ସାରା ରାଜ୍ୟରେ ଏକ ଚର୍ଚ୍ଚିତ ଖବର ଭାବରେ ଉଭା ହୋଇଛି ତପସ୍ୱିନୀ ଏବଂ ସୁମିତ ଙ୍କ ଖବର। ନ୍ୟାୟ ପାଇଁ ସେ ଦୀର୍ଘ ଦିନ ହେବ ତାଙ୍କ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଯାହାକୁ ସାରା ଓଡ଼ିଶା ଦେଖୁଛି ଏବଂ ସମସ୍ତେ ଏହାକୁ ଦେଖି ମଧ୍ଯ ପ୍ରତିକ୍ରିୟା ଶିଳ ହେବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।ଏବେବି ଚର୍ଚ୍ଚାରେ ବ୍ରହ୍ମପୁରର ତପସ୍ଵିନୀ ଏବଂ ସୁମିତ ଙ୍କ ବିବାହ ବିବାଦ ମାମଲା। ଟିଭି ଖୋଲିଲେ, ୟୁ ଟ୍ୟୁବ୍ ଖୋଲିଲେ ସେହି ଗୋଟିଏ ଘଟଣା ବାରମ୍ବାର ଲୋକ ଲୋଚନକୁ ଆସୁଛି। ତେବେ ଆମେ କହୁଛୁ ବ୍ରହ୍ମପୁରର ଡାକ୍ତର ସୁମିତ ଏବଂ ତପସ୍ୱିନୀ ଙ୍କ କଥା। ଦିନକୁ ଦିନ ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେବାରେ ଲାଗିଛି।
ଆପଣ ମାନେ ଜାଣିଛନ୍ତି କିପରି ଭାବରେ ବ୍ରହ୍ମପୁରର ଏହି ଚର୍ଚ୍ଚିିତ ଦମ୍ପତି ତପସ୍ବିନୀ-ସୁମିତ୍ ପାରିବାରିକ ମାମଲା ଏବେ ଜୋର ଧରିବାରେ ଲାଗିଛି। ତେବେ ଏହାକୁ ନେଇ ଅନେକ ବୟାନ ବାଜି, ତୁମ୍ଭି ତୋଫାନ ହେଉଥିଲେ ମଧ୍ଯ କୌଣସି ସମାଧାନ ର ସୂତ୍ର ବାହାରି ପାରୁ ନଥିଲା। ଅନେକ ଦିନ ଧରି ତପସ୍ଵିନୀ ନ୍ୟାୟ ପାଇଁ ଧାରଣା ରେ ବସି ରହିଥିଲେ।ଏହି ଘଟଣା ପରେ ଏସ୍ଡିଜେଏମ୍ କୋର୍ଟରେ ପହଞ୍ଚିବା ପରେ ମାମଲାକୁ ବିଚାର କରି ଉଭୟ ତାଙ୍କୁ ଏକ ସପ୍ତାହ ପାଇଁ ଏକାଠି ରହିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦିନ ପୂରିବା ପରେ ସୁମିତ କେଉଁଆଡେ ଚାଲି ଯାଇଥିଲେ।
ଯାହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା ଏବଂ ଥାନାର ଦ୍ବାରସ୍ଥ ହୋଇଥିଲେ ତପସ୍ଵିନୀ। ତେବେ ମଙ୍ଗଳବାର ଏହି ମାମଲାର ଶୁଣାଶି ଛତ୍ରପୁର ଜିଲା କୋର୍ଟରେ ହୋଇଥିଲା ବେଳେ ଏହାର ରାୟ ତପସ୍ବିନୀଙ୍କ ସପକ୍ଷରେ ରହିଥିଲା। ସୁମିତ ଙ୍କ ଘରେ ତପସ୍ଵିନୀ ଙ୍କୁ ରହିବାକୁ ଅନୁମତି ଦେଇଥିଲେ କୋର୍ଟ। ସମସ୍ତେ ଏଥିପାଇଁ ତପସ୍ଵିନୀ ଙ୍କୁ ସ୍ଵାଗତ ଜଣାଇ ଥିଲେ। ଅନେକ ଦିନ ପରେ ତାଙ୍କୁ ନ୍ୟାୟ ମିଳିଥିବା ନେଇ ତପସ୍ଵିନୀ ବହୁତ୍ ଖୁସି ମଧ୍ୟ ଥିଲେ। ତେବେ ଯାହା ଜଣା ପଡ଼ିଛି ବିବାହ ବିବାଦ ମାମଲାରେ ଜିଲା ଜଜ୍ କୋର୍ଟ ଦେଇଥିବା ଏହି ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ।
ସେ କୋର୍ଟ ଙ୍କ ରାୟକୁ ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ତେବେ ସୁମିତଙ୍କ ଏପରି ନିଷ୍ପତି ନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଯାହା ଜଣା ଯାଉଛି ଜିଲା ଜଜ୍ ଦେଇଥିବା ରାୟରେ ସେମାନେ ସନ୍ତୁଷ୍ଟ ନ ଥିବାରୁ ହାଇକୋର୍ଟ ଯିବେ ବୋଲି ସେ କହିଛନ୍ତି। ଆଉ ଏବେ ଏହା ଏହି ଘଟଣାକୁ ନୂଆ ମୋଡ଼ ଦେଇଛି।ହାଇକୋର୍ଟ ଯିବେ ଡାକ୍ତର ସୁମିତ ସାହୁ ଏବଂ ଏହାପରେ କଣ ହେବ ସେମାନଙ୍କ ଏହି ମାମଲା ତାହା ଉପରେ ରହିଛି ସମସ୍ତଙ୍କ ନଜର। ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।