ଟଙ୍କା ପାଇଁ ନିଜ ସ୍ୱାମୀକୁ ପ୍ରେମିକା ହାତରେ ଟେକିଦେଲା ସ୍ତ୍ରୀ, ହେଲେ ବଦଳରେ ନେଲା ଦେଢ଼ କୋଟିର ସମ୍ପତ୍ତି, ସମ୍ପୂର୍ଣ ଘଟଣା ବିଷୟରେ ଜାଣିଲେ ଛାତି ଥରି ଉଠିବ…

0

ଆପଣ ଯଦି ସିନେମା ପ୍ରେମୀ ହୋଇଥିବେ ତେବେ ଅନିଲ କପୁର ଙ୍କ ଜୁଦାଇ ଫିଲ୍ମ୍ ନିଶ୍ଚିତ ଦେଖିଥିବେ। ଏଥିରେ କେମିତି ସ୍ତ୍ରୀ ଜଣଙ୍କ ଟଙ୍କା ପାଇଁ ଲୋଭର ବଶବର୍ତ୍ତୀ ହୋଇ ନିଜ ସ୍ୱାମୀକୁ ଟେକି ଦେଉଛି ପ୍ରେମିକା ହାତରେ।ଆଉ ରିଲ୍ ଲାଇଫ ର ଘଟଣା ଏବେ ରିଏଲ ଲାଇଫ ରେ ସତ ହୋଇଛି। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। ମଧ୍ୟପ୍ରଦେଶ ର ଭୋପାଳ ରେ ଘଟିଛି ଏମିତି ଏକ ଘଟଣା। ଯାହା ପ୍ରମାଣ କରି ଦେଇଛି ଯେ ଆଜିକାଲି ସବୁକିଛି ସମ୍ଭବ। ଏମିତି ରେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ନିଶ୍ଚିତ ଭୋଗିବାକୁ ପଡୁଛି।

ତେବେ ଅପ୍ରାକୃତିକ ଭାବରେ ନିଜର ନୈତିକତା ହରାଇ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି। ଯେଉଁଥି ପାଇଁ କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ମଧ୍ୟ ମଣିଷ ପଛାଉ ନାହିଁ।

କିନ୍ତୁ ଆମେ ଯେଉଁ ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଅନ୍ୟ ଘଟଣା ଠାରୁ ଟିକେ ଅଲଗା।କାରଣ ଏହି ଘଟଣାରେ ନିଜ ସ୍ତ୍ରୀ ତାର ସ୍ବାମୀଙ୍କର ପ୍ରେମିକା ସହିତ ପ୍ରେମ ସମ୍ପର୍କ ରହିବା ବିଷୟରେ ଜାଣିବା ପରେ ସେ ତାର ସ୍ୱାମୀକୁ ଭଲ ପାଉଥିବା ପ୍ରେମିକା କୁ ବିକ୍ରି କରି ଦେଇଛି ୧.୫ କୋଟି ଟଙ୍କାରେ।ଆଉ ଏଥିରେ ସେ ଦେଖିଛି ନିଜ ପିଲାଙ୍କ ସ୍ବାର୍ଥ ଏବଂ ଆଗାମୀ ଭବିଷ୍ୟତ।

ଭୋପାଳ ର ଏକ ଫ୍ୟାମିଲୀ କୋର୍ଟ ରେ ଏକ ମାମଲା ଆସି ପହଞ୍ଚିଥିଲା ଜଣେ ନାବାଳିକା ଝିଅ ତରଫରୁ ଯେ ଅନ୍ୟ ମହିଳା ଜଣଙ୍କ ପାଇଁ ତାଙ୍କ ବାପା ମାଆ ଙ୍କ ଭିତରେ ଝଗଡ଼ା ହେଉଛି ଏବଂ ସ୍ଥିତି ବିଗିଡିବାରେ ଲାଗିଛି । ଆଉ ସେମାନେ ପାଠ ମଧ୍ୟ ପଢି ପାରୁ ନାହାଁନ୍ତି।ଆଉ ଘଟଣା ବିଷୟରେ ଫ୍ୟାମିଲି କୋର୍ଟରେ ବିଚାର କରାଯିବା ପରେ ଏହାର କାରଣ ସାମ୍ନାକୁ ଆସିଥିଲା।

ପରେ ଉକ୍ତ ନାବାଳିକା ଙ୍କ ଅଭିଯୋଗକୁ ଆଧରକୁ ନେଇ କୋର୍ଟ ତାଙ୍କୁ ଏଥିପାଇଁ ପରାମର୍ଶ କରିବାକୁ କହିଥିଲେ। ତେବେ ଏହାକୁ ନେଇ ସ୍ବାମୀ ସ୍ତ୍ରୀ ଭିତରେ କୌଣସି ସମାଧାନ ହୋଇ ପାରୁ ନଥିଲା।ତେଣୁ ସେମାନେ ବାରମ୍ବାର ଝଗଡ଼ା କରୁଥିଲେ।

ତେବେ ସ୍ବାମୀ ଜଣଙ୍କ ତାଙ୍କର ସହ କର୍ମୀ ସହିତ ପ୍ରେମ ସମ୍ପର୍କରେ ରହିବେ ବୋଲି କହିବାରୁ ସ୍ତ୍ରୀ ତାଙ୍କ ସହିତ ଏ ବିଷୟରେ ସମାଧାନ କରି ମଧ୍ୟ ଥକି ପଡ଼ିଥିଲେ।ଆଉ ଶେଷରେ ସ୍ବାମୀ ତାଙ୍କ ଜିଦି ରେ ଅଟଳ ରହିବା କାରଣରୁ ସେ ତାଙ୍କର ପିଲା ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ତାଙ୍କ ସ୍ବାମୀଙ୍କୁ ୧.୫ କୋଟି ଟଙ୍କା ରେ ପ୍ରେମିକା କୁ ଦେଇ ଦେଇଥିଲେ।ତେବେ ସ୍ତ୍ରୀ ଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।