ସ୍ୱାମୀଙ୍କ ଠାରୁ ଅଲଗା ରହି ଗର୍ଭବତୀ ହେବା ପରେ ମୁହଁ ଖୋଲିଲେ Nusrat Jahan, କହିଲେ ମୁଁ ସେମିତି ଝିଅ ନୁହେଁ ଯିଏ…

2019 ମସିହା ର ସବୁଠାରୁ ବହୁ ଚର୍ଚ୍ଚିତ ବିବାହ ମଧ୍ୟରୁ ସୁନ୍ଦର ଅଭିନେତ୍ରୀ ତଥା ତୁଳମୂଳ କଂଗ୍ରେସର ସାଂସଦ ନିସରତ ଜାହାନ ଏବଂ ବ୍ୟବସାୟୀ ନିଖିଲ ଜୈନଙ୍କ ବିବାହ ଅନ୍ୟତମ ଅଟେ । ଏ ଦୁହିଁଙ୍କ ବିବାହର ଅନେକ ଫୋଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା କିନ୍ତୁ ବର୍ତ୍ତମାନ ସମୟରେ ନୁସରତ ନିଜ ଇଷ୍ଟାଗ୍ରାମ ଆକାଉଣ୍ଡରେ ତୁର୍କୀରେ ନିଖିଲ ଜୈନଙ୍କ ବିବାହର ସମସ୍ତ ଫୋଟ ଡିଲିଟ କରିଛନ୍ତି । ବୁଧବାର ଦିନ ନୁସରତ ବିବାହର ସତ୍ୟତାକୁ ବିଶ୍ୱ ସାମ୍ନାରେ ରଖି ଘୋଷଣା କରିଛନ୍ତି ଯେ ସ୍ୱାମୀ ନିଖିଲ ଜୈନଙ୍କ ଠାରୁ ସେ ଅଲଗା ହୋଇ ସାରିଛନ୍ତି ।

ନୁସରତ୍ ନିଖିଲ ଙ୍କ ବିରୁଦ୍ଦରେ ଅଭିଯୋଗ କରି ତାଙ୍କ ବିବୃତ୍ତିରେ ପ୍ରକାଶ କରିଛନ୍ତି ଯେ , ନିଖିଲ ଜୈନ ତାଙ୍କ ସମ୍ମତି ବିନା ତାଙ୍କ ଟଙ୍କାକୁ ଅପବ୍ୟବହାର କରୁଥିଲେ ଏବଂ ଏକ ଆକାଉଣ୍ଟକୁ ଏଶୁତେଣୁ ମଧ୍ୟ ବ୍ୟବହାର କରୁଥିଲେ । ଏହା ବ୍ୟତୀତ ନିସରତ୍ ନିଜ ସୋସିଆଲ ମିଡିଆରେ ଆକାଉଣ୍ଡରେ ଏକ ଫୋଟ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି କି , ମୁଁ ସେମିତି କା ଝିଅ ରୂପରେ ମନେ ରଖାଯିବନି , ଯିଏ ନିଜ ମୁହଁ ବନ୍ଦ ରଖେ …ଆଉ ଏହି କଥାରୁ କୌଣସି ଅସୁବିଧା ନାହିଁ ।

ଏହା ସହିତ , ଏହା ମଧ୍ୟ ଜଣାଯାଇଛି କି , ନୁସରତ ଏବେ 6 ମାସର ଗର୍ଭବତୀ ଅଛନ୍ତି କିନ୍ତୁ ତାଙ୍କ ସ୍ୱାମୀ କହିଛନ୍ତି ଯେ ଏ ସମ୍ପର୍କରେ ମୁଁ କିଛି ଜାଣି ନାହିଁ । ଯଦି ସେ ମା ହେବାକୁ ଯାଉଛନ୍ତି ତେବେ , ସେ ପିଲା ମୋର ନୁହଁ । କାରଣ ଆମେ ଦୀର୍ଘ ସମୟ ଧରି ଏକାଠି ନଥିଲୁ , ଅନ୍ୟ ପକ୍ଷରେ ନୁସରତ୍ କହିଛନ୍ତି , ନିଖିଲଙ୍କ ସହ ସମ୍ଭୋଗ କରିଛି ହେଲେ ବିବାହ କରି ନାହିଁ । ଆହା ଫଳରେ ବିବାହ ବିଚ୍ଛେଦର ପ୍ରଶ୍ନ ଉଠୁନି , କିନ୍ତୁ ସେ ମା ହେବାକୁ ଯାଉଛନ୍ତି ।

ବର୍ତ୍ତମାନ ସମୟରେ ନବାଗତ ସନ୍ତାନର ପିତୃ ପରିଚୟ କଣ ହେବ , ତାହାକୁ ନେଇ ଗତ ପାଞ୍ଚ ଦିନ ଧରି ବିତର୍କ ସୃଷ୍ଟି ହୋଇଛି । କେବଳ ସେତିକି ନୁହଁ , ନିଖିଲଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହେଉ ନାହିଁ କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏପରି କି ଲେଖିକା ତସଲିମା ନାଜରିନ୍ ବି ନୁସରତ୍ ଙ୍କ ନିରବତାକୁ ନେଇ ଇଣ୍ଟରନେଟ ମାଧ୍ୟମରେ ଲେଖିଥିଲେ , ଏହା ଯଦି ପରିସ୍ଥିତି ହୁଏ , ତେବେ ନିଖିଲ ଓ ନସରତ୍ ଙ୍କ ଡିଭର୍ସ ହୋଇଯିବା ବି ଭଲ । କାରଣ କୌଣସି ବି ସମ୍ପର୍କ ଝୁଲେଇ ରଖିବା ଉଚିତ ନୁହେଁ , ଏଥିରେ ଦୁଇ ପକ୍ଷ ଆଶ୍ୱସ୍ତ ହେବେ । ତେଣୁ ନୁସରତ୍ ମା ହେବାକୁ ଯାଉଥିଲେ ମଧ୍ୟ ନିଜ ସ୍ୱାମୀଙ୍କ ଠାରୁ ବିଚ୍ଛେଦ ହେବାକୁ ଚାହୁଁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।