T-20 ମ୍ୟାଚ ହାରିବା ପରେ, Virat Kholi ଏବଂ Anushka ଶର୍ମା ଙ୍କ ପାଇଁ ଆସିଲା ଦୁଖଦଃ ଖବର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0

ଆମ ଭାରତର ଜାତୀୟ ଖେଳ ହକି, କିନ୍ତୁ ଯଦି ଦେଖିବା କ୍ରିକେଟକୁ ଆମ ଲୋକମାନେ ଅଧିକ ମାତ୍ରାରେ ଭଲ ପାଉଛନ୍ତି। ତେବେ ନିକଟରେ IPL ଖେଳ ସରି ଯାଇଛି, ବର୍ତ୍ତମାନ ସମୟରେ ଟି-୨୦ ବିଶ୍ୱକପ ଦୁବାଇରେ ଚାଲିଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଥିଲା, ସାରା ଭାରତ ବାସୀ ଭାରତ ଜିତିବା ନେଇ ଆଶା ପ୍ରକାଶ କରିଥିଲେ। କିନ୍ତୁ ଭାରତ ପାକିସ୍ତାନ ଠାରୁ ମ୍ୟାଚରେ ହାରି ଯାଇଥିଲା। ଏହାପରେ ସାରା ଭାରତ ବର୍ଷରେ ଏକ ପ୍ରକାର ଦୁଃଖର ଲହରୀ ଖେଳି ଯାଇଥିଲା। ନିଉଜିଲାଣ୍ଡ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ସମସ୍ତ କ୍ରିକେଟ ପ୍ରେମୀ ମାନେ ବହୁତ ଆଶା ଭରସା ରଖିଥିଲେ କିନ୍ତୁ ଏହାପରେ ବି ଭାରତ ନିଉଜିଲାଣ୍ଡ ଠାରୁ ପରାସ୍ତ ହୋଇ ଯାଇଥିଲା। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ କଥା ଶୁଣିବା ପାଇଁ ମଧ୍ୟ ମିଳିଥିଲା।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ ଖବର ଶୁଣିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତାହା ହେଉଛି ଭାରତ ହାରିବା ଫଳରେ କ୍ରିକେଟ ପ୍ରେମୀ ମାନେ ବିରାଟ କୋହଲିଙ୍କ ୯ ମାସର ଝିଅଙ୍କୁ ଦୁଷ୍କର୍ମ କରିବାର ଧମକ ଦିଆ ଯାଉଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଟି-୨୦ ବିଶ୍ୱକପ ଚାଲିଛି। ଏହି ବିଶ୍ୱକପରେ ୨ ଟି ମ୍ୟାଚରେ ଭାରତ ପରାଜୟ ହୋଇ ଯାଇଛି। ଭାରତ ହାରି ଯାଇ ଥିବା ଫଳରେ କ୍ରିକେଟ ପ୍ରେମୀ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ଲୋକ ମାନେ ବିରାଟ କୋହଲିଙ୍କୁ ସବୁ ଦୋଷ ଦେଉଛନ୍ତି ଓ ତାଙ୍କୁ ଖରାପ ଭାଷାରେ ମଧ୍ୟ ଗାଳି ଗୁଳଜ କରୁଛନ୍ତି। ଏଥି ସହିତ ଆହୁରି ଏକ ବଡ଼ ଖବର ବର୍ତ୍ତମାନ ସମ୍ନାକୁ ଆସିଛି। ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଯିଏ କି ବଲିଉଡର ପ୍ରତୀତିଷ୍ଠ ଅଭିନେତ୍ରୀ ଅଟନ୍ତି ଓ ତାଙ୍କର ମାତ୍ର ୯ ମାସର ଝିଅକୁ ଦୁଷ୍କର୍ମ କରିବାର ଧମକ ଆସିଛି। ସାଧାରଣ ଲୋକ ମାନେ ତାଙ୍କ ଝିଅର ଗୋଟେ ହେଲେ ବି ଫୋଟୋ କେହି ଦେଖି ନଥିବେ।

ଏହା ପରେ ମଧ୍ୟ ଫ୍ୟାନ ମାନେ ଟ୍ୟୁଟର, ଫେସବୂକ ଓ ସୋସିଆଲ ମିଡିଆରେ ଦୁଷ୍କର୍ମ କଥା କହିବା ସହିତ ଅନେକ ଅଭିଯୋଗ ମଧ୍ୟ କରୁଛନ୍ତି। ଏହି ଖବର ଶୁଣିବା ପରେ ଦିଲ୍ଲୀ ମହିଳା କମିଶନ ଚିନ୍ତାରେ ପଡ଼ି ଯାଇଛନ୍ତି ଓ ଏଥି ସହିତ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ସେଥିପାଇଁ ଦିଲ୍ଲୀ ମହିଳା କମିଶନ ଏଭଳି ନିନ୍ଦନୀୟ ଧମକ ଦେଇଥିବା ୟୁଜରଙ୍କୁ ଯଥା ଶୀଘ୍ର ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସକୁ ନୋଟିସ ଦେଇଛନ୍ତି। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ ଜୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।