ଶୁଣନ୍ତୁ LIVE ଭିଡିଓ – ସ୍କୁଲରେ ଦୁଷ୍ଟ ହେଉଥିଲେ ଦ୍ରୌପଦୀ, ତାକୁ ମୁଁ ବେଞ୍ଚରେ ଠିଆ କରିଥିଲି। ଏନେଇ ମହିଳା ଜଣଙ୍କ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ…

ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଆପଣ ମାନେ ଜାଣିଥିବେ କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡ଼ିଶା ମାଟିର ଓଡ଼ିଆ ଝିଅ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସୁଯୋଗ୍ୟ ଝିଅ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ତେବେ ଭୁବନେଶ୍ୱରର କ୍ୟାପିଟାଲ ଗାର୍ଲ୍ ହାଇ ସ୍କୁଲରେ ଦ୍ରୌପଦୀ ମୁର୍ମୁ ଅଷ୍ଟମ,ନବମ, ଦଶମ ଓ ଏକାଦଶରେ ପାଠ ପଢି ଥିଲେ। ଆଉ ସେହି ସମୟର କିଛି ସ୍ମୃତି ସେୟାର କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାଙ୍ଗ ମାନେ। ଯେଉଁମାନେ ଦ୍ରୌପଦୀ ମୁର୍ମୁଙ୍କ ସାଙ୍ଗରେ ପାଠ ପଢ଼ିଥିଲେ ତାଙ୍କ ସହ ହଷ୍ଟେଲ ରେ ରହୁଥିଲେ ଏକାଠି ଖାଉଥିଲେ ଏକାଠି ବୁଲୁଥିଲେ ଆଉ ପରସ୍ପର ମଧ୍ୟରେ ସୁଖ ଦୁଃଖ ବାଣ୍ଟୁଥିଲେ। ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଲାଦିନର କିଛି ସ୍ମୃତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିମା ପାତ୍ର ନାମକ ଜଣେ ସାଙ୍ଗ ତାଙ୍କୁ ଭେଟିବା ପାଇଁ କଲିକତାରୁ ଆସି ପହଁଚି ଛନ୍ତି ଭୁବନେଶ୍ୱରର କ୍ୟାପିଟାଲ ଗାର୍ଲ୍ ହାଇ ସ୍କୁଲରେ। ଆଉ ସେ କହିଛନ୍ତି କି ଦ୍ରୌପଦୀ ଭଲ ଗୀତ ଗାଇ ପାରନ୍ତି। ଏନସିସି କ୍ୟାମ ମରେ ଭାଗ ନେଇଥିଲେ ଦ୍ରୌପଦୀ ସନ୍ଧ୍ୟା ସମୟରେ ଦ୍ରୌପଦୀ ମାନଙ୍କ ସହିତ ନାଚ ଗୀତ ମଧ୍ୟ କରୁଥିଲେ ଆଉ ଦ୍ରୌପଦୀ ମୁର୍ମୁ ଖୁବ୍ ସୁନ୍ଦର ଗୀତ ମଧ୍ୟ ଗାଇ ପାରନ୍ତି ତେବେ ଦ୍ରୌପଦୀ ବର୍ତ୍ତମାନ ସମୟରେ ଭାରତର ରାଷ୍ଟ୍ରପତି ରହିଛନ୍ତି ଏଥି ପାଇଁ ତାଙ୍କ ସାଙ୍ଗ ମାନେ ଖୁବ୍ ଖୁସି ରହିଛନ୍ତି।

ତେବେ ଦ୍ରୌପଦୀ ମୁର୍ମୁଙ୍କ ଅନ୍ୟ ଜଣେ ସାଙ୍ଗ କହିଛନ୍ତି କି ସେମାନେ ଦ୍ରୌପଦୀଙ୍କୁ ନେଇ ବେଶ୍ ଗର୍ବିତ। ଆଗରୁ ସେମାନେ ଦ୍ରୌପଦୀ ମୁର୍ମୁଙ୍କ ସହିତ ବହୁତ୍ ଥର ସାକ୍ଷାତ୍ କରିଛନ୍ତି କିନ୍ତୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ତାଙ୍କ ସାଙ୍ଗ ମାନଙ୍କୁ ଭେଟିବା ପାଇଁ ଯାଉଛନ୍ତି ସେଥିପାଇଁ ସେମାନେ ବେସ୍ ଖୁସି ଅଛନ୍ତି। ତାଙ୍କର ଜଣେ ସାଙ୍ଗ କହିଛନ୍ତି ଦ୍ରୌପଦୀ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁ ଥିଲେ ସେତେବେଳେ ସିଏ ଖୁବ୍ ଦୁଷ୍ଟ ଥିଲେ। ଆଉ ସେହି ସମୟରେ ତାଙ୍କର ଏହି ସାଙ୍ଗ କ୍ଲାସର ମୋନିଟର ଥିଲେ ଆଉ ଦ୍ରୌପଦୀ ଦୁଷ୍ଟାମି କରିବା ପରେ ସେ ତାଙ୍କୁ ବ୍ୟଞ୍ଚ ଉପରେ ଠିଆ କରି ଦେଉଥିଲେ।

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଆଜି ତାଙ୍କ ସାଙ୍ଗ ମାନେ ଖୁବ୍ ଗର୍ବିତ ଅଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଦ୍ରୌପଦୀ ମୁର୍ମୁଙ୍କୁ ସାଙ୍ଗ ଭାବେ ପାଇ ସେମାନେ ଧନ୍ୟ ହୋଇ ଯାଇଛନ୍ତି। ଆଉ ଯେଉଁ ସ୍କୁଲ୍ ରେ ସେମାନେ ପିଲାଦିନେ ଖେଳୁଥିଲେ ଏକାଠି ବୁଲୁଥିଲେ ଆଉ ପାଠ ପଢିଥିଲେ ସେହି ସ୍କୁଲ ଆଜି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିଛି। ଆଉ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିବା ପାଇଁ ସମସ୍ତେ ଉତ୍କଣ୍ଠାଏ ସହିତ ଅପେକ୍ଷା କରି ରହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment