New Twist – ସୁମିତ ବହୁତ ନିରୀହ , ଅନ୍ୟମାନେ ତାର ସୁଯୋଗ ନେଉଛନ୍ତି ..ସୁମିତ ଏବେବି ତପସ୍ୱିନୀକୁ ଭଲ ପାଉଛନ୍ତି… କାହିଁକି ଏମିତି କହିଲେ ଏହି ସମାଜସେବୀ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ବ୍ରହ୍ମପୁରର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ମାମଲା ବହୁତ ଦିନ ଧରି ଚର୍ଚ୍ଚାରେ ରହି ଆସିଛି।ତେବେ ଚର୍ଚ୍ଚିତ ତପସ୍ଵିନୀ ଏବଂ ସୁମିତ ଙ୍କ ପାରିବାରିକ ବିବାଦ ମାମଲା ଏବେବି କୋର୍ଟରେ ବିଚାରାଧୀନ ରହିଛି। ଏବେବି ଏହାକୁ ନେଇ ତପସ୍ଵିନୀ କୋର୍ଟ ରେ ହାଜର ହେଉଛନ୍ତି ଏବଂ ତାଙ୍କର ଅନେକ ଅଭିଯୋଗ ଆଣୁ ଛନ୍ତି।ସେ ତାଙ୍କ ହକ ପାଇବା ପାଇଁ ଏବଂ ସ୍ବାମୀଙ୍କ ପାଖରେ ରହିବା ପାଇଁ ଏଡି ବସିଛନ୍ତି। ଆପଣମାନେ ଜାଣିଥିବେ ନ୍ୟାୟ ପାଇଁ, ନିଜର ହକ୍ କୁ ଫେରି ପାଇବା ପାଇଁ, ସ୍ତ୍ରୀ ଭାବରେ ମାନ୍ୟତା ପାଇବା ପାଇଁ ଏହି ମହିଳା ଜଣଙ୍କ କିପରି ସବୁ ବାଧା ବିଘ୍ନକୁ ଆଡେଇ ନିଜର ଅନବରତ ପ୍ରୟାସ ଜାରି ରଖିଛନ୍ତି।

ଆପଣ ଜାଣିଛନ୍ତି କିପରି ଦୀର୍ଘଦିନ ଧରି ଚାଲି ରହିଛି ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ। ଯେତେ ଚେଷ୍ଟା କରାଗଲେ ମଧ୍ୟ ଏହି ମାମଲାର ସମାଧାନ ହେବା ପାଇଁ ବହୁତ୍ ପ୍ରକ୍ରିୟା ଚାଲି ରହିଥିଲା।ତେବେ ପରେ କୋର୍ଟ ତପସ୍ଵିନୀ ଙ୍କ ସପକ୍ଷରେ ରାୟ ବି ଦେଇଥିଲେ। ତଥାପି କୌଣସି ମତେ ଏବେବି ଥମିବାର ନାମ ଧରୁନାହିଁ ଡାକ୍ତର ଦମ୍ପତ୍ତି ଙ୍କ ବିବାହ ବିବାଦ ମାମଲା। ଦିନକୁ ଦିନ ଏହା ଅଧିକ ଜଟିଳ ହେବାରେ ଲାଗିଛି। ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର ରହିଛି।

ଏବେବି ତପସ୍ୱିନୀ ରହିଛନ୍ତି ନିଜ ସ୍ଵାମୀଙ୍କ ସହ ରହିବା ଅପେକ୍ଷାରେ।ତେବେ ଏହାର ପ୍ରକୃତ ସମାଧାନ କଣ ଏତେ ଏବଂ ଏହା ସମ୍ଭବ କି ନୁହେଁ ତାହା ତ ସମସ୍ତେ ଭାବୁଥିବେ। ଏହାକୁ ନେଇ ଏବେ ମୁହଁ ଖୋଳିଛନ୍ତି ମମତା ସାହୁ। କେଉଁ ପ୍ରକାରରେ ଏହି ଦମ୍ପତ୍ତି ଙ୍କ ସମାଧାନ ଏବଂ ପୂର୍ବଭଳି ମିଳନର ବାଟ ବାହାରି ପାରିବ ସେ ବିଷୟରେ ସେ କହିଛନ୍ତି। ତେବେ ତାଙ୍କ କହିବା କଥା ହେଉଛି, ସୁମିତ ବହୁତ୍ ସରଳ ଏବଂ ବହୁତ୍ ଭଲ ବ୍ୟକ୍ତି ଅଟନ୍ତି।ସେ ଜଣେ ଭଲ ଛାତ୍ର ମଧ୍ୟ। ଏଭଳି କୋର୍ଟ କଚେରି ଯିବା ଦ୍ଵାରା ତାଙ୍କ କ୍ୟାରିଅର ଉପରେ ନିଶ୍ଚିତ ପ୍ରଭାବ ପଡୁଛି।

ତେଣୁ ସେ ଏତେ ସରଳ, ନିରୀହ ଭଳି ନହୋଇ ବୋଲ୍ଡ ହୁଅନ୍ତୁ। ତାଙ୍କ ସହ ଏକ ପ୍ରକାରର ଖେଳା ଯାଉଛି ବୋଲି ସେ କହିଛନ୍ତି।ଏହାଛଡା ସୁମିତ ଯଦି ପୁଣି ପୂର୍ବଭଳି ଭଲରେ ତପସ୍ଵିନୀ ଙ୍କ ସହିତ ରହିବେ ତେବେ ସମସ୍ତେ ତାଙ୍କୁ ଆହୁରି ବେଶି ଭଲ ପାଇବେ। ସ୍ବାମୀ ସ୍ତ୍ରୀ ଭିତରେ ଏମିତି ଝଗଡା ହୁଏ, କିନ୍ତୁ ଏହାକୁ ଭୁଲି ଆଗକୁ ବଢ଼ିବାକୁ ପଡେ। ସୁମିତ ତପସ୍ଵିନୀଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ସେ ପୁଣିଥରେ ତାଙ୍କ ସହ ରହିଲେ ସବୁକିଛି ଠିକ୍ ହୋଇଯିବ ବୋଲି ଏହି ମହିଳା ଜଣଙ୍କ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment