Sumit – tapaswani ବିବାଦରେ ନୂଆ ଟୁଇଷ୍ଟ ! ରାତି ଅଧରେ ଘରଛାଡି ପଳେଇଲେ ପ୍ରମୋଦ ସାହୁ, ରୋଡ ଉପରୁ ଛାଡ଼ିଲେ ଭିଡିଓ…

0

ଆଜିକାଲିର ଶିକ୍ଷିତ ସଭ୍ୟ ସମାଜରେ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ଏହା ପରେ ଯୁବକ ଯୁବତୀ ଭଲ ପାଇବା ହୋଇ ଯାଇଥାଏ ଓ ସେମାନେ ବିବାହ କରି ଥାଆନ୍ତି। କିନ୍ତୁ ଏଥିରେ ବାପା ଓ ମାଆ ଵିଵାହରେ ବିରୋଧ କରୁଛନ୍ତି ଓ ଏହା ପରେ ସଂପର୍କର ଫାଟ ସୃଷ୍ଟି ହୋଇ ଯାଇଥାଏ। ଏହା ପରେ ସମସ୍ତେ ହଇରାଣ ହରକତ ହୋଇ ଥାଆନ୍ତି। ଏମିତିକି କୋର୍ଟ କଚେରୀ ଦୋୖଡି ଥାଆନ୍ତି ଓ କୋର୍ଟ ଯେଉଁ ନିଷ୍ପତ୍ତି ନେଇଥାଏ, ତାହା ସ୍ୱାଗତ ଯୋଗ୍ୟ। କିନ୍ତୁ ତଥାପି କୋର୍ଟର ନିଷ୍ପତ୍ତିରେ ପରିବାର ଲୋକ ମାନେ ଅସନ୍ତୋଷ ହୋଇ ଥାଆନ୍ତି। ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ସମୟରେ ତପସ୍ୱିନୀ ଗୃହ ଭିତରକୁ ପ୍ରବେଶ କରିବା ପରେ ତାଙ୍କ ଶ୍ୱଶୁର ଗୃହ ତ୍ୟାଗ କରି ଦେଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ସେ ଦୁଇ ଜଣଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ମହିଳା ତାଙ୍କ ସ୍ୱାମୀଙ୍କ ପାଖରେ ରହିବା ପାଇଁ ଶ୍ୱଶୁର ଘର ସମ୍ନାରେ ଦେଢ଼ ମାସ ଧରି ଧାରଣାରେ ବସି ରହିଥିଲେ।

ତେବେ ମାନ୍ୟବର କୋର୍ଟ ଏହି ସବୁ ବିବାଦ ଅନ୍ତ କରି ଦେଇଛନ୍ତି। ତପସ୍ୱିନୀଙ୍କୁ ତାଙ୍କ ଶ୍ୱଶୁର ଘରେ ରହିବା ପାଇଁ ମାନ୍ୟବର କୋର୍ଟ ନିଷ୍ପତ୍ତି ଦେଇଥିଲେ। ତେବେ ଏହା ପରେ ଗତ କାଲି ପ୍ରଶାସନ ସମ୍ମୁଖରେ ମହିଳାଙ୍କର ତାଙ୍କ ଶ୍ୱଶୁରଙ୍କ ଘର ଭିତରକୁ ଗୃହ ପ୍ରବେଶ କରା ଯାଇଥିଲା। କିନ୍ତୁ ଏହା ପରେ ଏକ ଘଟଣା ଘଟି ଥିବାର ଦେଖିବା ପାଇଁ ମିଳିଛି। ମହିଳାଙ୍କ ଶ୍ୱଶୁର ପ୍ରମୋଦ ସାହୁ ଗତ କାଲି ରାତିରେ ଘର ଛାଡ଼ି ଦେଇଛନ୍ତି। ମହିଳାଙ୍କ ଶ୍ୱଶୁର ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ, ତାଙ୍କ ବୋହୂ ତାଙ୍କ ଘରେ ରହିବା ନେଇ ତାଙ୍କ କୋର୍ଟର ଆଦେଶରେ କିଛି ଦ୍ଵନ୍ଦ ରହିଥିଲା।

ଏହି କଥାକୁ ନେଇ ସେ ଥାନା ଆଇଆଇସିଙ୍କୁ ଜଣାଇ ଥିଲେ କିନ୍ତୁ ଥାନା ଅଧିକାରୀ ତାଙ୍କ କଥା କିଛି ଶୁଣି ନଥିଲେ। ଏହା ପରେ ସେ ତାଙ୍କ ବୋହୂ ତାଙ୍କ ଘରେ ରହିବା ନେଇ ସେ ନିଜକୁ ସୁରକ୍ଷା ମନେ କଲେ ନାହିଁ, ଯାହା ଫଳରେ କି ସେ ଘର ଛାଡିବା ପାଇଁ ବାଧ୍ୟ ହୋଇଗଲେ। ଏଥି ସହିତ ସେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ତାଙ୍କ ବୋହୂ ମିଛ ଅଭିଯୋଗ କରିଥିଲେ ଓ ଯୌତୁକ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିଥିଲେ ଓ ଏହି ସବୁକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଭିଡ଼ିଓ ଦ୍ୱାରା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।