ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାରେ ଲାଗିଛି |ତେବେ ଦୀପିକା ଙ୍କ ଭଳି ଆଉ ଏକ ଘଟଣା ସାମ୍ନା କୁ ଆସିଛି, ଆଉ ଯେଉଁଠି କୁହାଯାଉଛି କି ଶୁଭଲକ୍ଷ୍ମୀ ପ୍ରଧାନ ନାମକ ମହିଳା ବସିଛନ୍ତି ଧାରଣା ରେ ତାହା ପୁଣି ପ୍ରଥମ ସ୍ୱାମୀ ଙ୍କ ଘରେ | ଆଉ ତାଙ୍କୁ ବିରୋଧ କରିବା ପାଇଁ ତାଙ୍କର ଶାଶୂ ଘରର ସମସ୍ତ ଲୋକ ବାହାରି ଆସୁଛନ୍ତି | କିନ୍ତୁ ଶୁଭଲକ୍ଷ୍ମୀ ହାର ମାନି ନାହାନ୍ତି, କିଛି ମହିଳା ଗୋଷ୍ଟି ର ସଦସ୍ୟ ଙ୍କ ସହାୟତାରେ ଲଢ଼ିବାକୁ ଲାଗିଛନ୍ତି ଓ ଦୀର୍ଘ ଦେଢ଼ ମାସ ହେବ ବସିଛନ୍ତି ଧାରଣା ରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଜିରା ଗାଁ ରେ | ଆଉ ଯେଉଁଠି ଜଣା ପଡିଛି କି ଶୁଭଲକ୍ଷ୍ମୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କୀମୁହାଣ ସ୍ଥିତ ପ୍ରଲ୍ହାଦ ପ୍ରଧାନ ଙ୍କୁ ଗତ 2015 ରେ ବିବାହ କରିଥିଲେ | ଆଉ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଠିକ ଚାଲିଥିଲା | କିନ୍ତୁ ଶୁଭଲକ୍ଷ୍ମୀ ଙ୍କ କହିବା ଅନୁସାରେ ସେ ଯେତେବେଳେ ଦୁଇ ମାସର ଗର୍ଭବତୀ ଥିଲେ ସେତେବେଳେ ତାଙ୍କର ନଣନ୍ଦ ଓ ତାଙ୍କର ଶାଶୂ ତାଙ୍କ ଉପରେ କରୁବାକୁ ଲାଗୁଥିଲେ ଶାରୀରିକ ଓ ମାନସିକ ନିର୍ଯାତନା |, ଆଉ ଯାହା ଫଳରେ ଶୁଭଲକ୍ଷ୍ମୀ ଘର ଛାଡିକି ପଳାଇ ଯାଇଥିଲେ ବୋଲି କୁହାଯାଉଛି |
ତେବେ ଶୁଭଲକ୍ଷ୍ମୀ ଆଉ କାହାକୁ ବିବାହ ମଧ୍ୟ କରିଥିଲେ ବୋଲି ସୂଚନା ମିଳିଛି |ତେବେ ତାଙ୍କର ଶାଶୂ ଘର ଲୋକ ଆଉ ସ୍ୱାମୀ ଅଭିଯୋଗ କରିଛନ୍ତି କି ଶୁଭଲକ୍ଷ୍ମୀ ଅନ୍ୟ ପୁରୁଷ ମାନଙ୍କ ସହିତ ମିଶୁଥିଲେ ଆଉ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ | ଆଉ ଯେଉଁଥିପାଇଁ ଏଭଳି ଘଟଣା ଘଟିଛି ଆଉ ଶୁଭଲକ୍ଷ୍ମୀ ମଧ୍ୟ ପଳେଇ ଯାଇଥିଲେ ଘର ଛାଡିକି | ଆଉ ଏବେ ପୁଣି ଫେରି ଆସି ଦେଢ଼ ମାସ ହେବ ପୁଅ କୁ ଧରିକି ପ୍ରଥମ ସ୍ତ୍ରୀ ଙ୍କ ଘର ଆଗରେ ଧାରଣା ଦେଇଥିବାର ଦେଖିବାକୁ ମିଳିଛି | ଆଉ ଯେତେବେଳେ ମହିଳା ଗୋଷ୍ଟି ଏ କେତେକ ମହିଳା ତାଙ୍କୁ ସମର୍ଥନ କରିଲେ ସେତେବେଳେ ସେ ବାହାରି ପଡିଥିଲେ ଧାରଣା ପାଇଁ |
ଆଉ ଯାହା ଜଣା ପଡିଛି କି ଏଭଳି ଅବସ୍ଥା ରେ ତାଙ୍କର ଶାଶୂ ଘର ଲୋକ ବିରୋଧ କରିଛନ୍ତି | ଆଉ ଦେଖିବାକୁ ମିଳିଛି କି ଶୁଭଲକ୍ଷ୍ମୀ ତାଙ୍କର ଶାଶୂ ଘର ଲୋକଙ୍କ ଘରର ତାଲା ଭାଙ୍ଗି ପଶିବାକୁ ଚେଷ୍ଟା କରିଛନ୍ତି | ଆଉ ତାହାକୁ ବିରୋଧ କରି ଶାଶୂ, ଶଶୂର, ଦିଅର ସମସ୍ତେ ବାହାରି ପଡିଛନ୍ତି ମାଡ଼ ଓ ଗଣ୍ଡ ଗୋଳ ପାଇଁ | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।