ଦେଖନ୍ତୁ ଭିଡ଼ିଓ – ସ୍ତ୍ରୀ ଥାଇ ସଉତୁଣୀ ଆଣିବାର ସଉକ ଛାଡ଼ିଲା ! ଥାନା ଆଗରେ ସ୍ୱାମୀଙ୍କୁ ନିର୍ଧୁମ ପିଟିଲେ ପ୍ରଥମ ସ୍ତ୍ରୀ ଓ ପରିବାର, ଭିଡ଼ିଓ ଭାଇରାଲ୍…

0

ସାମ୍ନାକୁ ଆସିଲା ପୁଣି ଏକ ନିନ୍ଦନୀୟ ଘଟଣା ର ସ୍ପଷ୍ଟ ଚିତ୍ର। ଯାହା ବୟାନ କରୁଚି ଯେ କିପରି ଭାବରେ ଆଜିର ମଣିଷ ନିଜର ନୈତିକତା ସଂଯମତା ହରାଇ ବେଳେବେଳେ ଏମିତି କିଛି କାମ କରୁଛି ଯାହା ଦୁନିଆ ପାଇଁ ଏବଂ ନିଜର ଆଖପାଖ ସମାଜ ପାଇଁ ଆଣୁଛି ଲଜ୍ୟା। ଯେଉଁ ଠାରେ ସମ୍ପର୍କ ଏବଂ ନୈତିକତା ର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ। ସେହି ଦୃଷ୍ଟିରୁ ସମାଜ ଯେ କେତେ ତଳ ସ୍ତରକୁ ଗଲାଣି ତାହା ଏଭଳି ନିନ୍ଦନୀୟ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି।

ଆପଣ ସୋସିଆଲ ମିଡିଆରେ ଏମିତି ଅନେକ ପ୍ରକାରର ଖବର ପ୍ରତିଦିନ ଦେଖିବାକୁ ପାଉଥିବେ।ଯେଉଁଠାରେ ଏକ ପ୍ରକାରର ସ୍ବାର୍ଥ ଏବଂ ହୀନ ମନ୍ୟତାର ପରିଚୟ ସାମ୍ନାକୁ ଆସିଥାଏ।

ତେବେ କିଛି ଅସାମାଜିକ ଏବଂ କଳୁଷିତ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏସବୁ ଘଟଣା ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ଘଟିବାର ଲାଗିଛି ଯାହା ମଣିଷକୁ ହୀନ ମାନସିକତା ର ପରିଚୟ ପ୍ରଦାନ କରୁଛି। ତେବେ ସେହିଭଳି ଏକ ଲଜ୍ୟା ଜନକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି ଏହାକୁ ଧିକ୍କାର କରିବେ ଏବଂ ଲଜ୍ୟାବୋଧ କରିବେ।

ଏହି ଘଟଣାରେ ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଘଟିଛି ଅପ୍ରୀତିକର ଘଟଣା।ଆଉ ପରେ ସ୍ବାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ।ତେବେ ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଅନ୍ତର୍ଗତ ମାଛଗଡ଼ ପଞ୍ଚାୟତର ସୋନାରୀପଶି ଗ୍ରାମରେ।

ଏହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଥାଉ ଥାଉ ତାଙ୍କ ସହିତ ବିବାହ ଉଚ୍ଛେଦ ନହୋଇ ମଧ୍ୟ ଆଉ ଜଣଙ୍କୁ ବିବାହ କରି ନେଇ ଆସିଥିଲେ।ଆଉ ତାପରେ ଆରମ୍ଭ ହୋଇଥିଲା ମହାଭାରତ। ଏଠାରେ ସ୍ଵାମୀଙ୍କ ଦ୍ଵିତୀୟ ବିବାହ ଦେଖି ତାର ପ୍ରଥମ ସ୍ତ୍ରୀ ରାସ୍ତା ଆଗରେ ସ୍ୱାମୀକୁ ନିର୍ଧୁମ ମାଡ ମାରି ଥିବାର ଦେଖିବାକୁ ମିଳିଛି।

ତେବେ ଏହି ଅଭିଯୁକ୍ତ ସ୍ବାମୀ ଜଣଙ୍କ ହେଉଛନ୍ତି ବଡ଼ବିଲ ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ପୁଅ ଗଣେଶ୍ୱର ମହାନ୍ତ। ଯିଏକି ୬ ବର୍ଷ ପୂର୍ବେ ସୋନାରୀପଶି ଗ୍ରାମର ପରେଶ ମହାନ୍ତଙ୍କ ଝିଅ ଲକ୍ଷ୍ମୀ ମହାନ୍ତଙ୍କୁ ହିନ୍ଦୁ ଧର୍ମର ରୀତିନୀତି ରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି।

ଏବେ ସ୍ଵାମୀଙ୍କ ଏହିଭଳି କାରନାମା ଦେଖି ସେ ଉତ୍ତ୍ୟକ୍ତ ହୋଇ ସ୍ବାମୀଙ୍କୁ ସମସ୍ତଙ୍କ ଆଗରେ ମାଡ଼ ମାରିବା ସହ ତାଙ୍କ ସ୍ବାମୀଙ୍କ ନାମରେ ନିକଟସ୍ଥ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।ତେବେ ଉକ୍ତ ଘଟଣା ଯଦିଓ ଗ୍ରାମବାସୀ ଙ୍କ ସହଯୋଗ ରେ ବୁଝାମଣା ହୋଇଥିଲା କିନ୍ତୁ ଏବେବି ଏହା ପୋଲିସ୍ ନିକଟରେ ଅଭିଯୋଗ ହୋଇ ରହିଛି। ସ୍ତ୍ରୀ ଙ୍କ ଏଭଳି ମାଡ଼ ମାରିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।