ସ୍ୱାମୀ ଚାଲିଗଲା ପରେ ମୋତେ ସାଇଡ କରିଦେଲେ ..ଯିଏ ଆଶ୍ରମ ଗଢ଼ିଥିଲା ତା ବାପା ମା’ଙ୍କୁ ତ ଟିକେ ଖୁସିରେ ରଖିବାର ଥିଲା.. ଏ ନେଇ କଣ କହୁଛନ୍ତି ବିଦ୍ୟାଶ୍ରୀ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ବିଦ୍ୟାଶ୍ରୀ ଙ୍କ କଥା ବହୁତ ଭଲ ଭାବରେ ଜାଣିଥିବେ | ତାହା ସହିତ ଯୋଉ ଵୃଦ୍ଧାଶ୍ରମ ରହିଛି ଯୋଉଁଠାରେ ବିଦ୍ୟାଶ୍ରୀ ଙ୍କର ସ୍ୱାମୀ ଖୋଲିଥିଲେ ଓ ବୃଦ୍ଧା ଲୋକ ମାନଙ୍କର ସୁରକ୍ଷା ମଧ୍ୟ ଦେଉଥିଲେ , ସେ ଆଉ ଏ ଦୁନିଆରେ ନାହାନ୍ତି | ତେବେ ସେ ଗଲା ପରେ ଵୃଦ୍ଧାଶ୍ରମ ରେ ରହୁଥିବା ବୃଦ୍ଧା ମାନଙ୍କର ଧ୍ୟାନ ଦିଆ ଯାଉନାହିଁ, ସେମାନଙ୍କୁ ଠିକ ସମୟରେ ଖାଇବା ଦିଆ ଯାଉନାହିଁ ବୋଲି ଅଭିଯୋଗ ଆସିଥିଲା | କିନ୍ତୁ ବିଦ୍ୟାଶ୍ରୀ ଏହି କଥା ଟିକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି ଆଉ କହିଛନ୍ତି କି ଆଶ୍ରମ ରେ ଯୋଉ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଛ ଅଟେ | ଆଗରୁ ତାଙ୍କର ସ୍ୱାମୀ ବଞ୍ଚିଥିଲା ବେଳେ ସେ ଯେପରି ଆଶ୍ରମ ର କେୟାର ନେଉଥିଲେ ଆଉ ଆଶ୍ରମ ଚଳି ଆସୁଥିଲା , ଏବେବି ସେମିତି ଚାଲିଛି ବୋଲି କହିଛନ୍ତି |

ତେବେ ବିଦ୍ୟାଶ୍ରୀ ଙ୍କର କହିବା କଥା କି ଯେତେବେଳେ ତାଙ୍କର ସ୍ୱାମୀ ବଞ୍ଚିଥିଲେ ସେତେବେଳେ ସେ ଗଢ଼ିଥିବା ନିଜ ଆଶ୍ରମରେ ଯତ୍ନ ନେଉଥିଲେ | ଆଉ ଏବେ ଯେତେବେଳେ ସିଏ ଆଉ ଏହି ଦୁନିଆରେ ନାହାନ୍ତି ତେଣୁ ମୁଁ ତାଙ୍କର ସ୍ତ୍ରୀ ହିସାବରେ ତାଙ୍କର ସମସ୍ତ ଦାୟିତ୍ୱ ନେବା କଥା କିନ୍ତୁ ତାହା ତ କୋରାଇ ଦେଲେଣି | ଆହୁରି ମଧ୍ୟ ବିଦ୍ୟାଶ୍ରୀ ମିଡ଼ିଆ ଆଗରେ କହିଛନ୍ତି କି ଯେତେବେଳେ ତାଙ୍କର ସ୍ୱାମୀ ମରିଗଲେ ସେତେବେଳେ ତାଙ୍କୁ ଘରୁ ତୋଡ଼ି ଦେଇଥିଲେ | କାରଣ ସେମାନେ ବୋଧେ ଭାବିଥିବେ କି ବିଦ୍ୟାଶ୍ରୀ ସ୍ମାର୍ଟ ଅଛନ୍ତି ଆଉ ସେ ବୋଧେ ତାଙ୍କର ସବୁ ସତ କୁ ଜାଣିନେବେ ସେଥିପାଇଁ ସେମାନେ ତାଙ୍କୁ ଘରୁ ମଧ୍ୟ ଦୂର କରିଦେଇଥିଲେ |

କିନ୍ତୁ ବିଦ୍ୟାଶ୍ରୀ ଙ୍କର କହିବା କଥା କି ଯୋଉ ପୁଅଟି ଆଶ୍ରମ ଗଢିଥିଲା ଓ ଆଶ୍ରମ ର ସମସ୍ତ ଦାୟିତ୍ୱ ନେଇଥିଲେ ସେମିତି ତାଙ୍କର ବାପା ମା ଙ୍କୁ ଭଲରେ ରଖିବା ଆଉ ତାଙ୍କର ଯତ୍ନ ମଧ୍ୟ ନେବା ସେମାନଙ୍କର ଦାୟିତ୍ୱ ଅଟେ | ତେବେ ଯଦି ତାଙ୍କର ଯତ୍ନ ଆଶ୍ରମ ରେ ନ ନେଇ ପାରନ୍ତି ତାହେଲେ ତାହାଠୁ ଆଉ ବଡ଼ ଦୁଃଖର କଥା ଆଉ କିଛି ନୁହଁ | ତେବେ ବିଦ୍ୟାଶ୍ରୀ ଙ୍କର କହିବା କଥା ଯୋଉ ବୃଦ୍ଧ ଆଉ ବୃଦ୍ଧା ମାନେ ଅଭିଯୋଗ କରିଥିଲେ କି ଆଶ୍ରମ ରେ ସେମାନଙ୍କର ଠିକ ଭାବରେ ଯତ୍ନ ନିଆ ଯାଉନି, ସେଠି ଖାଇବା , ପିଇବା ଓ ଶୋଇବା ସବୁଥିରେ ଅସୁବିଧା ହେଉଛି |

ତାହାର ସତ୍ୟା ସତ୍ୟ ମଧ୍ୟ ପ୍ରକାଶ ପାଇଁ ସାରିଛି ଆଶ୍ରମ ରେ ଥିବା ଅନ୍ୟ ମାନଙ୍କ ଠାରୁ , ତେବେ ବିଦ୍ୟାଶ୍ରୀ ତାଙ୍କର ଯୋଉ ବିବାହ ବାର୍ଷିକୀ ରେ ଆଶ୍ରମ କୁ ଯାଇଥିଲେ ତାକୁ ମଧ୍ୟ ପସନ୍ଦ କରିନଥିଲେ ବିକାଶ | ଆଉ ସେ ଆସିବା ପରେ ମଧ୍ୟ ଗାଳି ଗୁଲୋଚ କରିଥିଲେ |ତେବେ ବିଦ୍ୟାଶ୍ରୀ ଙ୍କର କହିବା କଥା କି ତାଙ୍କର ସ୍ୱାମୀ ଥିଲା ବେଳେ ଯେମିତି ଆଶ୍ରମ ର ଦେଖା ଶୁଣା ହେଉଥିଲା, ଏବେ ବି ସେମିତି ହେଉଛି ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment