ଦେଖନ୍ତୁ ଭିଡ଼ିଓ – ସ୍ଵାମୀଙ୍କ ମୁହଁରେ ନିଜ ମୁହଁକୁ ଲଗାଇ ତାଙ୍କୁ ଅମ୍ଳଜାନ ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସ୍ତ୍ରୀ, ଆଉ ତା ପରେ….

0

ବଞ୍ଚିବା ପାଇଁ ଚାଲିଛି ସଂଗ୍ରାମ। ଟିକିଏ ଅମ୍ଳଜାନ ଅଭାବରୁ ଚାଲି ଯାଉଛି ଅକାରଣରେ ଅନେକ ଜୀବନ।ଆଉ କରନା ର କରାଳ କାୟା ରେ କଲବଲ ହେଉଛି ସାରା ଦେଶ। ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ।ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏଥିରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରା ଯାଉଛି। ମାତ୍ର ବିଡମ୍ବନା ର ବିଷୟ ଏହା ଯେ ଲୋକେ ମାନୁ ନାହାନ୍ତି ସରକାରଙ୍କ କଟକଣା କିମ୍ବା କରୁ ନାହାନ୍ତି ସହଯୋଗ। କିଛି କିଛି ସ୍ଥାନରୁ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି ଯାହା ଦେଖିଲେ ଆପଣଙ୍କ ଛାତି ଫାଟିଯିବ।

ସେଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।ସରି ଆସୁଥିଲା ସ୍ଵାମୀଙ୍କ ଆୟୁଷ ଆଉ କମି ଆସୁଥିଲା ଅକ୍ସିଜେନ୍। ମୃତ୍ୟୁ ମୁହାଁ ହେଉଥିବା ନିଜର ମଣିଷ ନିଃଶ୍ୱାସ ବିନା ଅଟୋ ରେ ଛଟପଟ ହେଉଥିଲେ।ଆଉ ଏତିକି ବେଳେ ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ଵାମୀଙ୍କ ମୁହଁରେ ନିଜ ମୁହଁକୁ ଲଗାଇ ଯମ ମୁହଁରୁ ନିଜର ସ୍ଵାମୀଙ୍କ ଜୀବନ କୁ ଛଡ଼ାଇ ଆଣିବା ପାଇଁ ଚେଷ୍ଟା କରିଥିଲେ ସ୍ତ୍ରୀ। ପତିଙ୍କ ପ୍ରାଣ ବଞ୍ଚାଇବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଥିଲେ ସ୍ତ୍ରୀ। ସ୍ଵାମୀଙ୍କ ଆୟୁଷ ସରୁଥିବା ବେଳେ କିନ୍ତୁ ସରୁ ନଥିଲା ସ୍ତ୍ରୀ ଙ୍କ ଆପ୍ରାଣ ଉଦ୍ୟମ। କିନ୍ତୁ ନିଜର ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଶତଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ସ୍ତ୍ରୀ।

ଆଉ ଶେଷରେ ମରିଗଲେ ସ୍ବାମୀ ଏବଂ ହାରିଗଲେ ପତ୍ନୀ ଜଣଙ୍କ।ଆଉ ସ୍ତ୍ରୀ ଙ୍କ କୋଳରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ଅନେକ ଚେଷ୍ଟା କରି ମଧ୍ୟ ସ୍ୱାମୀର ଜୀବନ ବଞ୍ଚାଇ ପାରିଲାନି ସ୍ତ୍ରୀ ଏବଂ ଯମ ହାତରୁ ନିଜର ସ୍ବାମୀଙ୍କୁ ବଞ୍ଚାଇ ନପାରି ସ୍ତ୍ରୀ ବିଫଳ ହେବା ପରେ ସେ ସାଜି ପାରିଲାନି ଏ ଯୁଗର ସାବିତ୍ରୀ। ଅମ୍ଳଜାନ ଅଭାବର ଏହି ଭୟଙ୍କର ଆଁ ଭିତରେ ଉତ୍ତରପ୍ରଦେଶ ର ଆଗ୍ରା ରୁ ଆସିଛି ଏହି ଛାତି ଥରା କାହାଣୀ। ଯେଉଁଠି ସ୍ତ୍ରୀ ର ଶତଚେଷ୍ଟା ପାରେବି ସ୍ବାମୀ ପାଲଟି ଗଲା ଶବ। ତେବେ ସୂଚନା ଅନୁସାରେ ଆଗ୍ରାର ବିକାଶ କଲୋନୀ ସେକ୍ଟର ୭ ରେ ରହୁଥିବା ରେଣୁ ସିଂହଲ ନିଜ ପତ୍ନୀଙ୍କୁ ହସ୍ପିଟାଲ୍ ନେଇ ଆସିଥିଲେ।

ସ୍ବାମୀ ରବି ସିଂହଲ ଙ୍କ ହଠାତ୍ ଦେହ ଖରାପ ହେବା ସହ ନିଃଶ୍ୱାସ ନେବାରେ ଅସୁବିଧା ହେଲା।ଆଉ ତାପରେ ସ୍ବାମୀଙ୍କୁ ଏକ ଅଟୋ ରେ ବସାଇ ହସ୍ପିଟାଲ୍ ଆଣିଥିଲେ ସ୍ତ୍ରୀ। କିନ୍ତୁ ହସ୍ପିଟାଲ୍ ରେ ଆଡ଼ମିଶନ ହେବା ପୂର୍ବରୁ ହିଁ ଅନନିଶ୍ୱାଶି ହୋଇ ଛଟପଟ ହୋଇଥିଲେ ସ୍ବାମୀ। ବାସ୍ ତାପରେ ସ୍ଵାମୀଙ୍କ ଏପରି ଅବସ୍ଥା ଦେଖି ସ୍ଵାମୀଙ୍କ ମୁହଁରେ ନିଜ ମୁହଁକୁ ଲଗାଇ ତାଙ୍କୁ ଅମ୍ଳଜାନ ଦେଇ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ସ୍ତ୍ରୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।