T20 World Cup 2021: କେମିତି ହିସାବ ହୁଏ ରନ ରେଟ ? ବଡ ବଡ ଦଳକୁ ବି ବାଦ କରି ଦିଏ, ଜାଣନ୍ତୁ କଣ ହେଲେ ଭାରତ ଯିବ ସେମି ଫାଇନାଲ…

0

ଆମ ଭାରତର ଲୋକ ମାନେ କ୍ରିକେଟକୁ ଅଧିକ ଭାବରେ ପ୍ରାଧନ୍ୟ ଦେଇଥାନ୍ତି। ସାରା ଭାରତ ବାସୀ ଭାରତ ବିଜୟୀ ଆଶାରେ ଜଗି ରହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବେ। ତାହା ହେଉଛି କେମିତି ରନରେଟ ହିସାବ ହୋଇଥାଏ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଁଛି ଯାଇଛି। ସୁପର ବାର ପର୍ଯ୍ୟାର କିଛି ମ୍ୟାଚ ବାକି ରହିଥିବା ବେଳେ ତିନୋଟି ସେମି ଫାଇନାଲ ଦଳ ହାତେଇ ସାରିଛନ୍ତି। ସେମି ଫାଇନାଲ ରେସର ଆଉ ଗୋଟିଏ ସ୍ଥାନ ବାକି ରହିଛି। ଏହି ଟିକେଟ କିଏ ନେବ ଓ ଗ୍ରୁପ ୨ ରେ ହେବାକୁ ଥିବା ବାକି ଥିବା ମ୍ୟାଚର ଫଳାଫଳ ସ୍ଥିର କରିବ। କାରଣ ଗ୍ରୁପ ୨ ରୁ ଆଫଗାନିସ୍ତାନ, ନ୍ୟୁଜଲ୍ୟାଣ୍ଡ ଓ ଭାରତ ସେମି ଫାଇନାଲର ରେସରେ ରହିଛନ୍ତି। ଆଫଗାନିସ୍ତାନ ଯଦି ନ୍ୟୁଜଲ୍ୟାଣ୍ଡକୁ ହରାଇ ଦେବ, ତାହେଲେ ଭାରତ ପାଇଁ ସେମି ଫାଇନାଲ ଖେଳିବାର ସମ୍ଭାବନା ସୃଷ୍ଟି ହୋଇପାରେ। କିନ୍ତୁ ସେଥିପାଇଁ ନାମ୍ବିଆ ବିପକ୍ଷରେ ଭାରତକୁ ନିଶ୍ଚିନ୍ତ ବିଜୟୀ ହେବା ଆବଶ୍ୟକ ରହିଛି। ଏଭଳି ତିନୋଟି ଟିମର ପଏଣ୍ଟ ସମାନ ରହିବ।

ସେଥିପାଇଁ ରନରେଟ ଆଧାରରେ ସେମି ଫାଇନାଲକୁ ଟିକେଟ ରହିବ। IIC ଯେତେବେଳେ ଏକାଧିକ ଟିମକୁ ନେଇ ଟୁନାମେଣ୍ଟ ଆୟୋଜନ କରିଥାଏ, ସେତେବେଳେ ରନରେଟର ଗୁରୁତ୍ୱ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ଟି-୨୦ ଫର୍ମାଟରେ ରନରେଟର ଗୁରୁତ୍ୱ ଅଧିକ ଭାବରେ ରହିଛି। କାରଣ ପଏଣ୍ଟ ସମାନ ଥାଇ ସୁଦ୍ଧା ଚଳିତ ବିଶ୍ୱକପରେ ସେମି ଫାଇନାଲ ରେସରୁ ଦକ୍ଷିଣ ଆଫ୍ରିକା ବାହାରି ଯାଇଛି। ସାଧାରଣତଃ କୌଣସି ଦଳର ରନରେଟର ହିସାବ କରିବାକୁ ମ୍ୟାଚର ଦୁଇଟି ଟିମର ପ୍ରଦର୍ଶନ ଦେଖିବାକୁ ପଡି ଥାଏ।

ବ୍ୟାଟିଂ କରୁଥିବା ସମୟରେ ଟିମ କେତେ ଓଭର ଖେଳିଲା ଓ କେତେ ରନ କରିଲା ଏବଂ ବୋଲିଂ ସମୟରେ କେତେ ଓଭରରେ କେତେ ରନ ବ୍ୟୟ କରିଲା ଏହା ଆଧାରରେ ରନରେଟ ହିସାବ କରାଯାଏ। ଅର୍ଥାତ ନେଟ ରନରେଟ ହିସାବ ପାଇଁ ଟିମର ମୋଟ ସ୍କୋର/ ଟିମ ଖେଳିଥିବା ଓଭର- ମୋଟ ରନର ବ୍ୟୟ / ଟିମ ବ୍ୟୟ କରିଥିବା ମୋଟ ଓଭର ହିସାବକୁ ନିଆ ଯାଇ ଥାଏ। ସେହିଭଳି ଭାବରେ ଦୁଇଟି ଟିମର ରନରେଟ ଯେତେବେଳେ ହିସାବ କରା ଯାଇ ଥାଏ। ସେତେବେଳେ ପରାଜିତ ଟିମର ରନରେଟକୁ ବିଜୟୀ ଟିମର ରନରେଟ ଫେଡା ଯାଇ ଥାଏ। ତେବେ ରନରେଟ ହିସାବ କରିଲା ସମୟରେ କୌଣସି ଉଇକେଟକୁ ହିସାବ କରା ଯାଏ ନାହିଁ। ଏଥି ସହିତ ପ୍ରତି ମ୍ୟାଚ ଉପରେ ରନରେଟ ବଦଳି ଥାଏ ଓ ଏହା ଦ୍ୱାରା ପଏଣ୍ଟ ଟେବୁଲରେ ଟିମର ସ୍ଥିତି ବଦଳି ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।