ସ୍ତ୍ରୀ ହେବ ତ ଏମିତି ! ସ୍ୱାମୀର ଏଭଳି କାମ ଦେଖି ,ସ୍ତ୍ରୀ ଖୁସି ହୋଇ କାନ୍ଧରେ ବୁଲାଇଲା । ଦେଖନ୍ତୁ ଭିଡ଼ିଓ

0

ସଂସାର ରେ ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।

ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।କୁହାଯାଏ ଯେ ପ୍ରେମ ହେଉଛି ଶାଶ୍ୱତ,ପ୍ରେମ ଅମର, ପ୍ରେମ ପବିତ୍ର।ଆଉ ସ୍ୱାମୀ ସ୍ତ୍ରୀ ଙ୍କ ପ୍ରେମ ଆହୁରୀ ପବିତ୍ର ଓ ଗହିରିଆ ହୋଇ ଥାଏ।ଆଉ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରୁ କୌଣସି ଜଣଙ୍କର ମୃତ୍ୟୁ ଘଟିଲେ, ଅନ୍ୟ ଜଣେ ବଞ୍ଚି ପାରେ ନାହିଁ।ଆଉ ଜଣେ ସଫଳତା ହାସଲ କଲେ ଆଉ ଜଣେ ଖୁସି ହୋଇ ଥାଏ।

ତେବେ ଏବେ ସେହି ପରି ଏକ ଘଟଣା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ଦେଖିବା ପାଇଁ ମିଳୁଛି କି ଗୋଟିଏ ସ୍ୱାମୀ ନିର୍ବାଚନ ଜିତିବା ପରେ ତାର ସ୍ତ୍ରୀ ତାଙ୍କୁ କାନ୍ଧରେ ବସାଇ ଗାଁ ବୁଲୁଛନ୍ତି।ତେବେ ଘଟଣା ଟି ଘଟିଛି ମହାରାଷ୍ଟ୍ର ରେ।ମହାରାଷ୍ଟ୍ର ରେ ଏବେ ପଂଚାୟତ ନିର୍ବାଚନ ଚାଲିଛି।

ତେଣୁ ଏଠାରେ ବିଜେପି ଓ ଶାସକ ଦଳ ଶିବସେନା ମଧ୍ୟରେ କଡ଼ା ଟକ୍କର ଚାଲିଛି।ତେବେ ଗତ ମଙ୍ଗଳବାର ଦିନ ଏହି ନିର୍ବାଚନ ର ଫଳାଫଳ ଆସି ଥିଲା।ଏହି ନିର୍ବାଚନ ରେ ପୁଣେର ଖେଡ ତହସିଲର ପାଲୁ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ନିର୍ବାଚନରେ ​​ଜିତିବା ପରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳି ଥିଲା ।

କାରଣ ଏଠାରେ ସାନ୍ତୋଶ ଶଙ୍କର ଗୁରୁଭ ନାମକ ଜଣେ ବ୍ୟକ୍ତି ଜିତି ଥିଲେ । ସେ ୫୦୦ରୁ ଅଧିକ ଭୋଟରେ ତାଙ୍କ ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଥିଲେ।ସ୍ୱାମୀଙ୍କ ଏତେ ବଡ଼ ବିଜୟ ବିଷୟରେ ତାଙ୍କ ପତ୍ନୀ ଜାଣିବା ପରେ ସେ ଖୁସି ରେ ପାଗଳ ହୋଇ ଯାଇ ଥିଲେ।ସେ ତୁରନ୍ତ ସ୍ୱାମୀ ଙ୍କ ପାଖକୁ ଦୌଡ଼ି ଆସି ତାଙ୍କୁ ବନ୍ଦାପନା କରି ଥିଲେ ଓ ସ୍ୱାମୀକୁ ଏକ ବିରାଟ ଫୁଲ ମାଳ ପିନ୍ଧେଇ ଦେଇ ଥିଲେ।

ଏହା ପରେ ସ୍ତ୍ରୀ ଜଣଙ୍କ ସମସ୍ତଙ୍କ ଆଗରେ ନାଚିବାକୁ ଲାଗିଲେ।ସ୍ୱାମୀଙ୍କ ବିଜୟରେ ପତ୍ନୀ ଜଣଙ୍କ ଏତେ ଖୁସି ହୋଇ ଯାଇ ଥିଲେ କି ସେ ସ୍ୱାମୀଙ୍କୁ ଟେକି ନିଜ କାନ୍ଧରେ ବସେଇ ସମଗ୍ର ଗାଁ ରେ ଘୁରିବାକୁ ଲାଗିଲେ।

ଅବଶ୍ୟ ସ୍ୱାମୀ ଙ୍କୁ ଟେକିବାରେ ଅନ୍ୟ କିଛି ଯୁବକ ତାଙ୍କୁ ସାହାଯ୍ୟ କରି ଥିଲେ।ହେଲେ ସ୍ତ୍ରୀ ଜଣଙ୍କ ତାଙ୍କୁ କାନ୍ଧରେ ବସି ବୁଲାଉ ଥିଲେ।ଆଉ ଏହି ସମୟରେ ପତ୍ନୀଙ୍କ ମୁହଁରେ ଏକ ଅଦ୍ଭୁତ ପ୍ରକାର ଖୁସି ଦେଖିବା ପାଇଁ ମିଳୁ ଥିଲା।ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ବାସ୍ତବରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଏମିତି ହେବା ଆବଶ୍ୟକ।ତେଣୁ କୁହାଯାଏ ଯେ ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।