ସୁଦଶା ବ୍ରତ ଦିନ କରନ୍ତୁ ଏହି ୫ ଟି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

0

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ଅନେକ ଦେବା ଦେବୀଙ୍କୁ ପୂଜା କରିଥାଉ, ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀ ମାତା ହେଉଛନ୍ତି ସୌଭାଗ୍ୟବତୀ ଏବଂ ଅନ୍ନଦାତା ଭାବରେ ପରିଚିତ। କାହା ଉପରେ ଯଦି ମାତା ଲକ୍ଷ୍ମୀଙ୍କ କୃପା ଥାଏ, ତାହାଲେ ଧନ ଧାନ୍ୟ ସୁଖ ସମ୍ପଦରେ ଘୋର ପୁରି ଯାଏ ଏବଂ ଅଭାବ ଅସୁବିଧା ଦୂର ହୋଇଥାଏ। ଆମ ହିନ୍ଦୁ ପରିବାର ରେ ସମସ୍ତଙ୍କ ଘରେ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ଯଦି ଯାହା ଘରେ ଲକ୍ଷ୍ମୀ ଛାଡି ଯାଆନ୍ତି, ସେହି ଘରେ ସବୁବେଳେ ଦୁଃଖ ନୌରାସ୍ୟ, ନିରାଶ ଅଭାବ ଲାଗି ରହିଥାଏ। ମାତା ଲକ୍ଷ୍ମୀ ଙ୍କ ପ୍ରିୟ ବାର ହେଉଛି ଗୁରୁବାର। ଶୁକ୍ଳ ପକ୍ଷ ଦଶମୀ ତିଥିରେ ଯଦି କୌଣସି ଦିନ ଗୁରୁବାର ପଡେ , ତେବେ ସେହି ଗୁରୁବାର ଦିନ ସୁଦଶା ବ୍ରତ ପାଳନ କରାଯାଏ।

ଯଦି ଏହି ସୁଦଶା ବାର ରେ ଏହି ପାଞ୍ଚଟି କାମ କରାଯାଏ, ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ମାତା ଲକ୍ଷ୍ମୀ ନିଜେ ଆସି ଆପାଣ ଙ୍କ ପରିବାର କୁ ଆଶୀର୍ବାଦ କରିଥାନ୍ତ। ତେବେ ଆସନ୍ତୁ ଜାଣିବା କଣ ଏହି ପାଞ୍ଚଟି କାମ;

ତେବେ ସୁଦଶା ବ୍ରତ ଦିନ ନାରୀ ମାନେ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ବ୍ରତକୁ ହଳଦୀ ପାଣିରେ ଧୋଇ ମାତା ଲକ୍ଷ୍ମୀଙ୍କ ଦଶ ନାମ ଧରି ସେହି ବ୍ରତ ରେ ଦଶଟି ଗଣ୍ଠି ପକାନ୍ତି, ଏବଂ ଏହି ବ୍ରତକୁ ଡାହାଣ ହାତରେ ବାନ୍ଧନ୍ତି। ଏହି ବ୍ରତକୁ ସେ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ଡାହାଣ ହାତରେ ବାନ୍ଧି ଥାନ୍ତି। ଯଦି କେହି ଏହି ବ୍ରତକୁ ଆତି ନିଷ୍ଠାର ପାଳନ କଲେ ମାତା ଲକ୍ଷ୍ମୀ କେବେହେଲେ ଛାଡିକି ଯିବେନି। ତେବେ ଆପଣ ମାନେ ଏହି ପାଞ୍ଚଟି ଉପାୟ କରି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ।

ଏହି ଦିନ ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନ କରି ରଖନ୍ତୁ ଅଳିଆ କିମ୍ୱା ଅଇଁଠା ପକାନ୍ତୁ ନାହିଁ। ଘରେ ଝଗଡା କରନ୍ତୁ ନାହିଁ , ପିଲାଙ୍କୁ ମାରନ୍ତୁ ନାହିଁ। ଯଦି ଆପଣ ସବୁଦିନ ଡେରିରେ ଉଠନ୍ତି , କିନ୍ତୁ ଏହି ବାର ଦିନ ଜଲ୍ଦି ଉଠନ୍ତୁ, ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେଜ ଛାଡ଼ନ୍ତୁ। ଯଦି ଆପଣ ମାନେ ଏହିସବୁ କରିବେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ସୁଦଶା ବ୍ରତରେ ମାତା ଲକ୍ଷ୍ମୀଙ୍କୁ ତିନି ବେଳା ଭୋଗ ଦିଆଯାଏ, ସକଳେ ଦଶ ପ୍ରକାର ଫଳ ଏବଂ ଦଶଟି ଛେନା ଗୋଲା ଦିଆଯାଏ। ଦ୍ୱିପ୍ରହର ରେ ଦଶଟି ମଣ୍ଡା ପିଠା ଲଗାଯାଏ ଏବଂ ସନ୍ଧ୍ୟାରେ ଛେନା ପଣା ଦିଆଯାଏ ଆଉ ଏହି ଭୋଗକୁ ଗରିବଙ୍କୁ ବାଣ୍ଟି ଦିଆଯାଏ,

ସକାଳୁ ଉଠି ହଳଦୀ ପାଣିରେ ସ୍ନାନ କରି ଧଳା, ହଳଦିଆ କିମ୍ବା ନାଲି ରଙ୍ଗର ଶାଢୀ ପିନ୍ଧନ୍ତୁ, ମଥାରେ ସିନ୍ଦୁର ଏବଂ ପାଦରେ ଅଳତା ଲଗେଇବା ପାଇଁ ଭୁଲନ୍ତୁ ନାହିଁ। ଅରୁଆ ଚାଉଳ ରେ ଝୁଣ୍ଟି ପକାନ୍ତୁ, ମାତା ଲକ୍ଷ୍ମୀ ଯେତେବେଳେ ବୁଲିବା ପାଇଁ ଆସନ୍ତି ସେ ଏହା ଦେଖି ପ୍ରସନ୍ନ ହୋଇଥାନ୍ତି। ଏହି ସବୁ କାମ କୁ ଆପଣ ନିଷ୍ଠାର ସହିତ କଲେ ମାତା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ସାଥିରେ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।