ଦେଖନ୍ତୁ ଭିଡ଼ିଓ – ସ୍ୱାମୀ ସ୍ତ୍ରୀ ଙ୍କ ଆଶ୍ଚର୍ଯ୍ୟକର ଦୃଶ୍ୟ ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ…

0

ବାସ୍ତବରେ ଏ ବିଧିର ବିଧାନ କୁ ବୁଝିବା ବହୁତ୍ କଷ୍ଟ। ସମୟ ଚକ୍ରରେ କେତେବେଳେ କଣ କହାସହ ଘଟି ଯାଇଥାଏ ତାହା କହିବା ସମ୍ଭବ ନୁହଁ। ଯେତେବେଳେ କୌଣସି କାରଣରୁ ଦୁଇଟି ନିବିଡ଼ ହୃଦୟ ଅଲଗା ହୋଇଯାଏ ସେତେବେଳେ ମଣିଷ ବୁଝିପାରେ ସମ୍ପର୍କର ମହତ୍ୱ କୁ ଆଉ ବିଶ୍ୱାସ କରି ପାରେନା ଏହି ସତ୍ୟ କୁ। ସତରେ କଣ ଏମିତି ବି ହୋଇପାରେ। ସ୍ବାର୍ଥ ପୂର୍ଣ୍ଣ ଆଜିର ସମାଜରେ ନିଛକ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ କୁ ଯଦି ଅଲଗା କରି ଦିଆଯାଏ ତାହାଲେ ଅନ୍ୟ ଜଣଙ୍କୁ ସମ୍ଭାଳିବ କିଏ। ବାସ୍ତବରେ ନିଃସ୍ୱାର୍ଥପର , ଚିରନ୍ତନ ପ୍ରେମର ପରିଭାଷା କିଛି ଅଲଗା। ତାହା ହୋଇଥାଏ ସ୍ୱର୍ଗୀୟ।

ପ୍ରକୃତ ଓ ଚିରନ୍ତନ ପ୍ରେମ ଏମିତି ଏକ ପବିତ୍ର ସମ୍ପର୍କ ଯାହା ଭିତରେ କୌଣସି ସ୍ବାର୍ଥ କିମ୍ବା ସର୍ତ୍ତ ନଥାଏ। କେବଳ ରହିଥାଏ ପରସ୍ପରକୁ ବୁଝିବା ଏବଂ ଭଲପାଇବା ର ସୁନ୍ଦର ଅନୁଭବ।ସମ୍ପର୍କ ର ମୂଳଦୁଆ କୁହା ଯାଉଥିବା ବିଶ୍ୱାସ ଓ ଭଲ ପାଇବା ଏକ ଏମିତି ଜିନିଷ ତାହା କୌଣସି ବି ପରିସ୍ଥିତିରେ ମଣିଷକୁ ତା ଆଡ଼କୁ ଆକର୍ଷିତ କରିଥାଏ।

ତେବେ ଏହା ଛଳନାତ୍ମକ ଭାବରେ ହୋଇ ଥାଉ କିମ୍ବା ବାସ୍ତବତା ପୂର୍ଣ୍ଣ ହୋଇଥାଉ। ପ୍ରେମ ରେ ଯେତେବେଳେ ମଣିଷ ଥରେ ପଡି ଯାଇ ଥାଏ ସେତେବେଳେ ଦୁନିଆର କୌଣସି ଜିନିଷରେ ତାର ଆଉ ମନ ଲାଗେ ନାହିଁ କିମ୍ବା ସେ ନିଜକୁ କୌଣସି ଥିରେ ଖୁସି କରାଇ ପାରେନି।

ଆଉ ଯେତେବେଳେ ମନ ସହ ମନର ମିଳନ ହୋଇଯାଏ ସେତେବେଳେ ସମସ୍ତ ପ୍ରକାର ଦୁଃଖ କଷ୍ଟ ଭିତରେ ସେମାନେ ସେମାନଙ୍କ ବୈବାହିକ ଜୀବନ କୁ ହସ ଖୁସି ରେ ଆଗେଇ ନେବା ପାଇଁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି।ଯେମିତି କୌଣସି ପରିସ୍ଥିତି ରେ ସେମାନେ ପରସ୍ପରର ହାତ ଛାଡ଼ି ଦେବନି।

ଆଉ ଯଦି ସେହି ସମୟରେ ଜଣେ ଜଣଙ୍କର ହାତ ଛାଡିଦିଏ ସେତେବେଳେ ଅନ୍ୟ ଜଣେ ପାଗଲପ୍ରାୟ ହୋଇଯାଏ।ସେ ବିଚଳିତ ହୋଇଯାଏ। ତା ପାଖରୁ ଜୀବନ ଚାଲିଗଲା ଭଳି ଲାଗିଥାଏ। ସେହିଭଳି ଏକ ଭାବ ବିହ୍ୱଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ସୋର ଡାକ୍ତରଖାନା ରେ।

ଡାକ୍ତର ଜଣେ ମହିଳା ଙ୍କୁ ମୃତ ଘୋଷଣା କରିବା ପରେ ମଧ୍ୟ ମନକୁ ବୁଝାଇ ପାରୁ ନାହାଁନ୍ତି ଏଠାରେ ଥିବା ଅବୋଧ ସ୍ବାମୀ ଜଣଙ୍କ। ନିଜ ସ୍ତ୍ରୀ ଙ୍କୁ ହରାଇ ସେ ସତେ ଯେମିତି ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ତ୍ରେଚର୍ ରେ ସ୍ତ୍ରୀ ସୋଇଥିବା ବେଳେ ସେ ତାଙ୍କ ପାଖରେ ବସି କାନ୍ଦି କାନ୍ଦି କହୁଛନ୍ତି ଏ ଧନ ଉଠ। ତୁମେ ମୋତେ ଛାଡ଼ି ଯାଇ ପାରିବନି।ଆଉ ଏହା ସହ ସେ ତାଙ୍କ ହାତରେ ବି ଚେଷ୍ଟା କରି ଚାଲିଛନ୍ତି କାଳେ ସ୍ତ୍ରୀ ବଞ୍ଚିଯିବ।ଆଉ କାନ୍ଦି କାନ୍ଦି ଶେଷରେ ଛାତିରେ ମୁଣ୍ଡ ରଖି ଶୋଇ ମଧ୍ୟ ପଡ଼ୁଛନ୍ତି। ସତରେ ଆଜିର ସ୍ବାର୍ଥ ରହିତ ସମାଜରେ ଏବେବି ବଞ୍ଚି ରହିଛି ନିଛକ ପ୍ରେମ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।