ସୁମିତ ଙ୍କ ଅସୁସ୍ଥତା କୁ ନେଇ ସ୍ତ୍ରୀ ତପସ୍ୱିନୀ କହିଲେ ଏମିତି…ତାଙ୍କୁ କଣ ଡାଇରିଆ ହେଇଛି ନା ଏଡ଼ସ ହୋଇଛି ଯେ ସେ ଆସି ପାରୁ ନାହାଁନ୍ତି…ଦେଖନ୍ତୁ ଭିଡ଼ିଓ

0

ଥମିବାର ନାମ ଧରୁନାହିଁ ଡାକ୍ତର ଦମ୍ପତ୍ତି ଙ୍କ ବିବାହ ବିବାଦ ମାମଲା। ଦିନକୁ ଦିନ ଏହା ଅଧିକ ଜଟିଳ ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର୍ ଧରିବାରେ ଲାଗିଛି ସାମାଜିକ ଗଣମାଧ୍ୟମ ରେ। ତେବେ ଆଜି ପୁଣି ଏହାକୁ ନେଇ ମୁହଁ ଖୋଲିଛନ୍ତି ସ୍ତ୍ରୀ ତପସ୍ୱିନୀ। ତାଙ୍କ ସ୍ଵାମୀ ଅଚାନକ ଭାବରେ ଫେରାର ହୋଇଯିବା ପରେ ଏହି ବିବାଦ ବଢ଼ିବାରେ ଲାଗିଛି ଏବଂ ସ୍ତ୍ରୀ ଏହାକୁ ନେଇ ଥିବା ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ତେଣୁ ସେ ପୁଣି ଥରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଜଣା ପଡ଼ିଛି। ଡାକ୍ତର ସୁମିତ ସାହୁ ଅର୍ଥାତ୍ ତାଙ୍କ ସ୍ଵାମୀ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ବୋଲି ତପସ୍ୱିନୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ପିଟିସନ୍‌ ଦାଖଲ କରିବା ପରେ ତପସ୍ୱିନୀ କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ମୁତାମକ ସୁମିତ ମୋ ସହିତ ରହିବା କଥା ଏବଂ ମୋର ଦାୟିତ୍ୱ ମଧ୍ୟ ସେ ନେବା କଥା। କିନ୍ତୁ ତାହା ହେଉନାହିଁ। ମୋତେ କିଛି ନଜଣାଇ ମୋତେ ଏପରି ଭାବରେ ଛାଡ଼ିଦେଇ ସେ ଚାଲି ଯାଇଛନ୍ତି। ଗତ ଚାରି ଦିନ ହେଲା ସେ କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରି ମୋତେ ଛାଡି କୁଆଡେ ଫେରାର ହୋଇ ଯାଇଛନ୍ତି। ମୁଁ ଏବେ କେମିତି ଅଛି ଏବଂ କେମିତି ଚଳୁଛି ସେକଥା ସେ ଆଦୌ ବୁଝୁ ନାହାନ୍ତି। ତେଣୁ ବାଧ୍ୟହୋଇ ପୁଣି ଥରେ ଏସ୍‌ଡିଜେଏମ୍‌ରେ ମୋର ଏହି ପିଟିସନ୍‌ ଦାଖଲ କରିଛି।

ଆଉ ଏହା ପରେ ଏସ୍‌ଡିଜେଏମ୍‌ କୋର୍ଟ ଯାହା ବି ନିର୍ଦ୍ଦେଶ ଦେବେ, ସେହି ଅନୁସାରେ ମୁଁ ପାଳନ କରିବି ବୋଲି ତପସ୍ୱିନୀ କହିଛନ୍ତି। ଏପଟେ ସୁମିତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ ବୋଲି କହି ଆଉ ୫ ଦିନ ଛୁଟି ନେବାକୁ ଚାହୁଁଛନ୍ତି ବୋଲି ଜଣାଇଛନ୍ତି ବୋଲି ତପସ୍ୱିନୀ ମିଡ଼ିଆ ପାଖରୁ ଜାଣିବାକୁ ପାଇଛନ୍ତି ବୋଲି କହିଛନ୍ତି। ଯାହାକୁ ନେଇ ସେ କହିଛନ୍ତି ଯେ ତାଙ୍କୁ ଏମିତି କଣ ହେଇଛି ଯେ ସେ ଉଠି ବସି ପାରୁ ନାହାଁନ୍ତି। ଅସୁସ୍ଥତା ର କାରଣ ଦେଖାଇ ଏମିତି ଦୁନିଆକୁ ଠକେଇ ଚାଲିଛନ୍ତି। ତାଙ୍କୁ କଣ ଡାଇରିଆ ହେଇଛି ନା ଏଡ଼ସ ହୋଇଛି ଯେ ସେ ଆସି ପାରୁ ନାହାଁନ୍ତି ବୋଲି କହିଛନ୍ତି ତପସ୍ୱିନୀ।

ଏହାଛଡା ସୁମିତ କେବଳ ମୋତେ ନୁହେଁ ବରଂ କୋର୍ଟଙ୍କୁ ବି ଠକେଇ ଚାଲିଛନ୍ତି ବୋଲି କହିଛନ୍ତି ତପସ୍ୱିନୀ। ଆଉ ଏହା ସମସ୍ତେ ଜାଣି ପାରୁଛନ୍ତି, ସାରା ଦୁନିଆ ତାଙ୍କର ଏହି ଠକାମୀ କୁ ବୁଝି ପାରୁଛି। ଏହିଭଳି ଭାବରେ ଗଣମାଧ୍ୟମ ସମ୍ମୁଖରେ ସେ ତାଙ୍କର ବିବୃତି ରଖିଛନ୍ତି ଏବଂ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି ଓ କୋର୍ଟ ଯାହାବି କହିବେ ତାକୁ ସେ ପାଳନ କରିବେ ବୋଲି ମଧ୍ୟ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।