New Twist – ତପସ୍ୱିନୀ ଜାଣିଶୁଣି ଛାତ ଦୁଲ ଦୁଲ କରୁଛନ୍ତି, ଶାନ୍ତିରେ ଶାଶୁଙ୍କୁ ଶୋଇଦେଉନାହାଁନ୍ତି… ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଆଡ଼ଭୁକେଟ… ଦେଖନ୍ତୁ video

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କକୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ।ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ବନ୍ଧୁଗଣ ଏଭଳି କରିବା ଫଳରେ ଆରମ୍ଭ ହୋଇଯାଏ ସମ୍ପର୍କରେ ଫାଟ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ। ଏହା ବ୍ୟତୀତ ଭଲ ପାଇ ଯେଉଁ ମାନେ ବିବାହ କରୁଛନ୍ତି। ସେମାନଙ୍କ କ୍ଷେତ୍ରରେ ମଧ୍ୟ ଅନେକ ପ୍ରକାର ସମସ୍ୟା ଦେଖିବା ପାଇଁ ମିଳିଥାଏ।

ବନ୍ଧୁଗଣ, ଆପଣ ମାନେ ସମସ୍ତେ ତପସ୍ବିନୀ ଏବଂ ଡାକ୍ତର ସୁମିତଙ୍କ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ। ଦୀର୍ଘଦିନ ଧରି ସେମାନଙ୍କ ଚର୍ଚ୍ଚା ଲାଗି ରହିଥିଲା। ତେବେ ବର୍ତ୍ତମାନ ସମୟରେ ସୁମିତ ଓକିଲ ପ୍ରତିକ୍ରିୟା ଅନୁସାରେ ତପସ୍ବିନୀ ତପସ୍ବିନୀ ଅନେକ ଅସୁବିଧା ସୃଷ୍ଟି କରୁଛନ୍ତି। ସୂଚନା ଅନୁସାରେ ତପସ୍ବିନୀ ନିଜର ସ୍ୱାମୀ ପାଖରେ ରହିବା ପାଇଁ ଅନେକ ଚେଷ୍ଟା କରିଥିଲେ। ଦୀର୍ଘ ଦିନ ଧରି ସ୍ୱାମୀଙ୍କ ଘୋର ଆଗରେ ବସିରହିଥିଲେ। ଯେ ପର୍ଯ୍ୟନ୍ତ କୋର୍ଟରେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସହିତ ରହିବାର ନ୍ୟାୟ ନମିଳିଛି। ସେଠାରୁ ସେ ଯିବେ ନାହିଁ ଏଭଳି କିଛି ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ବ୍ୟତୀତ କୋର୍ଟ ରେ ମଧ୍ୟ ନିଜ ସ୍ୱମୀ ପାଖରେ ରହିବା ପାଇଁ ଅପିଲ କରିଥିଲେ।

ବନ୍ଧୁଗଣ କୋର୍ଟରେ ବିଚାର କରାଯାଇଥିଲା ଯେ ସ୍ୱାମୀ-ସ୍ତ୍ରୀ ଏକାଠି 7 ଦିନ ରହିବେ ଏବଂ ସେମାନଙ୍କ ସହିତ କେହି ରହିବେ ନାହିଁ। ଏପରିକି ସେମାନଙ୍କ ପିତା ମାତା ଏବଂ ଶାଶୁ ଶ୍ୱଶୁର କେହି ଆସିବେ ନାହିଁ। ଉଭୟ ଏକୁଟିଆ ରହିବେ କିନ୍ତୁ 7 ଦିନ ପରେ ସୁମିତ ସେଠାରୁ ଚାଲିଗଲେ। ପୁନର୍ବାର ତପସ୍ବିନୀ ନିଜ ସ୍ୱାମୀଙ୍କ ଘର ଆଗରେ ବସିଥିଲେ। ପୁଣି କୋର୍ଟର ନିର୍ଦେଶ ଅନୁସାରେ ଉଭୟ ମିଶି ରହିବାର କୋର୍ଟ ନିଷ୍ପତ୍ତି ନେଇଥିଲେ। ତପସ୍ବିନୀଙ୍କ ଖର୍ଚ୍ଚ ପାଇଁ ସୁମିତ 17000 ଟଙ୍କା ଦେବେ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିଲା।

ତେବେ ତପସ୍ବିନୀ ବର୍ତ୍ତମାନ ତାଙ୍କ ଶାଶୂ ଘରେ ରହୁଛନ୍ତି। କୋର୍ଟର ନିର୍ଦେଶ ଅନୁସାରେ ତପସ୍ବିନୀ ବୟସ୍କ ଶାଶୂ ଶ୍ୱଶୁରଙ୍କୁ ନିର୍ଯାତନା ଦେଇ ପାରିବେ ନାହିଁ ହେଲେ ତପସ୍ବିନୀ ମୋବାଇଲ ରେ ଜୋର ସାଉଣ୍ଡ ରେ ବଜାଉଛନ୍ତି। ଶାଶୂ ଘରେ ପୂଜା କରିବା ପରେ ମଧ୍ୟ ସେଠାରେ ଅନେକ ହଇରାଣ କରୁଥିଲେ। ଜୋର ରେ ଛାତ ରେ ଚାଲିବା ଇତ୍ୟାଦି କାମ କରିବା। ଯାହା ଫଳରେ ଶାଶୂ ଶ୍ୱଶୁର ମଧ୍ୟ ଅନେକ ପ୍ରକାର ଅସୁବିଧା ରେ ସମୂଖୀନ ହେଉଛନ୍ତି। ଯାହାବି ହେଉ ଆମର ଏତିକି ଭଗବାନଙ୍କ ନିକଟରେ ପ୍ରଥନା ଯେ ଉଭୟ ସ୍ୱାମୀ ସ୍ତ୍ରୀ ମିଶି ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment