ଶ୍ୱଶୁର ସହ ଆପତ୍ତିଜନକ ଅବସ୍ଥାରେ ଥିଲା ବୋହୂ, କୁରାଢୀରେ ଉଭୟଙ୍କୁ ହାଣିଦେଲା ପୁଅ, ଆଉ ତା’ ପରେ…

0

ବର୍ତ୍ତମାନର ସମାଜରେ କଳଙ୍କିତ ସମ୍ପର୍କକୁ ନେଇ ଅନେକ ଘଟଣା ମାନ ଦେଖିବାକୁ ମିଳିଛି , ପରିଶେଷରେ ଏଥିରେ ସାମିଲ ଥିବା ଅନେକ ଲୋକ ମଧ୍ୟ ପ୍ରାଣ ହରାଉଛନ୍ତି । ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯେଉଁଥିପାଇଁ ଜଣେ ପୁଅ ସାଜିଛି ହତ୍ୟାକାରୀ । ନିଜ ପତ୍ନୀ ଏବଂ ବାପାଙ୍କର ଅବୈଧ ସମ୍ପର୍କୁ ଦେଖିବା ପରେ ଉଭୟଙ୍କୁ ହତ୍ୟା କରିଦେଇଛି ତାର ପୁଅ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ , ଯାହା ଆପଣ ମାନେ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ସୂଚନା ଅନୁସାରେ ଜବଲପୁର ଗ୍ରାମରେ ଜଣେ ପୁଅର ବାପା ନିଜର ବହୂଙ୍କ ସହିତ ପାପ ସମ୍ମର୍କ ରଖିଆସୁଥିଲା । ଏହି ଖବର ପୁଅ ଜାଣିବାକୁ ପାଇଲା , ଯାହାକୁ ନେଇ ପୁଅ ଉଭୟ ବାପା ଓ ନିଜ ପତ୍ନୀକୁ ତାଗିଦ୍ କରି ଆସୁଥିଲା । ସମାଜରେ ଲୋକ ଲଜ୍ୟାରୁ ବଞ୍ଚିବାକୁ ବାରମ୍ୱାର ନିଜ ପତ୍ନୀ ଓ ବାପାଙ୍କୁ ମଧ୍ୟ ବୁଝାଉଥିଲା , ଏପରି ସମ୍ପର୍କ ନରଖିବାକୁ ବାରମ୍ୱାର ତାଗିଦ୍ ମଧ୍ୟ କରି ଆସୁଥିଲା । କିନ୍ତୁ ପୁଅର କୌଣସି କଥାକୁ ସ୍ତ୍ରୀ ଓ ବାପା ଖାତିର କରି ନଥିଲେ ଏବଂ ପୁଅର ଅନୁପସ୍ଥିତିରେ ଉଭୟ ରଖିଚାଲିଥିଲେ ଅବୈଧ ସମ୍ପର୍କ । ପୁଅ ଏହା ଦେଖି ଦେଖି ବହୁତ ବିରକ୍ତ ହୋଇଯାଇଥିଲେ ଏବଂ ଅତ୍ୟନ୍ତ କ୍ରୋଧିତ ମଧ୍ୟ ହେଉଥିଲେ ।

ଏମିତି ଚାଲିବା ପରେ ଶେଷରେ ଗୋଟିଏ ଦିନ ପୁଣି ଥରେ ନିଜ ବାପା ଓ ସ୍ତ୍ରୀଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ , ଏହା ଦେଖିବା ପରେ ପୁଅ ମୁଣ୍ଡକୁ ପିତ ଚଢିଯାଇଥିଲା । ରାଗରେ ତାଙ୍କର ପ୍ରଥମ ନଜର ପାଖରେ ଥିବା କୁରାଢୀ ଉପରେ ପଡିଥିଲା । ସେ ସେହି କୁରାଢୀଟିକୁ ଆଣି ପ୍ରଥମେ ନିଜ ବାପାଙ୍କୁ ହତ୍ୟା କରିଥିଲା , ଏହାପରେ ନିଜ ସ୍ତ୍ରୀକୁ ମଧ୍ୟ କୁରାଢୀରେ ହାଣି ହତ୍ୟା କରିଥିଲା । ହତ୍ୟାକାଣ୍ଡ କରି ସାରିବା ପରେ ନିଜ ଦାଦା ଘରକୁ ଯାଇ ଘଟଣା ସମ୍ପର୍କରେ ସବୁ କଥା କହିଥିଲା । ସେପଟେ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ପୋଲିସ ଅଭିଯୁକ୍ତ ଙ୍କ ଘରେ ପହଞ୍ଚିବା ପରେ ଅଭିଯୁକ୍ତ କୁରାଢୀ ଧରି ଘରେ ବସିଥିବା ଅବସ୍ଥାରେ ପୋଲିସ ଗିରଫ କରିଥିଲା । ଏହାପରେ ପୋଲିସ ଘର ଭିତରୁ ଉଭୟ ଶ୍ୱଶୁର ଓ ବହୂର ମୃତଦେହ କୁ ଜବତ କରିଥିଲେ । ଶ୍ୱଶୁର ଓ ବହୂକୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା , ପୁରା ଘର ସାରା ରକ୍ତର ଛିଟା ପଡିରହିଥିଲା । ଘଟଣା ସ୍ଥଳରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛଦ ପାଇଁ ପଠାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ଏବଂ ବର୍ତ୍ତମାନ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।