ତହସିଲଦାର ବନାମ ଆଇନଜୀବୀ ଙ୍କ ଏହି ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ବହୁତ୍ ଆଶ୍ଚର୍ଯ୍ୟ ଲାଗେ ଏବଂ ଆମେ ବିଚଳିତ ହୋଇ ପଡୁ। ଯଦି ନ୍ୟାୟ ପ୍ରଦାନ କରିବା ଲୋକ, ଶାନ୍ତି ଶୃଙ୍ଖଳା କୁ ତିଆରି କରିବା ଲୋକ ବିଶୃଙ୍ଖଳା ପୂର୍ଣ୍ଣ କାମ କରିବେ ତେବେ ସାଧାରଣ ଜନତାଙ୍କ ଉପରେ ଏହା ନିଶ୍ଚିତ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ। ସେହିଭଳି ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ଜମି ଜବରଦଖଲ ଉଚ୍ଛେଦକୁ ନେଇ ବିଚ ରାସ୍ତାରେ ତହସିଲଦାର ଏବଂ ଓକିଲ ଙ୍କ ଭିତରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳୁଛି। ତହସିଲଦାର ଓ ଆଇନଜୀବୀ ଏହାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି।

ଯାହାକୁ ନେଇ ସେଠାରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ତେବେ ଉଭୟ ଆଇନଜୀବୀ ଏବଂ ତହସିଲଦାର ଙ୍କ ମଧ୍ୟରେ ଗଣ୍ଡଗୋଳ ଦୀର୍ଘ ସମୟ ଧରି ଚାଲିଥିବା ବେଳେ ଏହାକୁ ଦେଖିବାକୁ ସେଠାରେ ରୁଣ୍ଡ ହୋଇଗଲେ ଅନେକ ଲୋକେ। ସ୍ଥିତି ଏପରି ହୋଇଥିଲା ଯେ ଓକିଲ ତାଙ୍କର ଯୁକ୍ତିରେ ଅଟଳ ରହି ଏହାର କାରଣ ଓ ପ୍ରମାଣ ଦେବାକୁ କହିଥିଲେ। ଆଉ ଶେଷରେ ଅନେକ ସମୟପରେ ଉଚ୍ଛେଦ ନ କରି ଖାଲି ହାତରେ ଫେରି ଯାଇଥିଲେ ଏହି ଦବଙ୍ଗ ତହସିଲଦାର ଜଣଙ୍କ। ତେବେ ଏପରି ଏକ ଘଟଣା ଗଞ୍ଜାମ ବଡ଼ବଜାର ରେ ଦେଖିବାକୁ ମିଳିଛି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଗଞ୍ଜାମ ବଡ଼ବଜାର ଠାରେ ଜଣେ ବ୍ୟକ୍ତି କନ୍ଧ ଶତପଥୀ ବହୁତ୍ ବର୍ଷ ଧରି ଘର କରି ରହି ଆସୁଥିବା ବେଳେ ନିଜ ଘର ପଛପଟେ ଥିବା ସରକାରୀ ଜମିର କିଛି ଅଂଶରେ ସେ ଘର କରି ଦେଇଥିଲେ ବୋଲି ଅଭିଯୋଗ କରା ଯାଉଥିଲା। ଆଉ ଏହାପରେ ଉକ୍ତ ଜବରଦଖଲକୁ ଉଚ୍ଛେଦ କରିବାକୁ ଗଞ୍ଜାମ ର ଏହି ତହସିଲଦାର ଅରୁଣ କୁମାର ନାୟକ ଜେସିବି ସହ ନିଜେ ମଧ୍ୟ ସେଠାରେ ପହଞ୍ଚି ଥିଲେ। ଆଉ ତାପରେ ଆରମ୍ଭ ହୋଇଥିଲା ଏଭଳି ସ୍ଥିତି। ଯାହା ଜଣାଯାଏ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଦବଙ୍ଗ ତହସିଲଦାର ବୋଲି କୁହା ଯାଉଥିବା ବେଳେ ତାଙ୍କ ନାଁରେ ଆଗରୁ ବି କିଛି ଏପରି କାର୍ଯ୍ୟ କରିବାର ଅଭିଯୋଗ ମଧ୍ଯ ରହିଛି।

ତେବେ ଯାହାବି ହେଉ ଏପରି ଘଟଣାରେ ସେହି ଘଟଣାସ୍ଥଳରେ ତହସିଲଦାର ଅରୁଣ କୁମାର ନାୟକ ଏବଂ ଆଇନଜୀବୀଙ୍କ ମଧ୍ୟରେ ଯେଉଁଭଳି ଭାବରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ତାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ତେବେ ସେଠାରେ ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟି ଚାଲିଥିବା ବେଳେ ଏହାକୁ ଦେଖିବାକୁ ସେଠାରେ ଅନେକ ଲୋକ ରୁଣ୍ଡ ହୋଇଥିଲେ। ଆଉ ଯେତେବେଳେ ପାଟିତୁଣ୍ଡ ସହିତ ଘଟଣା ଧୀରେ ଧୀରେ ଉଗ୍ର ରୂପ ନେଇଥିଲା ସେତେବେଳେ ତହସିଲଦାର ଘଟଣାସ୍ଥଳରୁ ପଳାଇଥିଲେ। ତେବେ ଏଭଳି ଏକ ଘଟଣାକୁ ଦେଖି ଅନେକ ଲୋକ ସମାଲୋଚନା କରିବା ସହିତ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment