ତପସ୍ଵିନୀଙ୍କ ପାଇଁ ଟାର୍ଗେଟ୍ ରେ ପ୍ରମିଳା ତ୍ରିପାଠୀ କରାଯାଉଛି ହଇରାଣ …ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ଶିକ୍ଷିତ ସମାଜରେ ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ପ୍ରତିଦିନ ଚୋରି, ଡକାୟତି, ହତ୍ୟା ଇତ୍ୟାଦି ଅପରାଧ ଦେଖିବା ପାଇଁ ମିଳୁଛି। ଆଜିକାଲି ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା ପାଇଁ ପଛାଉଛନ୍ତି। ସମାଜରେ ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ କି ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି। ଯେଉଁ ଲୋକ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲା ସିଏ ଅନ୍ୟ ମାନଙ୍କର ଟାର୍ଗେଟ ହେଲା। ମୋଟା ମୋଟି ଭାବରେ କହିବା ପାଇଁ ଗଲେ। ଯେଉଁ ମାନେ ଅନ୍ୟାୟ ବିରୁଦ୍ଧରେ ଯାଉଛନ୍ତି। ସେମାଙ୍କୁ ସବୁବେଳେ ହଇରାଣ ହରକତ ହେଉଛନ୍ତି। ଆପଣ ମାନେ ଅନେକ ଖବର ସୋସିଆଲ ମିଡ଼ିଆ କିମ୍ବା ଖବର କାଗଜରେ ଶୁଣିବା ପାଇଁ ପାଇଥିବେ। ତେବେ ବର୍ତ୍ତମାନ ସମୟରେ ସମାଜ ସେବୀ ପ୍ରମିଳା ତ୍ରିପାଠୀ ଟାର୍ଗେଟ କରି ଜାଗା ଉଛେଦ କରାଯାଉଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ସମାଜ ସେବୀ ପ୍ରମିଳା ତ୍ରିପାଠୀଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ ସମାଜର ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯାତନାକୁ ସବୁବେଳେ ପାଇଁ ରୋକି ଆସି ଥାଆନ୍ତି ଓ ଏଥି ସହିତ ସେ ବହୁତ ସାହାଯ୍ୟ ଓ ସହଯୋଗ ମଧ୍ୟ କରି ଥାଆନ୍ତି। ଆପଣ ମାନେ ଜାଣିଥିବେ ଯେ ଅଳ୍ପ କିଛି ଦିନ ତଳେ ତପସ୍ୱିନୀଙ୍କ କେଶରେ ମଧ୍ୟ ତାଙ୍କ ସହିତ ଧାରଣାରେ ବସି ରହିଥିଲେ ଓ ତାଙ୍କୁ ସବୁ ପ୍ରକାରର ସାହାଯ୍ୟ ଓ ସହଯୋଗ ମଧ୍ୟ କରୁଥିଲେ।

ତେବେ ସମାଜ ସେବୀ ପ୍ରମିଳା ତ୍ରିପାଠୀଙ୍କର ବ୍ରହ୍ମପୁରର ଗୌଡ଼ ବସ୍ତି ସାହିରେ ୩୦୦ ଡିସିମିଲିର ଜାଗା ରହିଛି ଓ ଏଥି ସହିତ ସେଠାରେ ତାଙ୍କର ଏକ ଘର ମଧ୍ୟ ରହିଛି। ସେଠାରେ ଅସହାୟ ମହିଳା ଓ ଗରିବ ମହିଳା ମାନଙ୍କୁ ନେଇ ରଖୁଥିଲେ। କିନ୍ତୁ ବର୍ତ୍ତମାନ ଶୁଣିବା ପାଇଁ ମିଳୁଛି ଯେ, ପ୍ରମିଳା ତ୍ରିପାଠୀ ଟାର୍ଗେଟରେ ରହିଛନ୍ତି। ତାଙ୍କର ସେହି ବସ୍ତି ଉଚ୍ଛେଦ ହୋଇଛି ଓ ଯେଉଁମାନେ ଏହି ବସ୍ତି ଉଚ୍ଛେଦକୁ ବିରୋଧ କରୁଛନ୍ତି ସମସ୍ତଙ୍କ ଉପରେ ପାହାର ବସି ଯାଉଛି।

ତେବେ ଏଥି ସହିତ ସେହି ବସ୍ତି ଉଚ୍ଛେଦରେ ବିଏମସି ସହିତ ବସ୍ତିର ଲୋକ ମାନେ ମଧ୍ୟ ଆହତ ହୋଇଛନ୍ତି। ଏଥି ସହିତ ତାଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସମାଜସେବୀ ପ୍ରମିଳା ତ୍ରିପାଠୀ ତପସ୍ୱନୀଙ୍କ କେଶରେ ଯେଉଁ ଧାରଣାରେ ବସି ରହିଥିଲେ ସେଠାରୁ ତାଙ୍କୁ ଉଠାଇ ପାରିଲେ ନାହିଁ ବୋଲି ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ଓ ସେଠାରେ ମଧ୍ୟ ତାଙ୍କୁ ପୋଲିସ କର୍ମଚାରୀ ମାନେ ଦୃବ୍ୟବହାର ମଧ୍ୟ କରିଥିଲେ। ସେ କହିଛନ୍ତି ସେହି ଜମିର ସବୁ କାଗଜ ପତ୍ର ତାଙ୍କ ପାଖରେ ରହିଛି ଯଦି ସମୟ ମିଳିବ, ତା’ହେଲେ ସେ ସବୁ କୋର୍ଟରେ ଦେଖାଇ ଦେବେ ବୋଲି କହିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ, ଯାହା ବି ପଛେ ହୋଇ ଯାଇ ସେ ସେହି ଜାଗାରୁ ଉଠିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।