ଦେଖନ୍ତୁ ଭିଡ଼ିଓ : ତାଣ୍ଡବ ରଚୁଛି ” ବାତ୍ୟା ” ଦେଖୁଦେଖୁ ମାଟିରେ ମିଶିଗଲା ୨ମହଲ କୋଠା, ଦେଖନ୍ତୁ ଭୟଙ୍କର ଦୃଶ୍ୟ

0

ପ୍ରଳୟ ରହିଛି ସାମୁଦ୍ରିକ ବାତ୍ୟା।ଏହି ସାମୁଦ୍ରିକ ବାତ୍ୟା ତାଉ-ତେ ଗୋଆ ଉପକୂଳରେ ଲ୍ଯାଣ୍ଡଫଲ କରିଛି ବୋଲି ଜଣା ପଡ଼ିଛି। ଆଉ ଏହି କାରଣରୁ ସମୁଦ୍ରରେ ପ୍ରବଳ ଜୁଆର ଆସି ସମୁଦ୍ର ନିକଟସ୍ଥ ଗାଁ ଗୁଡିକରେ ପାଣି ପଶିଛି।ତେବେ ଏଠାରେ ପ୍ରବଳ ବର୍ଷା ଏବଂ ପବନ ବୋହୁ ଥିବାର ପରିଲକ୍ଷିତ ହୋଇଛି। ଏହାଛଡା ଏହି ପ୍ରଳୟଙ୍କାରୀ ବାତ୍ୟା କାରଣରୁ ଅନେକ ଗଛ ରାସ୍ତା ଉପରେ ମଧ୍ୟ ପଡିରହିଛି।ଗୋଆରେ ଏହି ସାମୁଦ୍ରିକ ଝଡ଼ ବାଡେଇବା ପରେ ଏହି ଝଡ ମହାରାଷ୍ଟ୍ର ଆଡକୁ ଗତି କରୁଛି।ତେବେ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଏହି ସାମୁଦ୍ରିକ ଝଡ଼ ଭୟଙ୍କର ଘୂର୍ଣ୍ଣିବଳୟ ରେ ପରିଣତ ହୋଇଛି।

ତେବେ ଏହି ସାମୁଦ୍ରିକ ଝଡ଼ ତାଉତେ ମେ ୧୭ ତାରିଖରେ ସନ୍ଧ୍ୟା ସମୟରେ ଗୁଜରାଟ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି ଏବଂ ଏହା ମେ ୧୮ ତାରିଖ ସକାଳେ ଭବନଗର ଜିଲ୍ଲାର ମହାଭା ଏବଂ ପୋରବନ୍ଦର ଦେଇ ଯିବ ବୋଲି ଆକଳନ କରାଯାଇଛି।ତେବେ ଏହି ଭୟଙ୍କର ବାତ୍ୟା ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବା ସହିତ ଗୋଆ ଉପକୂଳରେ ପ୍ରବଳ ବର୍ଷା ମଧ୍ୟ ହେଉଛି।ଏହି ବାତ୍ୟା ପ୍ରଭାବରେ ଏଠାରେ ଅନେକ ଗଛ ଉପୁଡିବା ସହ ବଡ ବଡ଼ କୋଠା ସବୁ ଭାଙ୍ଗି ପଡିବାର ଦୃଶ୍ୟ ସାମ୍ନାକୁ ଆସିଛି।ଏହି ଭିଡିଓ ଦେଖିଲେ ଆପଣ ଜାଣି ପାରିବେ କିପରି ଭାବରେ ଏହି ବାତ୍ୟା ର ପ୍ରଭାବ ସେହି ସ୍ଥାନ ମାନଙ୍କରେ ତାଣ୍ଡବ ରଚିଛି।

ତେବେ ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଏହା ଗୁଜୁରାଟ, ଦାମନ ଏବଂ ଡିୟୁ ପାଇଁ ଏହା ୟେଲ୍ଲୋ ୱାର୍ଣିଂ ଜାରି କରିଛି।ତେବେ ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ ଚେତାବନୀ ବିଭାଗ ଅନୁଯାୟୀ, ଦକ୍ଷିଣ ମହାରାଷ୍ଟ୍ର-ଗୋଆ ଏବଂ କର୍ଣ୍ଣାଟକ ଉପକୂଳର ପବନର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ବେଗ ମଧ୍ୟରେ ଏବଂ ମେ ୧୬ରେ ଉତ୍ତର ମହାରାଷ୍ଟ୍ର ଦେଇ ଅତିକ୍ରମ କରିଥିବା ପବନ ସମୁଦ୍ର କୂଳରେ ହୋଇପାରେ ଏବଂ ଏହାର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।

ତେବେ ଏହା କାରଣରୁ କର୍ଣ୍ଣାଟକର ୬ଟି ଜିଲ୍ଲାରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୭୩ଟି ଗାଁ ବିଧ୍ବସ୍ତ ହୋଇ ଯାଇଥିବା କଥା ରବିବାର ଦିନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳର ବାତ୍ୟା ପରିସ୍ଥିତି ଉପରେ ଧ୍ୟାନ ରଖା ଯାଇଛି। ଏହାଛଡା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରା ଯାଇଛି।ଆଉ ଏଥିପାଇଁ ପ୍ରଭାବିତ ଜିଲ୍ଲା ମାନଙ୍କ ପାଇଁ ଦାୟିତ୍ବରେ ମନ୍ତ୍ରୀ ଓ ଜିଲ୍ଲାପାଳମାନ ଙ୍କୁ ରଖା ଯାଇଛି।ଏହାର ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥା ସବୁ ଗ୍ରହଣ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।