ଦେଖନ୍ତୁ ଭିଡ଼ିଓ : ସ୍ୱାମୀର ଦ୍ଵିତୀୟ ବିବାହରେ ଯେତେବେଳ ହଠାତ୍ ଆସି ପହଞ୍ଚିଲେ ପ୍ରଥମ ପତ୍ନି, ଆଉ ତା’ପରେ…

0

କୁହାଯାଏ ବିବାହ ହେଉଛି ଏକ ପବିତ୍ର ବନ୍ଧନ ଯେଉଁଠି ଦୁଇଟି ମନ ଏବଂ ପ୍ରାଣର ମିଳନ ଘଟିଥାଏ। ସେଥିପାଇଁ ସ୍ବାମୀ ଏବଂ ସ୍ତ୍ରୀର ସମ୍ପର୍କ କୁ ଏକ ପବିତ୍ର ସମ୍ପର୍କ ଏବଂ ସାତ ଜନ୍ମର ସମ୍ପର୍କ ବୋଲି କୁହା ଯାଇଥାଏ।ଆଉ ଏହି ବିବାହ ବନ୍ଧନରେ ବାନ୍ଧି ହୋଇଯିବା ପରେ ସ୍ବାମୀ ସ୍ତ୍ରୀ ର ଇହ କାଳ ପରକାଳ ର ଦେବତା ପାଲଟି ଯାଏ। ସେତେବେଳେ ଜଣେ ସ୍ବାମୀ ତାର ସ୍ତ୍ରୀ ପାଇଁ ସବୁଠାରୁ ବଡ ସମ୍ପତ୍ତି ସଦୃଶ ହୋଇଥାଏ। କିନ୍ତୁ ସବୁ ସମ୍ପର୍କ ପ୍ରଥମରୁ ଶେଷ ଯାଏଁ ସେମିତି ମଧୁରତାପୂର୍ଣ୍ଣ ହୋଇ ପାରି ନଥାଏ। କାରଣ ଏହି ପବିତ୍ର ସଂପର୍କ ଅନେକାଂଶରେ କିଛି କାରଣ ପାଇଁ ନଷ୍ଟ ହୋଇ ଯାଇଥାଏ ଏବଂ ସୁନାର ସଂସାର ଭାଙ୍ଗି ଚୁରମାର ହୋଇ ଯାଇଥାଏ।

କେତେବେଳେ ଏଥିପାଇଁ ସ୍ଵାମୀ ଦାୟୀ ରହିଥାଏ ତ ପୁଣି କେତେବେଳେ ସ୍ତ୍ରୀ। ନିଜର ନୈତିକତା ଏବଂ ସଂଯମତା କୁ ହରାଇ ଯଦି ଜଣେ ଅସଭ୍ୟ କାର୍ଯ୍ଯ କଲାପ କରେ ତେବେ ଏହାର ପ୍ରତିବାଦ କାହାକୁ କରାଯିବ।ଆପଣ ତ ଜାଣିଛନ୍ତି ଆଜିର ସମାଜରେ ଅନେକ ଏମିତି ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି।ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ଯାହା ସବୁଠାରୁ ଦୁଃଖ ଓ ପରିତାପ ର ବିଷୟ।ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି।

ଆଜିର ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।ତେବେ ସେହିଭଳି ଅନେକ ଘଟଣା ସଂସ୍ପର୍ଶରେ ଆପଣ ଆସୁଥିବେ। ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ନିଜ ସ୍ୱାମୀର ଦ୍ବିତୀୟ ବିବାହରେ ପ୍ରଥମ ପତ୍ନୀ ପହଞ୍ଚି ଏଠାରେ ସେ ତାଙ୍କର ଦାବି ଉପସ୍ଥାପନ କରିଛନ୍ତି ଯେ ତାଙ୍କ ସହ ଧୋକା ହୋଇଛି ବୋଲି ଯାହା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଯେଉଁ ସ୍ଵାମୀ ସ୍ତ୍ରୀର ହାତ ଧରି ବେଦୀରେ ବିବାହ କରିଥିଲା ଏବଂ ଯିଏକି ସାତ ଜନ୍ମର ସୁରକ୍ଷା ପାଇଁ ଶପଥ ନେଇଥିଲା ସେ ନିଜର ସ୍ତ୍ରୀକୁ ଏବଂ ୮ ବର୍ଷର ପିଲାକୁ ୧୦ ବର୍ଷ ପରେ ଛାଡି ଅନ୍ୟତ୍ର ବିବାହ କରିବାକୁ ନେଇ ସ୍ତ୍ରୀ ପ୍ରତିବାଦ କରିଛନ୍ତି। ସ୍ୱାମୀ ଜଣଙ୍କ କିଛି କାରଣ ନ ଜଣାଇ ଡିଭୋର୍ସ ଫାଇଲ୍ କରି ମନକୁ ମନ କିପରି ଆଉ ଏକ ବିବାହ କରି ନେଉଛନ୍ତି ବୋଲି ସ୍ତ୍ରୀ ଜଣଙ୍କ ପ୍ରତିବାଦ କରିଛନ୍ତି। ଏମିତି ହେଲେ ଜଣେ ସ୍ତ୍ରୀକୁ ଏବଂ ତାର ପିଲାକୁ କୁ କିପରି ନ୍ୟାୟ ମିଳିବ ବୋଲି ପ୍ରଥମ ସ୍ତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।