ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଘଟଣା ଟିକୁ ଶୁଣିକି ଆପଣ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି କି, ହେଲେ ଘଟଣା ଟି ସମ୍ପୂର୍ଣ୍ଣ ସତ ଅଟେ | ଆମ ସମାଜରେ ଏପରି ବି ଲୋକ ଅଛନ୍ତି ଯିଏ ନିଜ କଥା ନ ଭାବକି ସବୁବେଳେ ଲୋକ ମାନଙ୍କ କଥା ଭାବିଥାନ୍ତି , ଆଉ ଲୋକ ମାନଙ୍କର ସାହାଯ୍ୟ କରିଥାନ୍ତି | ତେବେ ଆଜି ଯୋଉ ସୁନା ବୋହୂ ଟେ ବିଷୟରେ ମୁଁ କହିବାକୁ ଯାଉଛି ସିଏ ହେଉଛନ୍ତି ଗାଁ ର ସୁନା ଝିଅ ଓ ସୁନା ବୋହୂ ରୀନା ସାହୁ | ଯିଏ କି ଦରିଦ୍ର ମାନଙ୍କର ସେବା ପାଇଁ ନିଜର ଚାକିରୀ ମଧ୍ୟ ଛାଡିଦେଇଛନ୍ତି | ଆସନ୍ତୁ ତାହେଲେ ତାଙ୍କ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ସୂଚନା ଅନୁସାରେ ରୀନା ଙ୍କର ବାପ ଘର ହେଉଛି ନୟାଗଡ଼ ଜିଲ୍ଲାର ସରଣ ଖୋଳ ର ହରିହରପୁର ଗାଁ ରେ, ତେବେ ପେଶା ରେ ଜଣେ ସିଭିଲ ଇଞ୍ଜିନିଅର ଭାବରେ ମଧ୍ୟ ବେଶ ପରିଚିତ ଥିଲେ ରୀନା ସାହୁ | ଆଉ ପିଲା ଦିନରୁ ତାଙ୍କ ର ଗୋଟିଏ ମାତ୍ର ଇଚ୍ଛା ଥିଲା କି ସେ ବଡ଼ ହୋଇ ଗରିବ ଲୋକମାନଙ୍କ ର ସେବା କରିବେ ଓ ଦେଶ ଓ ଜାତିର ନାଁ ରଖିବା ସହିତ , ଗାଁ ରେ ଥିବା ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବେ | ସେଥିପାଇଁ ସେ ସିଭିଲ ଇଞ୍ଜିନିଅର ର ଚାକିରୀ ମଧ୍ୟ ଛାଡି ଦେଇଥିଲେ |
ତେବେ ଯାହା ସୂଚନା ମିଳିଛି କି ସେ ଝାଡ଼ସୁଗୁଡା ରେ ରହି ଚାକିରୀ କରୁଥିଲେ ଆଉ ମାସକୁ 65000 ଟଙ୍କା ର ଦରମା ମଧ୍ୟ ପାଉଥିଲେ | କିନ୍ତୁ ଯେତେବେଳେ ସେ କୋରନା ମହାମାରୀ ପାଇଁ ଘରକୁ ଆସିଥିଲେ ସେତେବେଳେ ସେ ଗରିବ ଲୋକ ମାନଙ୍କର ଦୁଃଖ କୁ ଦେଖିଥିଲେ | ଆଉ ଯାହାକୁ ଦେଖିକି ସେ ସହି ପାରି ନଥିଲେ , ଆଉ ଏହି ମହାମାରୀ ସମୟରେ ଗାଁ ଗାଁ ବୁଲି ଲୋକ ମାନଙ୍କୁ ଖାଦ୍ୟ ମଧ୍ୟ ଯୋଗାଇ ଦେଇଥିଲେ |
ତେବେ ସେ କିଛି ବର୍ଷ ପୂର୍ବରୁ ରଣପୁର ବ୍ଲକ ରାଜସୁନଖୋଳା ର ସୁଧାଂଶୁ ସାହୁ ଙ୍କୁ ବିବାହ କରିଥିଲେ ସେ | ଆଉ ତାଙ୍କର ଗୋଟିଏ କୁନି ପୁଅ ଟିଏ ମଧ୍ୟ ଅଛି | କିନ୍ତୁ ତାଙ୍କର ଏହି ଜନ ସେବା ଜନିତ କାମକୁ କରିବାକୁ ସାଥ ଦେଇଛନ୍ତି ତାଙ୍କ ଶାଶୂ ଘରର ପରିବାର ଲୋକ, ଆଉ ଯାହା ଫଳରେ ସେ ଆଜି ପ୍ରିନ୍ସ ଫାଉଣ୍ଡେସନ ନାମରେ ଗୋଟିଏ ସେବା ଯୋଗାଇଦେବା ପାଇଁ ଖୋଲିଛନ୍ତି | ଆଉ ଦୁଃଖୀ ଦରିଦ୍ର ଲୋକ ମାନଙ୍କର ଖାଇବା ଠାରୁ ଆରମ୍ଭ କରିକି ରୋଗ ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦେଇଛନ୍ତି ସେ | ଆଉ ଯାହା ପାଇଁ ସେ ବହୁତ ଖୁସି ମଧ୍ୟ ଅଛନ୍ତି |
ତେବେ ସେ ଫେସବୁକ ଆଉ ହ୍ୱାଟ୍ସଅପ ଖୋଲିକି ସେଥିରୁ ମଧ୍ୟ ସାହାଯ୍ୟ ମାଗିଛନ୍ତି ଆଉ ସେଥିରୁ ପଇସା ଯାହା ମିଳୁଛି ଆଉ ନିଜେ ଟଙ୍କା ଦେଇ ଦୁଃଖୀ ଲୋକ ମାନଙ୍କର ସାହାଯ୍ୟ କରିବାର କଥା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଯାହାକୁ ଲୋକ ମାନେ ଦେଖି ବହୁତ ପ୍ରସଂଶା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।