“Tapaswini ଙ୍କ କୋହଭରା ଭିଡିଓ ନିବେଦନର Call କରି ଜବାବ ଦେଲେ ସୁମିତ, କହିଲେ- ଡ୍ରାମା କରିବା ପୂର୍ବରୁ ସ୍ୱାମୀ କଥା ମନେ ପଡୁନଥିଲା”…ଦେଖନ୍ତୁ ଭିଡ଼ିଓ

0

ଏବେବି ଚର୍ଚ୍ଚାରେ ବ୍ରହ୍ମପୁରର ତପସ୍ଵିନୀ ଏବଂ ସୁମିତ ଙ୍କ ବିବାହ ବିବାଦ ମାମଲା। ଟିଭି ଖୋଲିଲେ, ୟୁ ଟ୍ୟୁବ୍ ଖୋଲିଲେ ସେହି ଗୋଟିଏ ଘଟଣା ବାରମ୍ବାର ଲୋକ ଲୋଚନକୁ ଆସୁଛି। ତେବେ ଆମେ କହୁଛୁ ବ୍ରହ୍ମପୁରର ଡାକ୍ତର ସୁମିତ ଏବଂ ତପସ୍ୱିନୀ ଙ୍କ କଥା। ଦିନକୁ ଦିନ ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେବାରେ ଲାଗିଛି।ଆପଣ ମାନେ ଜାଣିଛନ୍ତି କିପରି ଭାବରେ ବ୍ରହ୍ମପୁରର ଏହି ଚର୍ଚ୍ଚିିତ ଦମ୍ପତି ତପସ୍ବିନୀ-ସୁମିତ୍‌ ପାରିବାରିକ ମାମଲା ଏବେ ଜୋର ଧରିବାରେ ଲାଗିଛି। ତେବେ ଏହାକୁ ନେଇ ଅନେକ ବୟାନ ବାଜି, ତୁମ୍ଭି ତୋଫାନ ହେଉଥିଲେ ମଧ୍ଯ କୌଣସି ସମାଧାନ ର ସୂତ୍ର ଏଯାବତ୍ ବାହାରି ପାରୁ ନାହିଁ।

ଆଉ ଦୀର୍ଘଦିନ ଧରି ନ୍ୟାୟ ପାଇଁ, ନିଜର ହକ୍ କୁ ଫେରି ପାଇବା ପାଇଁ, ସ୍ତ୍ରୀ ଭାବରେ ମାନ୍ୟତା ପାଇବା ପାଇଁ ଜଣେ ମହିଳା କିପରି ସବୁ ବାଧା ବିଘ୍ନକୁ ଆଡେଇ ନିଜର ଅନବରତ ପ୍ରୟାସ ଜାରି ରଖିଛନ୍ତି ତାହା ତ ଆପଣ ଦେଖି ପାରୁଥିବେ।ତେବେ ଘଟଣା ଯାହାବି ହୋଇଥାଉ ତାହା ତ ପରେ ସମାଧାନ ହେବ। କିନ୍ତୁ ଏଠି କୁହା ଯାଇପାରେ ଯେ ମାନସିକ ଚାପ କଣ ସୁମିତ ଏବଂ ତପସ୍ୱିନୀ ଙ୍କ ପାଇଁ ଅଲଗା ଅଲଗା କି। ଗୋଟିଏ ଝିଅକୁ ଆଣି ଏପରି ଏକ ସ୍ଥାନରେ ପରିସ୍ଥିତି ରେ ଠିଆ କରିବାରେ କଣ ସୁମିତ ଙ୍କ କୌଣସି ଯୋଗଦାନ ନାହିଁ। ତେବେ ନ୍ୟାୟିକ ଭାବରେ ତପସ୍ୱିନୀ ହେଉଛନ୍ତି ସୁମିତ ଙ୍କ ସ୍ତ୍ରୀ।ସେ ତାଙ୍କୁ ରେଜିଷ୍ଟର ମ୍ୟାରେଜ୍ କରିଛନ୍ତି।

ଗୋଟିଏ ସ୍ତ୍ରୀକୁ ଏପରି ଭାବରେ ଏମିତି ଅବସ୍ଥାରେ ରାସ୍ତା ମଝିରେ ଛାଡି ଚାଲିଯିବା କେଉଁ ସ୍ବାମୀ ପାଖରେ ଶୋଭା ଦିଏ? ଯେଉଁ ସାହାସ ନେଇ ତପସ୍ୱିନୀ ଏ ଲଢେ଼ଇ ଲଢ଼ୁଛନ୍ତି, କାହିଁକି ସୁମିତ ସେତିକି ସ୍ପଷ୍ଟବାଦୀ ହୋଇ ପାରୁ ନାହାନ୍ତି। ବରଂ ସେମାନଙ୍କ ଭିତରେ ଚାଲିଛି ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି। ପରସ୍ପର ପରସ୍ପରର ଉପରେ ଦୋଷ ଲଦିବାକୁ ବ୍ୟସ୍ତ। ଆଉ ଏହାରି ଭିତରେ ତପସ୍ଵିନୀ ଙ୍କ କୋହ ଭରା ନିବେଦନ ରହୁଛି ଯେ, ସୁମିତ ମୋତେ ମୋତେ ଗ୍ରହଣ କର। ମୁଁ ତୁମକୁ ହିଁ ଭଲପାଏ, ମୁଁ ତୁମ ସହ ରହିବାକୁ ଚାହେଁ। ତୁମେ ଯେଉଁ ତପସ୍ଵିନୀ କୁ ବିବାହ କରିଥିଲ ମୁଁ ଆଜି ବି ସେମିତି ହିଁ ତୁମକୁ ଭଲପାଏ।

ଏହାର ଜବାବରେ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ କଥାବାର୍ତ୍ତା ରେ ସୁମିତ ପ୍ରତିକ୍ରିୟା ରେ କହିଛନ୍ତି ଯେ ସେ ମୋର ନାମ ଏବଂ ମୋର ପରିବାର ନାମରେ ମିଥ୍ୟା ଅଭିଯୋଗ କରି ପରେ ଦୀର୍ଘଦିନ ଧରି ଯାହା କରି ଆସୁଛନ୍ତି ତାହା ମୋର ସାମାଜିକ ପ୍ରତିଷ୍ଠା କୁ ନଷ୍ଟ କଲା। ଏସବୁ କରିବା ପୁର୍ବରୁ ସେ କଣ ଜାଣି ନଥିଲେ ନା ଡ୍ରାମା କରିବା ପୂର୍ବରୁ ତାଙ୍କର ସ୍ବାମୀଙ୍କ କଥା ମନେ ପଡୁ ନଥିଲା। ଏବେ ସେ ଏପରି ଏମୋସନାଲ୍ କାର୍ଡ ଖେଳିବାର କିଛି ଲାଭ ନାହିଁ ବୋଲି କହିଛନ୍ତି ସୁମିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।