କୋଭିଡ କେତେ କେତେ ପରିବାରକୁ ଓଜାଡ଼ି ସାରିଲାଣି। ଚାରିଆଡ଼େ ଏବେ ଏକ ଭୟ, ବିବ୍ରତ ର ବାତାବରଣ ଖେଳି ଯାଇଛି। ଯାହାକୁ ଥରେ ମାଡ଼ୁଛି ଏହି ରୋଗ, ତାକୁ ଯେମିତି କବଜା କରି ନେଉଛି। ଯାହାକୁ ଥରେ କବଜା କରି ନେଉଛି, ତା କବଜା ରୁ ମୁକୁଳିବା ଅନେକାଂଶ ରେ କଷ୍ଟକର ହୋଇ ପଡୁଛି। ଆଉ ଏଥିରେ ଛଟପଟ ହେଉଛନ୍ତି ପରିବାର ଲୋକେ। ସେହିପରି ଏବେ ଏକ ଘଟଣା ସାମ୍ନାକୁ ଆସିଛି।ଭଗବାନ, ଡାକ୍ତରଙ୍କ ପରେ ଏବେ ଆପଣ ମାନେ ଭରସା ଦୀପକଙ୍କ ପାଇଁ। ଯିଏକି ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଆଉ ସ୍ୱାମୀ ଙ୍କୁ ବଞ୍ଚାଇବାକୁ ସ୍ତ୍ରୀ କରୁଛନ୍ତି ନିବେଦନ।
ସ୍ବାମୀ ଦୀପକ କୁମାର ମହାନ୍ତି ୨ ମାସ ହେଲାଣି କରନା ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।ଏବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇ ପଡିଛି। ଇକମୋ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କୁ ଆଣିଥିଲେ ପତ୍ନୀ ଏବଂ ପରିବାର। ତାଙ୍କର ଅବସ୍ଥା ଗୁରୁତର ଥିବା ବେଳେ ସ୍ତ୍ରୀ ଏବେ ସହାୟତା ପାଇଁ ନିବେଦନ କରିବାକୁ ଲାଗିଛନ୍ତି। ତେବେ ଭୁବନେଶ୍ଵର ର ଶୈଳେଶ୍ରୀ ବିହାର ର ଦୀପକ ମହାନ୍ତି କୋଭିଡ ରେ ସଂକ୍ରମିତ ହେଇ ଏବେ ଗୁରୁତର ଅଛନ୍ତି। ଝିଅ ଖୋଜୁଛି ଏବେ ବାପାଙ୍କୁ। ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଚାଲିଛି ସ୍ୱାମୀଙ୍କ ଚିକିତ୍ସା।
ପାଖରେ ସ୍ୱାମୀଙ୍କୁ ଜଗି ରହିଛନ୍ତି ପତ୍ନୀ।ଏପଟେ ଦୀପକଙ୍କ ମାଆ ଏବଂ ଝିଅ ଅନେଇ ବସିଛନ୍ତି ଦୀପକ ଙ୍କ ଫେରିବା ବାଟକୁ। ମାଆ କହୁଛନ୍ତି ମୁଁ ଦେଢ଼ ମାସ ହେଲା ମୋ ପୁଅକୁ ଦେଖିନାହିଁ। କେବେ ଭଲ ହୋଇ ମୋ ପୁଅ ଫେରି ଆସିବ, ସେଥିପାଇଁ ମୁଁ ଭଗବାନଙ୍କ ପାଖରେ ସବୁବେଳେ ପ୍ରାର୍ଥନା କରୁଛି। ଶୀଘ୍ର ଭଲ ହୋଇ ମୋ ପୁଅ ଫେରି ଆସିବ ଏଥିପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ।ଯାହାର ସାହାଯ୍ୟ କରିବା କଥା ଦୟାକରି କରନ୍ତୁ ବୋଲି ମାଆ କହିଛନ୍ତି। ତେବେ ସୂଚନା ଅନୁସାରେ ଗତ ମେ ୭ ତାରିଖ ରେ ଦୀପକ କୋଭିଡ ପୋଜିଟିଭ ଚିହ୍ନଟ ହେବା ପରେ ୧୨ ତାରିଖରେ ସେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ।
ତେବେ ସ୍ବାସ୍ଥ୍ୟ ବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜୁନ୍ ୨ ତାରିଖରେ ହାଇଦ୍ରାବାଦ କୁ ଏୟାର ଲିଫ୍ଟ କରାଗଲା। ଏବେ ସେ ଇକମୋ ଟ୍ରିଟମେଣ୍ଟ ରେ ରହିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କୁ ଆହୁରି କିଛି ଦିନ ଇକମୋ ସପର୍ଟ ରେ ରଖାଯିବ। ତେବେ ପ୍ରତିଦିନ ଏହି ଚିକିତ୍ସା ବାବଦକୁ ପାଖାପାଖି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦୀପକ ଙ୍କ ପରିବାର ନିକଟରେ ଏବେ ଆଉ ସମ୍ବଳ ନାହିଁ। ତେଣୁ ସେ ସହାୟତା ପାଇଁ ନିବେଦନ କରିଛନ୍ତି। ଆପଣ ଯାହାବି ପାରିବେ ତାଂକୁ ସହାୟତାର ହାତ ବଢାନ୍ତୁ। ଏଥିପାଇଁ ଆପଣ ଏହି ମାଧ୍ୟମରେ ଟଙ୍କା ପଠାଇ ପାରିବେ। phone pey number- 9437125198
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।