ଦେଖନ୍ତୁ ଭିଡ଼ିଓ – ଓଃ କି ମସ୍ତି ! ସ୍ୱାମୀ ସହ ଚିଲିକା ବୁଲିବାକୁ ଯାଇ ଦେଖନ୍ତୁ କଣ କଲେ ଅଭିନେତ୍ରୀ ଝିଲିକ…

0

ରୂପେଲି ପରଦାରେ ବଡ଼ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ ଏକ ଭଲପାଇବା ଡୋର ରେ।ତେବେ ସେହିପରି ସିନେମା ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ।ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଯିଏକି ଦୀର୍ଘ ୬ ବର୍ଷ ଧରି ଓଡ଼ିଶାରେ ତାଙ୍କର ଅଭିନୟର ଯାଦୁ ଦେଖାଇ ଆସୁଛନ୍ତି।ତେବେ ଏବେ ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ଅବା ନ ଜାଣେ। ତାଙ୍କର ଲୋକପ୍ରିୟତା ଓଡ଼ିଶାରେ ଖୁବ୍ ଅଧିକ।

କେବଳ ସେ ଓଡ଼ିଶାର ଜଣେ ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ଏବଂ ପରିଚିତ ଚେହେରା ନୁହଁ ବରଂ ଜଣେ ସୁପରଷ୍ଟାର ଏବଂ ପ୍ରତିଷ୍ଠିତ ରାଜନେତା ଙ୍କ ପତ୍ନୀ ଭାବରେ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି। ତାଙ୍କର ସ୍ବାମୀ ଜଣେ ବିଧାୟକ ଅଟନ୍ତି। ତେବେ ଅଭିନୟ ଜୀବନର ଗ୍ଲାମର ଲାଇଫ ରୁ ପାରିବାରିକ ଜୀବନ ଅର୍ଥାତ୍ ବୈବାହିକ ଜୀବନରେ ବୋହୂ ଭୂମିକା ତୁଲାଇବା ଅଧିକାଂଶ ନାୟିକା ମାନଙ୍କ କ୍ଷେତ୍ରରେ ସମ୍ଭବପର ହୋଇ ନଥାଏ।କିନ୍ତୁ ଝିଲିକ ଏହାକୁ ଭଲ ଭାବରେ ଚଳାଇ ଆସୁଥିବାର ଦେଖିବାକୁ ମିଳିଛି। ତେବେ ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ।

ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଝିଲିକ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ପାଇଁ ଅଧିକ ଆକର୍ଷିତ ଲାଗନ୍ତି।

ଅଭିନୟ ଜଗତ ବାହାରେ ବି ପ୍ରକୃତ ଜୀବନରେ ସେ ଜଣେ ସଫଳ ନାରୀ ଭାବରେ ନିଜକୁ ଅଭିହିତ କରନ୍ତି। ତାଙ୍କୁ ସେଥିପାଇଁ କୁହାଯାଏ ଏକ ସୁ ଗୃହିଣୀ ମଧ୍ୟ।ସେ ଜଣେ ପଶୁ ପ୍ରେମୀ ମଧ୍ୟ।ଏବେ ତାଙ୍କର ଏକ ଭିଡିଓ ସାମ୍ନା କୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ତାଙ୍କ ସ୍ବାମୀଙ୍କ ସହ ଚିଲିକା ବୁଲିବାକୁ ଯାଇ ସେଠାରେ ଏକ ସୁନ୍ଦର ମୁହୂର୍ତ୍ତ ବିତାଉଛନ୍ତି।

ଚିଲିକାରେ ଯାତ୍ରା କରିବା ସମୟରେ ସେ ବହୁତ ମଜା କରୁଛନ୍ତି। ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ସେଠାରେ ମାଛ ଧରାଳୀଙ୍କ ପାଖରୁ ମାଛ ଧରିବା ପାଇଁ ଜାଲ ପାଣିରେ ବିଛେଇବା ଶିଖୁଛନ୍ତି।ତାପରେ ନିଜେ ଜାଲ ବିଛାଉ ଛନ୍ତି ଏବଂ ଜାଲକୁ ଧୀରେ ଧୀରେ ଟାଣୁଛନ୍ତି ଏବଂ ସେଥିରେ ପଡ଼ିଥିବା ମାଛକୁ ଧରିବାକୁ ଚେଷ୍ଟା କରୁଛନ୍ତି।

ଅନେକ ସୁନ୍ଦର୍ ମୁହୂର୍ତ୍ତ ସେ ସେଠାରେ ବିତାଇବା ପରେ ଫେରିଛନ୍ତି। ତାଙ୍କର ସେଠାରେ ଏହିସବୁ କାର୍ଯ୍ୟ କଲାପର ଭିଡିଓ ଏବେ ପ୍ରଶଂସକ ମାନେ ଦେଖିବା ପରେ ବହୁତ ଖୁସି ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।