ହାତରେ କେଉଁ ରେଖା ଥିଲେ ମଣିଷ ହୁଏ ( ଧନୀ ) ଜୀବନ ସୁଖମୟ ହୁଏ – Sadhu Bani

0

ବାସ୍ତୁଶାସ୍ତ୍ରେର ମନୁଷ୍ୟର ମୁଖ ଏବଂ ହସ୍ତରୁ ମଧ୍ୟ ବ୍ୟକ୍ତିର ସ୍ୱଭାବ ଏବଂ ଚରିତ୍ର ବିଷୟରେ ଜାଣିହୋଇଥାଏ । ହାତରେ କେଉଁ ରେଖାମାନ ଥିଲେ ବା କିପରି ରେଖା ଥିଲେ ଧନଯୋଗ ଥାଏ । ତେବେ ଆସନ୍ତୁ ଜାଣିବା ହାତରେ କିପରି ରେଖା ଥିଲେ ଆମର ଧନଯୋଗ ବନିଥାଏ ।

1 ଜୀବନରେଖା ଏବଂ ମସ୍ତକରେଖାର ମଝିରେ ଏକ ନକ୍ଷତ୍ର ଚିହ୍ନ ଥିଲେ ;- ଯଦି ହାତର ଜୀବନରେଖା ଏବଂ ମସ୍ତରେଖା ର ମଝିରେ ଏକ ନକ୍ଷତ୍ର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଧନୀ ହୋଇଥାଏ ।

2 ତର୍ଜନୀ ଆଙ୍ଗୁଳି ମଝିରେ ନକ୍ଷତ୍ର ଚିହ୍ନ ଥିଲେ ;- ଯଦି ହାତର ତର୍ଜନୀ ଆଙ୍ଗୁଳିର ମଝିରେ ଏକ ନକ୍ଷତ୍ର ଚିହ୍ନ ବା ଷ୍ଟାର ଚିହ୍ନ ଥାଏ , ଯଦି ଆପଣଙ୍କ ହାତରେ ଏହିପରି ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଧନବାନ ଏବଂ ଭାଗ୍ୟବାନ ହୋଇଥାଏ ।

3 ଅନାମିକା ଆଙ୍ଗୁଳିର ପ୍ରଥମ ପବରେ 2 ଟି ଦ୍ୱିତୀୟରେ 3 ଟି ଓ ଶେଷରେ 2 ଟି ଥିଲେ ;– ଯଦି ହାତର ଅନାମିକା ଆଙ୍ଗୁଳିରେ ପ୍ରଥମ ପବରେ ଦୁଇଟି ଏବଂ ଦ୍ୱିତୀୟ ପବରେ ତିନୋଟି ଓ ଶେଷ ପବରେ ଦୁଇଟି ରେଖା ବା ଗାର ଥାଏ ସେହି ବ୍ୟକ୍ତି ଧନୀ ହୋଇଥାଏ । ଯଶ ଲାଭ କରିବା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇଥାଏ ।

4 ଜୀବନରେଖାରୁ ଏକ ଛୋଟ ରେଖା ଉପର ଆଡକୁ ଥିଲେ ;- ଯଦି ଜୀବନ ରେଖାରୁ ଏହି ପରି ଏକ ଛୋଟ ରେଖା ବାହାରି ଉପର ଆଡକୁ ବା ମଧ୍ୟମ ଆଙ୍ଗୁଳି ଆଡକୁ ବା ଆନାମିକା ଅଙ୍ଗୁଳି ଆଡକୁ ଯାଇଥିବ ତେବେ ସେହି ବ୍ୟକ୍ତି ଜୀବନରେ ଧନବାନ ମଧ୍ୟ ହୋଇଥାଏ ।

5 ଜୀବନ ରେଖାରୁ ଛୋଟ ଛୋଟ ରେଖା ବାହାରିଥିଲେ ; – ଯଦି ଜୀବନ ରେଖାରୁ ଏପରି ଛୋଟ ଛୋଟ ରେଖା ବାହାରି ଉଭୟ ଆଡକୁ ଯାଇଥାଏ ତେବେ ସେହି ବ୍ୟକ୍ତି ର ବିଭିନ୍ନ ସୂତ୍ରରୁ ଆୟ ଭଲ ହୋଇଥାଏ ଏବଂ ଏହାର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

6 ଜୀବନ ରେଖାରୁ ଭାଗ୍ୟରେଖା ବାହରିଥିଲେ ;- ଯଦି ଜୀବନ ରେଖାରୁ ଏପରି ଭାଗ୍ୟ ରେଖା ବାହରିଥାଏ ତେବେ ସେହି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳ ହୋଇଥାଏ ଏବଂ ଭାଗ୍ୟବାନ ମଧ୍ୟ ହୋଇଥାଏ ।

7 ମସ୍ତକରେଖାରୁ ତିନିରେଖା ବାହାରି ତର୍ଜନୀ ଆଡକୁ ବାହାରିଥିଲେ ;- ଯଦି ମସ୍ତକ ରେଖାରୁ ଏପରି ତିନୋଟି ରେଖା ବାହାରି ତର୍ଜନୀ ଆଙ୍ଗୁଳି ଆଡକୁ ଯାଇଥାଏ ତେବେ ସେହି ବ୍ୟକ୍ତି ସଫଳ ହୋଇଥାଏ ଏବଂ ଧନବାନ ମଧ୍ୟ ହୋଇଥାଏ ।

8 ଭାଗ୍ୟରେଖା ଉପରେ ଚତୁର୍ଭୁଜ ଚିହ୍ନ ଥିଲେ ;- ଯଦି ଭାଗ୍ୟରେଖା ଉପରେ ଚତୁର୍ଭୁଜ ପରି ଚିହ୍ନ ଥାଏ , ତେବେ ସେହି ବ୍ୟକ୍ତି ଆର୍ଥିକ କ୍ଷତି ରୁ ମୁକ୍ତି ପାଇ ନଥାଏ ଅର୍ଥାତ୍ ସେହି ବ୍ୟକ୍ତିର ଆର୍ଥିକ କ୍ଷତି ହୋଇଥାଏ । ତଥାପି ମଧ୍ୟ ସେ ସେଥିରୁ ମୁକୁଳି ଥାଏ ବା ମୁକ୍ତି ପାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।