ଦେଖନ୍ତୁ ଭିଡ଼ିଓ : ସ୍ତ୍ରୀ ଙ୍କ ସହାୟତା ପାଇଁ ନିବେଦନ ନ ସରୁଣୁ ମୁହୂର୍ତ୍ତକେ ସବୁ ହୋଇଗଲା ଶେଷ….

0

କରନା ସମୟରେ ପୁଣି ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଓଡ଼ିଶାରୁ ଏମିତି ଅନେକ ଦୁଃଖଦ ଖବର ସାମ୍ନାକୁ ଆସୁଛି ଯାହା ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ। ଆମେ କହୁଥିବା ଘଟଣା ରେ ଜଣେ ବ୍ୟକ୍ତି କରନା ରେ ଆକ୍ରାନ୍ତ ହେବା ପରେ ଯେଉଁଭଳି ଜୀବନ ଯୁଦ୍ଧରେ ସଂଗ୍ରାମ ରତ ଅଛନ୍ତି, ତାକୁ ଦେଖି ସହ୍ୟ କରି ପାରୁ ନାହାନ୍ତି ତାଙ୍କ ପରିବାର। ତେବେ ଉକ୍ତ ଯୁବକଙ୍କ ବାପା ବି ପୁଅର ଜୀବନ ରକ୍ଷା ଲାଗି ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରୁ ଥିବା ଦେଖିବାକୁ ମିଳୁଛି। ଆଉ ଏ ସମୟରେ ହଠାତ୍ ଘଟୁଛି ଦୁଃଖଦ ଘଟଣା।

ତେବେ ଗୋଡ଼ ତଳୁ ମାଟି ଖସି ଯିବା ଆଗରୁ ଏ ଥିଲା ଶେଷ ନିବେଦନ। ମୁଣ୍ଡ ଉପରେ ଆକାଶ ଛିଡ଼ିବା ଆଗରୁ ଏ ଥିଲା ଶେଷ ପ୍ରାର୍ଥନା। ଗଣମାଧ୍ୟମ ଜରିଆରେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଲୋକଙ୍କୁ ଅନୁରୋଧ କରିବାର ଏ ଥିଲା ଶେଷ ଅନୁରୋଧ। ହେଲେ ମାତ୍ର ୧୦ ମିନିଟ୍ ଭିତରେ ଓଲଟି ଗଲା ସବୁ କିଛି। ଅସୁସ୍ଥ ଥିବା ସ୍ୱାମୀଙ୍କ ଦୁଃଖ ଖବର ଶୁଣିବା ର ୧୦ ମିନିଟ୍ ଭିତରେ ପହଁଚିଗଲା ଦାରୁଣ ଦୁଃଖ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଭଗବାନପୁର ଗାଆଁ ର ଏ ହେଉଛି ଛାତି ଫଟା ଦୃଶ୍ୟ।ଏହି ଗାଆଁ ର ଉମାକାନ୍ତ ନାୟକ ନାମକ ଜଣେ ଯୁବକ କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ।

ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ତାଙ୍କୁ ନେଇଯିବାର ବ୍ୟବସ୍ଥା କରିବାକୁ କୁହା ଯିବାରୁ ଏଥିପାଇଁ ଅନେକ ଟଙ୍କା ଦରକାର୍ ଥିବାରୁ ଲୋକଙ୍କ ସହାୟତା ଲୋଡ଼ିଥିଲେ ତାଙ୍କ ପରିବାର। ଆଉ ଏ ସମ୍ପର୍କରେ ଖବର ମିଳିବା ପରେ ଖବର ସଂଗ୍ରହ ପାଇଁ ସେଠାରେ ଓଟିଭି ପହଞ୍ଚିଥିଲା। ଆଉ ଏହାପରେ ପତ୍ନୀ ଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବାପା ପର୍ୟ୍ୟନ୍ତ ସମସ୍ତେ ଉମାକାନ୍ତ ଙ୍କ ଚିକିତ୍ସା ପାଇଁ କାନ୍ଦି କାନ୍ଦି ସହାୟତା ପାଇଁ ନିବେଦନ କରିଥିଲେ। ବାପାଙ୍କ ମୁହଁରୁ ନିବେଦନ ପାଇଁ କଥା ନ ସରୁଣୁ ଘର ଭିତରୁ ଆସିଥିଲା କାନ୍ଦ ର ସ୍ୱର।

ଏହାପରେ ଘର ଆଡ଼କୁ ପଛକୁ ଘୁରି ଚାହିଁଥିଲେ ବାପା। କାନ୍ଦ ବୋବାଳି ରେ ଫାଟି ପଡୁଥିଲା ଘର। ସହାୟତା ପାଇଁ ନିବେଦନ କରୁଥିବା ସ୍ତ୍ରୀ ତଳେ ଲୋଟି ପଡୁଥିଲା। କାରଣ ସେତିକି ବେଳେ ଆସି ପହଞ୍ଚି ଯାଇଥିଲା ଉମାକାନ୍ତ ଙ୍କ ମୃତ୍ୟୁ ଖବର। ସାହି ପଡିଶା ଲୋକ ବି ଏ ଦୃଶ୍ୟକୁ ଦେଖି ନିଜକୁ ସମ୍ଭାଳି ପାରି ନଥିଲେ।ଏକ ପ୍ରକାର ଦୁଃଖର ଲହରୀ ସେଠାର ଖେଳି ଯାଇଥିଲା।ଘରେ ଥିବା ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାପା ଅସହାୟ ହୋଇ ପଡ଼ିଥିବା ବେଳେ ସ୍ତ୍ରୀ ନିରୁପାୟ ପାଇଁ କାନ୍ଦି କାନ୍ଦି ତଳେ ଗଡି ଯାଉଛି। ଯେଉଁ ଦୃଶ୍ୟ ଦେଖିଲେ ନିଜକୁ ସମ୍ଭାଳିବା କଷ୍ଟକର ହୋଇ ପଡୁଛି। ଭଗଵାନ ଏପରି ଦୁଃଖ ଆଉ କେଉଁ ପରିବାରକୁ ନ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।