ସ୍ଵାମୀ କୁ ବିଚ ରାସ୍ତାରେ ପିଟିଲା ସ୍ତ୍ରୀ,ସ୍ୱାମୀ ପ୍ରେମିକ ସହ ଯାହା କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଆସନ୍ତୁ ଭିଡିଓ ଟି ଦେଖିବା

0

ସମାଜ ଦିନ କୁ ଦିନ ବହୁତ ପରିବର୍ତ୍ତନ ହୋଇ ଗଲାଣି ଏବଂ ଏଠାରେ ବସବାସ କରୁଥିବା ଲୋକ ମାନେ ମଧ୍ୟ ବଦଳି ଯାଉଛନ୍ତି। ବେଳେବେଳେ ସମାଜ ରେ ବିଭିନ୍ନ ପ୍ରକାରର ଘଟଣା ଦେଖା ଦେଇଥାଏ। ସେହିପରି ପ୍ରତ୍ୟେକ ଦିନ ଏମିତି ଘଟଣା ଘଟୁଛି ଯାହା କୁ ସମାଜରେ ଘୃଣ୍ୟ ବୋଲି କୁହା ଯାଇଥାଏ।ତେବେ ଆସନ୍ତୁ ଜାଣିବା ସେହିପରି ଏକ ଘଟଣା ସମ୍ପର୍କରେ।

ଜଣେ ପୁରୁଷର ସ୍ତ୍ରୀ ଥିବା ସତ୍ତ୍ବେ ପ୍ରେମିକା ସହ ବୁଲିବା ଓ ତାକୁ ସପିଂ କରେଇବା ଜଣେ ଯୁବକଙ୍କୁ ଭାରି ପଡିଛି। ଏହା ଦେଖିବା ପରେ ଯୁବକଙ୍କ ସ୍ତ୍ରୀ ଯାହା କଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ମେରଟ ରେ ଦେଖିବାକୁ ମିଳିଛି। ସ୍ୱାମୀକୁ ପର ଝିଅ ସହ ଦେଖିବା ପରେ ରାସ୍ତା ଉପରେ ସ୍ୱାମୀକୁ ମାଡ଼ ମାରିଥିଲେ ସ୍ତ୍ରୀ। ସ୍ୱାମୀ ସ୍ତ୍ରୀ ଙ୍କ ଝଗଡ଼ା ରାସ୍ତା ମଝିରେ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ପରେ ପୋଲିସ ସେମାନଙ୍କୁ ଥାନାକୁ ଆଣିଥିଲା। ଏହି ଘଟଣା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଉଭୟେ ଦମ୍ପତି ପରସ୍ପରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

କୌଣସି ଏକ ସୂତ୍ର ରୁ ଜଣା ପଡ଼ିଛି ମେରଟର ଗରହ ରୋଡରେ ଥିବା ନନ୍ଦିନୀ ପ୍ଲାଜାରେ ଜଣେ ଯୁବକ ପ୍ରେମିକାଙ୍କ ସହ ପହଞ୍ଚିଥିଲେ। ଏହି ଯୁବକ ମୁଜାଫରନଗରର ବାସିନ୍ଦା ଏବଂ ମେରଠରେ ଏକ ଘରୋଇ ଡାକ୍ତରଖାନା ଚଳାନ୍ତି। କିଛି ସମୟ ପରେ ତାଙ୍କ ପତ୍ନୀ ମଧ୍ୟ ନନ୍ଦିନୀ ପ୍ଲାଜାରେ ପହଞ୍ଚିଥିଲେ। ଏବଂ ସ୍ୱାମୀଙ୍କୁ ଅନ୍ୟ ଯୁବତୀ ସହ ରହିଥିବାର ଦେଖିଥିଲେ।

ତା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ବିଚ୍ ବଜାର ମଧ୍ୟରେ ପତି-ପତ୍ନୀ ମଧ୍ୟରେ ହଙ୍ଗାମା ହୋଇଥିଲା ଏବଂ ପରେ ଦୁହିଁଙ୍କ ମଧ୍ୟରେ ରାସ୍ତାରେ ହିଁ ମାରପିଟ କରିଥିଲେ। ହଙ୍ଗାମା ଚାଲିଥିବା ବେଳେ ଯୁବକଙ୍କ ପ୍ରେମିକା ମଉକା ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଜଣାପଡିଛି ଯେ ମହିଳା ଜଣକ କାନସି ରାମ କଲୋନୀର ବାସିନ୍ଦା। ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ଦୁଇ ମାସ ଧରି ଅନ୍ୟ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ସୂଚନା ମୁତାବକ ନଚନ୍ଦୀ ପୋଲିସ ପହଞ୍ଚି ସେମାନଙ୍କୁ ଧରିଥିଲେ।

ପଚାରାଯିବାରୁ ମହିଳା ଜଣକ କହିଛନ୍ତି ଯେ ବିବାହ ପରେ ତାଙ୍କ ସ୍ୱାମୀ ଜାଇଡି ସୋସାଇଟିରେ ଏକ ଭଡା ଘରେ ରହିବା ଆରମ୍ଭ କରିଥିଲେ। ପ୍ରାୟ ଦେଢ ମାସ ପୂର୍ବରୁ ସେ କାନସି ରାମ କଲୋନୀ ଛାଡିଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ଅଛନ୍ତି।

ତେବେ ଯୁବକ ଜଣକ କହିଛନ୍ତି ଯେ ମହିଳା ଜଣକ ତାଙ୍କୁ ବିଭ୍ରାନ୍ତ କରିଛନ୍ତି। ତାଙ୍କର ତିନୋଟି ସନ୍ତାନ ଅଛନ୍ତି। କିନ୍ତୁ ଏହି ଜିନିଷ ଲୁଚି ରହିଥିଲା। ତେଣୁ ଛାଡପତ୍ର ମାମଲା ଚାଲିଛି। ସେ ତାଙ୍କୁ ନିଜ ଜାଲରେ ଫସେଇବାକୁ ଚାହୁଁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।