋସିଆଲ ମିଡିଆରେ ଏପରି କିଛି ଆଶ୍ଚର୍ଯ୍ୟ କର ଖବର ଦେଖିବାକୁ ପାଇଥିବେ। ସେହିପରି ବର୍ତମାନ ସୋସିଆଲ ମିଡିଆରେ ଏପରି କିଛି ଘଟଣା ଦେଖିବା ପାଇଁ ଯାହା ଶୁଣିଲେ ଭୟରେ ଆପଣଙ୍କର ଲୁମ ଟାଙ୍କୁରି ଉଠିବ। ଘଟଣାଟି ବିଷୟରେ ଜାଣିଲା ପରେ ଆପଣଙ୍କ ମନ ଭିତରେ ଗୋଟାଏ ପ୍ରଶ୍ନ ଆସିବ, ମଣିଷ ମଧ୍ୟ ଏମିତି ନିଷ୍ଠୁର କର୍ମ କରିପାରେ। ଜଣେ ସ୍ତ୍ରୀଲୋକ ନିଜ ସ୍ୱାମୀକୁ ମାରି ପୋତିଦେଇ ତାହା ଉପରେ ରୋଷେଇ କରୁଥିଲେ। ତେବେ ଏହିପରି ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ଆସନ୍ତୁ ଘଟଣାଟି ବିଷୟରେ ସମ୍ପୂର୍ଣ ଜାଣିବା।

ସାଧାରଣତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବାର ଘଟଣା ଶୁଣିବାକୁ ମିଳିଥାଏ। କିନ୍ତୁ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରି ଘର ଭିତରେ ପୋତି ୧ମାସ ଧରି ରୋଷେଇ କରୁଥିଲା। ତେବେ ଏହି ଆଶ୍ଚର୍ଯ୍ୟ କର ଘଟଣାଟି ଘଟିଛି, ମଧ୍ୟପ୍ରଦେଶର ଅନୁଗୋପର ଜିଲ୍ଲାରେ। ଏହି ମହିଳା ଜଣଙ୍କର ନାମ ହେଉଛି ପ୍ରମିଳା ଏବଂ ତାଙ୍କର ବୟସ ୩୨ ବର୍ଷ ହେବ। ଯାହାକୁ ମାରିଥିଲା, ଅର୍ଥାତ ତାଙ୍କର ସ୍ୱାମୀଙ୍କର ନାମ ହେଉଛି ମହେଶ। ୧ମାସ ପରେ ସ୍ୱାମୀ ନିଖୋଜ ହୋଇଥିବା ଖବର ସାରା ଗ୍ରାମରେ ପ୍ରଚାର ହୋଇଗଲା। ତେବେ ନିଖୋଜ ହେବା ଘଟଣା ପ୍ରଚାର ହେବାପରେ, ସେ ସ୍ୱାମୀ ମହେଶଙ୍କର ନିଖୋଜ ହୋଇଥିବା କଥା ଥାନାରେ ଯାଇ ଜଣେଇଥିଲେ।

ପୋଲିସ ନିଖୋଜ ବ୍ୟକ୍ତିର ମାମଲା ଭାବେ ଯାଞ୍ଚ କରୁଥିଲା। ଏହା ପରେ ଏହି ମାମାଲରେ ଏକ ନୂତନ ଟ୍ଵିଇଷ୍ଟ ଆସିଲା। ମୃତକ ମହେଶଙ୍କର ବଡ ଭାଇ ପୋଲିସଙ୍କୁ କହିଥିଲେ, ତାଙ୍କ ଘରେ ସନ୍ଦେହ ହେଉଛି, ସେ କେତେଥର ତାଙ୍କର ଭାଇ ଘରକୁ ଯିବା ପାଇଁ ଚେଷ୍ଟା କରିଛି କିନ୍ତୁ ମହେଶଙ୍କର ସ୍ତ୍ରୀ ତାଙ୍କୁ ଘର ଭିତରକୁ ଯିବାକୁ ଦେଇନାହିଁ। ଏହି ସୂଚନା ପରେ ପୋଲିସ ମୃତକଙ୍କ ଘରେ ପହଞ୍ଚିଥିଲେ, ଏବଂ ସେଠାରେ ସମସ୍ତଙ୍କୁ କିଛି ଦୁର୍ଗନ୍ଧ ଅନୁଭୂତ ହୋଇଥିଲା। ଏବଂ ଯେତେବେଳେ ରୋଷେଇ ଘରକୁ ଗଲେ ଆହୁରି ଦୁର୍ଗନ୍ଧ ଆସିଲା।

ଦୁଗନ୍ଧ ହେଉଥିବା ଜାଗାକୁ ଖୋଳିବା ପରେ ମୃତକଙ୍କ ଶବ ମିଳିଲା। ଏହା ପରେ ପୋଲିସ ଯେତେବେଳେ ସ୍ତ୍ରୀକୁ ସ୍ୱାମୀର ମୃତ୍ୟୁ ବିଷୟରେ ପଚାରିଲେ, ମହିଳା ଜଣଙ୍କ ଯାହା କହିଲେ ସମସ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ସେ କହିଲେ ଯେ, ମୃତକଙ୍କ ବଡ଼ଭାଇଙ୍କ ସ୍ତ୍ରୀଙ୍କ ସହିତ ତାଙ୍କ ସ୍ୱାମୀଙ୍କର ଶାରୀରିକ ସମ୍ପର୍କ ଥିଲା। ଏହା ପରେ ମହେଶଙ୍କର ବଡ ଭାଇ ଓ ସେ ମିଶି ମାରିଦେବା ପାଇଁ ଯୋଜନା କରିଥିଲେ, ଏବଂ ତାପରେ ଦୁହେଁ ମିଶି ମାରିଦେଇଥିଲେ ବୋଲି ସେ ପୋଲିସ ଆଗରେ ସ୍ୱୀକାର କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।