ସୁପ୍ରିମକୋର୍ଟ ଙ୍କ ନୂଆ ନିୟମ-ବାପା ମାଆ ଙ୍କୁ ଅତ୍ୟାଚାର କରୁଥିବା ସନ୍ତାନ କୁ ମିଳିବନି ସମ୍ପତ୍ତିରୁ ଅଧିକାର

0

ବାପା ମାଆଙ୍କୁ ନିଜ ସାନ୍ତାନ ହଇରାଣ ହରକତ କରୁଥିବାର ଦୃଶ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି। ଛୋଟ ବେଳୁ କୋଳେଇ କାଖେଇ ଭଲ ଶିକ୍ଷା ଦେଇ ମଣିଷ କରୁଥିବା ବାପା ମାଆ ମାନଙ୍କୁ ବିବାହ ପରେ ପିଲା ଭୁଲି ଯାଉଥିବାର ନଜର ରହିଛି। ଆପଣ ଦେଖିଥିବେ କେଉଁଠି ବାପା ମାଆଙ୍କୁ ପିଲା ମାନେ ଖାଇବାକୁ ଦେଉନାହାନ୍ତି ତୋ ଆଉ କେଉଁଠି ବାପା ମାଆଙ୍କୁ ଗରୁଗାଇ ଭଳି ମାଡ଼ ମରୁଥିବାର ଦୃଶ୍ୟ ଆପଣ ମାନେ ଦେଖିଥିବେ। ବାପା ମାଆ ଅର୍ଜିଥିବା ସମ୍ପତ୍ତିକୁ ନେଇ ନିଜେ ଅଏସ ଆରାମରେ ରହିଛନ୍ତି। କିନ୍ତୁ ପିତାମାତା ନିଜର ସମ୍ପତି ଅର୍ଜନ କରିବା ପାଇଁ ସାରା ଜୀବନ ଝାଳ ବୁହାଇ ସଞ୍ଚିତ କରି ରଖି ଥାନ୍ତି।

ପିଲା ମାନଙ୍କର ବୃଦ୍ଧ ବାପା ମାଆଙ୍କ ଏଭଳି କାର୍ଯ୍ୟ କଳାପକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଯଦି ସନ୍ତାନ ବାପା ମାଆ ଙ୍କ ସେବା କୁ ଅବହେଳା କରିଲେ ତେବେ ସମ୍ପତିରୁ ବଂଚିତ ହେବେ ସନ୍ତାନ। ବୁଡା ବାପା ମାଆ ଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରଖିବା ଯୋଗୀ ଆଦିତ୍ୟନାଥ ଏଭଳି ନୂଆ ନିୟମ ପ୍ରଣୟନ କରିଛନ୍ତି। କାରଣ ବାପା ମାଆ ସନ୍ତାନକୁ ଛୋଟରୁ ବଡ କରିବା ଯେତିକି ଆବଶ୍ୟକ ସେହିପରି ପିଲା ମାନଙ୍କର ମଧ୍ୟ ବାପା ମାଆ ଙ୍କ ପ୍ରତି କର୍ତ୍ତବ୍ୟ ରହିଛି।

ଏହି ଆଇନ ଅନୁସାରେ ଯଦି କେହି ସନ୍ତାନ ବୁଢା ବାପା ମାଆ ଙ୍କୁ ଅତ୍ୟାଚାର କଲେ କିମ୍ବା ତାଙ୍କ କର୍ମରୁ ଅବହେଳା କଲେ ସମ୍ପତିରୁ ବେଦ଼ଖଲ ହେବେ ସନ୍ତାନ, ରାଜ୍ୟ ବିଧି ଆୟଗ ଓ କଲ୍ୟାଣ ଅଧିନିୟମ ୨୦୦୭ ନିୟମା ବଳିରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଆଇନ ଅନୁଯାୟୀ ଯଦି ପିଲାମାନେ ତାଙ୍କ ବାପା ମାଆଙ୍କ ସେବା କରୁନଥିବାର ଅଭିଯୋଗ ଆସେ ତାହାଲେ ସ୍ଥାନୀୟ ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ। ଏଭଳି ପରିସ୍ଥିତିରେ ଆକ୍ସନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ଅଧିକାର ମିଳିବ। ଆଉ ପିତାମାତା ଚାହିଁଲେ ତାଙ୍କ ସାନ୍ତାନରୁ ସମ୍ପତିରୁ ବେଦ଼ଖଲ କରିପାରିବେ। ତେବେ ଉତ୍ତର ପ୍ରଦେଶରେ ବୟସ୍କ ଲୋକଙ୍କୁ ନିର୍ଯାତିତ ଘଟଣା ଦିନକୁ ଦିନ ବଢି ଚାଲିଛି।

ତେବେ ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏଭଳି ନିୟମ ଆଣିବା ପାଇଁ ଯାଉଛନ୍ତି। ଏହି ନିୟମ ଦ୍ୱାରା ବୃଦ୍ଧ ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ଆଉ ହେବ ନାହିଁ ବୋଲି ଯାହା ଆଶା କରାଯାଏ। ଏହି ନିୟମକୁ ଦେଖି ଅନ୍ୟ ସରକାର ଏହି ନିୟମକୁ ଆପଣେଇ ନେଲେ ଆମ ଦେଶରେ ଆଉ ବାପା ମାଆଙ୍କୁ ଆଉ କୌଣସି ପିଲା ଅବହେଳା ଅନ୍ୟାୟ ଅତ୍ୟାଚାର କରିବେ ନାହିଁ। ଏହା ଦ୍ୱାରା ପିଲା ମାନଙ୍କର ବାପା ମାଆ ଙ୍କ ପ୍ରତି କର୍ତ୍ତବ୍ୟ ବୋଧ ବଢିବ ଆଉ ଅନ୍ୟାୟ ଅତ୍ୟାଚାର ଦୁରେଇ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।